ଯଶିପୁର ପୋଲିସର ବଡ ସଫଳତା ଇନଭା କାର ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ୪ ଗିରଫ : Ommtv News12

ଯଶିପୁର ପୋଲିସର ବଡ ସଫଳତା ଇନଭା କାର ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ୪ ଗିରଫ : Ommtv News12

ଯଶିପୁର ପୋଲିସର ବଡ ସଫଳତା ଇନଭା କାର ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ୪ ଗିରଫ : Ommtv News12

ଯଶିପୁର ପୋଲିସର ବଡ ସଫଳତା ଇନଭା କାର ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ୪ ଗିରଫ : Ommtv News12

ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା , ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ,୪ଗଞ୍ଜେଇ ମାଫିଆ ଗିରଫ, କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ମାଫିଆଙ୍କୁ ଗଡ଼େଇ ଗଡ଼େଇ ଧରିଛି ଯଶିପୁର ପୋଲିସ | ତେବେ ସୂଚନାରୁ ଯାହା ଜଣାପଡିଛି ଆଜି ଭାରତ ବନ୍ଦ ଥିବାବେଳେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପ୍ରାୟ ୧୦ ଘଟିକା ୧୫ ମିନିଟ ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଫୁଲବାଣୀ ରୁ ବାରିପଦା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ୪୯ ନଂ ଜାତୀୟ ରାଜପଥ କଡ଼ରେ ଯଶିପୁର ପୋଲିସ ଛକି ବସିଥିଲା, ହଠାତ୍ ପୋଲିସ୍ କୁ ଦେଖି ମାଫିଆ ମାନେ ଗାଡ଼ି ଦ୍ରୁତ ଗତିରେ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଯଶିପୁର ପୋଲିସ ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକଙ୍କ ସହିତ SI ପର୍ଶୁରାମ ଜେନା, SI ଏମ କୁମାର କାଲ, ASI ଆର. ସିଂ, ଏସ. କେ ମହାନ୍ତ,OAPF ଯେ ହେମ୍ବ୍ରମ ସମେତ ଦଳବଳ ହୋଇ ଗଡ଼େଇ ଗଡ଼େଇ ସେମାନଙ୍କୁ ଛେଳିଗୋଦଲି ନିକଟରେ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଛାପଡା ଥାନା ଅନ୍ତର୍ଗତ କ୍ରାନ୍ଦିବାଲି ଗ୍ରାମର ଦିଲ୍ଲୀପ କୁମାର କାହ୍ନର ବୟସ ୨୭ ପିତା ଭୁଇତ କାହ୍ନର, ଦାବିଲାଳି ଗ୍ରାମର ଟିଟୋ କାହ୍ନର ବୟସ ୨୮ ପିତା ଦିରିବ କାହ୍ନର, ଜଗନ୍ନାଥ କାହ୍ନର ବୟସ ୨୦ ପିତା ନେପାର କାହ୍ନର ଓ଼ ସୁଶାନ୍ତ କୁମାର କାହ୍ନର ବୟସ ୩୭ ପିତା ସଳଖ କାହ୍ନର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର ବୋଲି ଜଣା ପଡିଛି |ସେମାନଙ୍କ ପାଖରୁ ୪8କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଥିବା ବେଳେ ଭୋଟର କାର୍ଡ,୨ଟି ଆଧାର କାର୍ଡ, ୩ଟି ଏଟିଏମ, ଡ୍ରାଇଭିଙ୍ଗ ଲାଇସେନ୍ସ, ଏସ.ବି.ଆଇ ଗ୍ରୀନ କାର୍ଡ, HDFC ଭିଶା କାର୍ଡ ନଗଦ ୭୯୦ ଟଙ୍କା ସହିତ ଏକ ହିରୋହୁଣ୍ଡା ମଟର ସାଇକେଲ, ଏକ ଟୋୟଟା ଇନଭା କାର ଜବତ କରିଥିବା ଜଣା ପଡିଛି | ଗଞ୍ଜେଇ ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ ହଜାର ହେବ ବୋଲି ଜଣା ପଡିଛି ସମସ୍ତ ଅଭିଯୁକ୍ତ ଆସନ୍ତା କାଲି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ଏ ନେଇ ଯଶିପୁର ପୋଲିସ କେସ ନମ୍ବର ୨୦୭/୨୧. ୮.ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏନେଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଏକ ସାମ୍ବାଦିକ ସମିଳନୀ ଜରିଆରେ ସୂଚନା ଦେଇଛନ୍ତି |
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ ଓ଼ମଂ ଟିଭି