*ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଟ୍ସ ଅର୍ଗାନାଇଜେସନ୍ ପକ୍ଷରୁ "ମା ଧାକୁଳାଇ ଦାରୁବ୍ରହ୍ମ ଗୋୱାନ ପ୍ରକଳ୍ପ"ରେ ୭ ଏକର ଜମିରେ ୭ହଜାର ଚାରା ରୋପଣ : ommtv କଳିଙ୍ଗବିକାଶ*
*ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଟ୍ସ ଅର୍ଗାନାଇଜେସନ୍ ପକ୍ଷରୁ "ମା ଧାକୁଳାଇ ଦାରୁବ୍ରହ୍ମ ଗୋୱାନ ପ୍ରକଳ୍ପ"ରେ ୭ ଏକର ଜମିରେ ୭ହଜାର ଚାରା ରୋପଣ : ommtv କଳିଙ୍ଗବିକାଶ*
*ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଟ୍ସ ଅର୍ଗାନାଇଜେସନ୍ ପକ୍ଷରୁ "ମା ଧାକୁଳାଇ ଦାରୁବ୍ରହ୍ମ ଗୋୱାନ ପ୍ରକଳ୍ପ"ରେ ୭ ଏକର ଜମିରେ ୭ହଜାର ଚାରା ରୋପଣ : ommtv କଳିଙ୍ଗବିକାଶ*
*କଟକ,ପ୍ରତାପନଗରୀ ରୁ ଡ଼ନ ଙ୍କ ରିପୋର୍ଟ*....

: *କଟକ ଜିଲ୍ଲାର ସାମାଜିକ ସଂଗଠନ ହିନ୍ଦୁସ୍ଥାନ ହେଲ୍ପିଂ ହ୍ୟାଣ୍ଡସ୍ ଅର୍ଗାନାଇଜେସନ୍ ପକ୍ଷରୁ ପ୍ରତାପନଗରୀ ସ୍ଥିତ କୁଆଖାଇ ନଦୀ ପଠାରେ ମା' ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟି ସହଯୋଗରେ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଆଓ୍ବାକି ପଦ୍ଧତିରେ “ମା’ ଧାକୁଲେଇ ଦାରୁବ୍ରହ୍ମ ଗୋଓ୍ବାନ” ନାମିତ ପ୍ରକଳ୍ପରେ ପ୍ରାୟ ୭ ଏକର ନଦୀ ପଠା ଜମିରେ ତାରବାଡ ବୁଲାଯାଇ ୭ ହଜାରରୁ ଉର୍ଦ୍ଧ ‘ନିମ ଚାରା’ ରୋପଣ କରାଯାଇଛି । ଉପଦେଷ୍ଟା କାନନ ବିହାରୀ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରାରମ୍ଭିକ ସଭାରେ ଅତିଥି ଭାବରେ ଚିନ୍ମୟ ମିଶନ୍ର ବାବା କୃଷ୍ଣ ଚୈତନ୍ୟ ମହାରାଜ୍ ଜୀ, ରାଜ୍ୟ ଆଇନ୍ଜୀବୀ ପରିଷଦର ସଦସ୍ୟ ଅକ୍ଷୟ କୁମାର ପତି, ଅଧ୍ଯାମ୍ବିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ, ପୀତବାସ ମହାପାତ୍ର, କ୍ୟାପ୍ଟେନ୍ ସରୋଜ ପ୍ରଧାନ, ଅବସରପ୍ରାପ୍ତ ଜିଲ୍ଲା ବନ ଅଧିକାରୀ ଅନାଦି ଚରଣ ଦାସ, କଟକ ବାର୍ ଆସୋସିଏସିନ୍ ସଂପାଦକ ଦିଲ୍ଲିପ କୁମାର ମହାପାତ୍ର, ଡଃ ସଚିଦାନନ୍ଦ ପ୍ରଧାନ, ଡକ୍ଟର ଶୁଭକାନ୍ତ ପଣ୍ଡା, ଆଞ୍ଚଳିକ ଶାନ୍ତି କମିଟିର ସଂପାଦକ ସୁରେନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ରଞ୍ଜନ ଲେଙ୍କା, ସମାଜସେବୀ କୈଳାସ ଚନ୍ଦ୍ର ମୁଦୁଲି, ଆଇନଜୀବୀ ଦିଲ୍ଲୀପ ମହାରଣା, ଇଂ ଅଭିଷେକ ମୋମୋରିଆଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ବିଜୟ କୁମାର ପାଲ, ମା' ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସଂପାଦକ ପ୍ରମୋଦ କୁମାର ବେହେରା ଓ ସହ ସଂପାଦକ ବାଦଲ କୁମାର ଜେନା ପ୍ରମୁଖ ଯୋଗଦେଇ ଜଳବାୟୁ ସନ୍ତୁଳନରେ ବୃକ୍ଷର ଭୂମିକା ଉପରେ ଆଲୋକପାତ କରିବା ସହ ଅନୁଷ୍ଠାନର ବିବିଧ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।*

*ଅର୍ଗାନାଇଜେସନ୍ର ପ୍ରତିଷ୍ଠାତା ବାସୁଦେବ ପାତ୍ର ପରିବେଶ ସୁରକ୍ଷା କାର୍ଯ୍ୟରେ ଦୀର୍ଘ ବର୍ଷ ହେବ ନିଜକୁ ନିୟୋଜିତ କରି ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ଏକତା ସୂତ୍ରରେ ବାନ୍ଧିରଖ୍ ଅଂଚଳରେ ୧୧ଟି ଛୋଟବଡ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାରେ ସମ୍ମୁଖୀନ ହୋଇଥିବା ବହୁ ଘାତପ୍ରତିଘାତ ଓ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ବୃକ୍ଷ ମାନବ ପ୍ରଭାସ ମଙ୍ଗରାଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନର ସଦସ୍ୟମାନଙ୍କ ସହିତ ଅଂଚଳର ବହୁ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ଲକ୍ଷେଶ୍ଵର ମହିଳା ମହାବିଦ୍ୟାଳୟର ଛାତ୍ରୀଗଣ, ମା' ତାରେଣୀ କଂପ୍ୟୁଟର ଏକାଡେମୀର ଛାତ୍ରଛାତ୍ରୀ, ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଭଉଣୀମାନେ ଉକ୍ତ ଚାରା ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଜୟ ପ୍ରକାଶ ଦଣ୍ଡପାଟ, ସଭାପତି ମାନସ ରଂଜନ ନାୟକ ଓ ସଂପାଦକ ଅତୁଲ୍ୟ କୁମାର ସାମଲ, କୋଷାଧ୍ୟକ୍ଷ ସୁମନ ଶେଖର ସାହୁ, ଉପସଭାପତି ଦିବ୍ୟକାନ୍ତ ରଥ, ରଶ୍ମିରଂଜନ ନାୟକ, ସୁନୀଲ କୁମାର ସ୍ୱାଇଁ, ବେଣୁଧର ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଉକ୍ତ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସୁଚାରୂ ରୂପେ ପରିଚାଳନା କରିଥିବା ବେଳେ ଶିକ୍ଷାବିତ୍ ଡକ୍ଟର ଶରତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।*
