ରାସୋଳ ମହୋତ୍ସବ:Ommtv

 ରାସୋଳ ମହୋତ୍ସବ:Ommtv

 ରାସୋଳ ମହୋତ୍ସବ:Ommtv

 ରାସୋଳ ମହୋତ୍ସବ:Ommtv 

Ommtv Kalinga Vikash ଢେଙ୍କାନାଳ ଶଶିକାନ୍ତ ଗଡନାୟକ। ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଠାରୁ ରାସୋଳ ମହୋତ୍ସବ ଉଦଘାଟିତ ହୋଇ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ପୂର୍ବତନ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ମୁଖ୍ୟବକ୍ତାଭାବେ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ବିଂଶତମ ରାସୋଳ ମହୋତ୍ସବ ର ଭୂୟସୀ ପ୍ରଶଂସା କରିବା ସହିତ ବିକାଶ ପରିଷଦ ର ସଭାପତି ପୂର୍ବତନ ବିଧାୟକ ଶ୍ରୀ ମହେଶ୍ଵର ନାଏକ ଙ୍କ ସମେତ ସମସ୍ତ୍ କର୍ମକର୍ତ୍ତା ମାନଙ୍କୁ ଆନ୍ତରିକ ସାଧୁବାଦ ଜଣାଇଥିଲେ। ଚଳିତ ବର୍ଷ ମହୋତ୍ସବ କୁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଛି ଓ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଛି। ଏହି ଅବସରରେ ରେ ମୁଖ୍ୟ ଅତିଥି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ତିନି ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଠ ସମାଜସେବୀ ତଥା ପରିବେଶବିତ୍ ରତିକାନ୍ତ ଗଡନାୟକ ଙ୍କୁ ମଧ୍ଯ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ସହ ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିକାଶ ପରିଷଦ ସମ୍ପାଦକ ଭାସ୍କର ନାୟକ ବିବରଣୀ ପାଠ କରିଥିଲେ ଓ ଉପସଭାପତି ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ କର୍ମକର୍ତ୍ତା ଅମିୟ କୁମାର ସାହୁ ମହୋତ୍ସବ ପ୍ରତ୍ୟେକ ସନ୍ଧ୍ୟାରେ ଅନୁଷ୍ଠିତ ସଭା ସଂଯୋଜନା କରିଥିଲେ।