ପରୀକ୍ଷା ବେଳେ ସୃଷ୍ଟି ଇଂଜିନିୟରିଂ କଲେଜ୍ ଏସିରେ ଅଗ୍ନୀକାଣ୍ଡ

ପରୀକ୍ଷା ବେଳେ କଲେଜ୍ ଏସିରେ ଅଗ୍ନୀକାଣ୍ଡ ଚନ୍ଦ୍ରଶେଖରପୁର, ୨୦।୬ : ଇନ୍‌ଫୋସିଟି ଛକ ନିକଟରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନାରେ ଆଜି ମଧ୍ୟାହ୍ନରେ ଅଗ୍ନୀକାଣ୍ଡ ଘଟିଛି। ଗୋଟିଏ କ୍ଲାସରୁମରେ ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲା ବେଳେ ହଠାତ୍ ସେହି ରୁମରେ ଥିବା ଏସିରୁ ନିଆଁ ବାହାରି ଅଗ୍ନିକାଣ୍ଡ ଘଟିଥିଲା। ଯାହନେଇ ଛାତ୍ରଛାତ୍ରୀମାନେ ପ୍ରାଣ ବିକଳରେ ବାହାରକୁ ପରୀକ୍ଷା ଖାତାଧରି ପଳାଇଆସିଥିଲେ। ଏସି ନିଆଁ ସିଲିଂରେ ଲାଗିବାରୁ ନିଆଁର ପ୍ରକୋପ ଅଧିକ ହେବାକୁ ଲାଗିବାରୁ ସୂଚନାପାଇ ଚନ୍ଦ୍ରଶେଖରପୁର ଦମକଳ ବିଭାଗ ଜବାନ ଓ ଇନ୍‌ଫୋସିଟି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପାଖାପାଖି ଗୋଟିଏ ଘଣ୍ଟାପରେ ନିଆଁକୁ ପାଣି ଓ ଗ୍ୟାସ୍ ଦ୍ବାରା ଆୟତ କରାଯାଇଥିଲା। ଅନ୍ୟ ପକ୍ଷରେ ପରୀକ୍ଷା ଦେଉଥିବା ସମସ୍ତ ପିଲାମାନଙ୍କୁ ଆଉ ଏକ କ୍ଲାସରୁମରେ ପରୀକ୍ଷା ଦିଆଯିବାପାଇଁ ଆୟୋଜନ କରାଯାଇଥିଲା। ଏହି ଘଟଣାରେ ଏସିଟି ଜଳିଯାଇଥିଲା ବ‌େଳେ ସିଲିଂର କିଛି ଅଂଶ ପୋଡ଼ିଯାଇଥିବା ସୂଚନାମିଳିଛି।

ପରୀକ୍ଷା ବେଳେ ସୃଷ୍ଟି ଇଂଜିନିୟରିଂ କଲେଜ୍ ଏସିରେ ଅଗ୍ନୀକାଣ୍ଡ
ପରୀକ୍ଷା ବେଳେ ସୃଷ୍ଟି ଇଂଜନିୟରିଂ କଲେଜ୍ ଏସିରେ ଅଗ୍ନୀକାଣ୍ଡ
ଚନ୍ଦ୍ରଶେଖରପୁର, ୨୦।୬ (ଓମ): ଇନ୍‌ଫୋସିଟି ଛକ ନିକଟରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନା ସୃଷ୍ଟିରେ ଆଜି ମଧ୍ୟାହ୍ନରେ ଅଗ୍ନୀକାଣ୍ଡ ଘଟିଛି। ଗୋଟିଏ କ୍ଲାସରୁମରେ ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲା ବେଳେ ହଠାତ୍ ସେହି ରୁମରେ ଥିବା ଏସିରୁ ନିଆଁ ବାହାରି ଅଗ୍ନିକାଣ୍ଡ ଘଟିଥିଲା। ଯାହନେଇ ଛାତ୍ରଛାତ୍ରୀମାନେ ପ୍ରାଣ ବିକଳରେ ବାହାରକୁ ପରୀକ୍ଷା ଖାତାଧରି ପଳାଇଆସିଥିଲେ। ଏସି ନିଆଁ ସିଲିଂରେ ଲାଗିବାରୁ ନିଆଁର ପ୍ରକୋପ ଅଧିକ ହେବାକୁ ଲାଗିବାରୁ ସୂଚନାପାଇ ଚନ୍ଦ୍ରଶେଖରପୁର ଦମକଳ ବିଭାଗ ଜବାନ ଓ ଇନ୍‌ଫୋସିଟି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପାଖାପାଖି ଗୋଟିଏ ଘଣ୍ଟାପରେ ନିଆଁକୁ ପାଣି ଓ ଗ୍ୟାସ୍ ଦ୍ବାରା ଆୟତ କରାଯାଇଥିଲା। ଅନ୍ୟ ପକ୍ଷରେ ପରୀକ୍ଷା ଦେଉଥିବା ସମସ୍ତ ପିଲାମାନଙ୍କୁ ଆଉ ଏକ କ୍ଲାସରୁମରେ ପରୀକ୍ଷା ଦିଆଯିବାପାଇଁ ଆୟୋଜନ କରାଯାଇଥିଲା। ଏହି ଘଟଣାରେ ଏସିଟି ଜଳିଯାଇଥିଲା ବ‌େଳେ ସିଲିଂର କିଛି ଅଂଶ ପୋଡ଼ିଯାଇଥିବା ସୂଚନାମିଳିଛି। ଏହି ସମୟରେ ପିଲାମାନେ ପରୀକ୍ଷା ଦେବାପାଇଁ ହନ୍ତସନ୍ତ ହୋଇଥିଲେ।