କିମ୍‍ସରେ ପ୍ରଥମ ନ୍ୟୁରୋ ଅପଡ଼େଟ୍‍ ୨୦୨୪ ଅନୁଷ୍ଠିତ : Ommtv News12

କିମ୍‍ସରେ ପ୍ରଥମ ନ୍ୟୁରୋ ଅପଡ଼େଟ୍‍ ୨୦୨୪ ଅନୁଷ୍ଠିତ : Ommtv News12

କିମ୍‍ସରେ ପ୍ରଥମ ନ୍ୟୁରୋ ଅପଡ଼େଟ୍‍ ୨୦୨୪ ଅନୁଷ୍ଠିତ : Ommtv News12

କିମ୍‍ସରେ ପ୍ରଥମ ନ୍ୟୁରୋ ଅପଡ଼େଟ୍‍ ୨୦୨୪ ଅନୁଷ୍ଠିତ : Ommtv News12

ଭୁବନେଶ୍ୱର୨୧ ।୮ : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ ସାଇନ୍‍ସେସ୍‍(କିମ୍‍ସ)ରେ ନ୍ୟୁରୋଲୋଜି ଆସୋସିଏସନ୍‍ ଅଫ୍‍ ଓଡ଼ିଶା ପକ୍ଷରୁ କିମ୍‍ସ ନ୍ୟୁରୋଲେଜି ବିଭାଗ ସହଯୋଗରେ ପ୍ରଥମ ନ୍ୟୁରୋ ଅପଡ଼େଟ୍‍ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରିଥିଲେ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ଖ୍ୟାତିସମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଯୋଗଦେଇ ସ୍ନାୟୁରୋଗ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଗବେଷଣା ଉପରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଭାରତର ଖ୍ୟାତିସମ୍ପନ୍ନ ଇପିଲେପ୍‍ଟୋଲୋଜିଷ୍ଟ୍‍ ଓ ସ୍ନାୟୁରୋଗ ବିଶେଷଜ୍ଞ ତଥା କିମ୍‍ସର ପ୍ରଫେସର ଏମିରଟ୍‍ସ ଡ଼ା. ପି ସତିଶ ଚନ୍ଦ୍ର ଯୋଗଦେଇ ଷ୍ଟ୍ରୋକ୍‍ର ପ୍ରତିରୋଧ, ଚିକିତ୍ସା ଓ ଲକ୍ଷଣ ଉପରେ ଆଲୋକପାତ କରିଥିଲେ। ସେ କହିଲେ, କୌଣସି ବ୍ୟକ୍ତିଙ୍କଠାରେ ସନ୍ତୁଳନ ହରାଇବା, ଉଭୟ ଆଖିରେ ଦେଖିବା ସମସ୍ୟା, ମୁହଁ ବଙ୍କା ହୋଇଯିବା, ବାହୁରେ ଦୁର୍ବଳତା କିମ୍ବା କଥା କହିବାରେ ସମସ୍ୟା ଆଦି ଷ୍ଟ୍ରୋକର ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇବା ଆବଶ୍ୟକ। ଷ୍ଟ୍ରୋକ୍‍ ହେଉଛି ଏକ ସମୟ ଭିତ୍ତିକ ସଙ୍କଟାପନ୍ନ ମେଡ଼ିକାଲ ଆପତକାଳ ଏବଂ ମସ୍ତିଷ୍କରେ ସର୍ବାଧିକ କ୍ଷତି ରୋକିବା ନିମନ୍ତେ ଷ୍ଟ୍ରୋକ୍‍ ହେବାର ୪ରୁ ୫ ଘଣ୍ଟା ମଧ୍ୟରେ ରୋଗୀ ହସ୍ପିଟାଲ୍‍ରେ ପହଞ୍ଚିବା ଆବଶ୍ୟକ ବୋଲି ପ୍ରଫେସର ଡ଼ା. ସତିଶ ଚନ୍ଦ୍ର କହିଥିଲେ। ମଧୁମେହ, ମେଦବହୁଳତା, ପୁରୁଣା ହୃଦରୋଗ, ଧୂମପାନ ଓ ମଦ୍ୟପାନ ଯୋଗୁଁ ଷ୍ଟ୍ରୋକର ଆଶଙ୍କା ରହିଥାଏ । ତେଣୁ ଜଣେ ବ୍ୟକ୍ତିକୁ ୪୦ବର୍ଷର ଊର୍ଦ୍ଧ୍ୱ ବୟସ ହେବା ପରେ ସେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରି ଡ଼ାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ  ସ୍ଥାନରୁ ୧୦୦ରୁ ଊର୍ଦ୍ଧ୍ୱ ସ୍ନାୟୁରୋଗ ବିଶେଷଜ୍ଞ ଯୋଗଦେଇଥିଲେ। ସୂଚନାଯୋଗ୍ୟ, କିମ୍‍ସରେ ଏକ ଅତ୍ୟାଧୁନିକ ଷ୍ଟ୍ରୋକ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହି ସେଣ୍ଟରରେ ସପ୍ତାହର ସାତ ଦିନ ସବୁ ସମୟରେ ଷ୍ଟ୍ରୋକ୍‍ ବିଶେଷଜ୍ଞ ଉପଲବ୍‍ଧ ସହ ତ୍ୱରିତ ନିଦାନ ଯଥା ସିଟି ସ୍କାନ୍‍, ଏମ୍‍ଆରଆଇ, ଠିକ୍‍ ସମୟରେ କ୍ଲଟ୍‍-ବୁଷ୍ଟିଂ ମେଡ଼ିସିନ୍‍ର ଉପଯୋଗ ଏବଂ ଆବଶ୍ୟକ ଅନୁଯାୟୀ ମିନିମାଲି ଇନ୍‍ଭାସିଭ କ୍ଲଟ୍‍ ରିମୁଭାଲ୍‍ ପଦ୍ଧତି ସୁବିଧା ରହି ଛି  । ଏହି ଷ୍ଟ୍ରୋକ୍‍ ସେଣ୍ଟର ରୋଗୀଙ୍କ ସର୍ବୋକୃଷ୍ଟ ଯତ୍ନ ସୁନିଶ୍ଚିତ କରିବା ସହ ଏଭଳି ବିଶେଷଜ୍ଞ ଦ୍ୱାରା  ଚିକିତ୍ସା ପ୍ରଦାନ କରାଯାଇଥାଏ ଯେଉଁମାନେ ଷ୍ଟ୍ରୋକ୍‍ର ତ୍ୱରିତ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ବୁଝିଛନ୍ତି।