ବ୍ରିଜ୍ କାମ ପାଇଁ ମୋ’ବସ୍ ସେବା ଠପ୍ : Ommtv News12

ବ୍ରିଜ୍ କାମ ପାଇଁ ମୋ’ବସ୍ ସେବା ଠପ୍ : Ommtv News12

ବ୍ରିଜ୍ କାମ ପାଇଁ ମୋ’ବସ୍ ସେବା ଠପ୍ : Ommtv News12

ବ୍ରିଜ୍ କାମ ପାଇଁ ମୋ’ବସ୍ ସେବା ଠପ୍ : Ommtv News12

ବ୍ରିଜ୍ କାମ ପାଇଁ ମୋ’ବସ୍ ସେବା ଠପ୍

BBSR: ଭିଏସ୍ଏସ୍ ନଗର ରେଳ ଫାଟକ ଉପରେ‌ ଚାଲିଛି ‌ବ୍ରିଜ କାମ। ଗତ ଏକ ବର୍ଷରୁ ଅଧିକ ସମୟଧରି ଚାଲିଥିବା ବ୍ରିଜ୍ କାମ ବର୍ତମାନ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଆଖପାଖ ଛକକୁ ବ୍ଲକ କରିଦିଆଯାଇଛି। ମାତ୍ର ରାସ୍ତା ବ୍ଲକ୍ ହେବାପରେ ବର୍ଷା କାମରେ ବାଧା ସୃଷ୍ଟିକରିଛି। ଯାହାନେଇ କାମ କେବେ ଶେଷ ହେବ ତାହାନେଇ ପ୍ରଶ୍ନବାଚି ସୃ‌ଷ୍ଟିହୋଇଛି। ଭିଏସ୍ଏସ୍ ନଗର ଅଣଓସାରିଆ ରାସ୍ତାରେ ଏହି ବ୍ରିଜ୍ କାମପାଇଁ ଅନ୍ୟ କୌଣସି ବକଳ୍ପ ରାସ୍ତା ନଥିବାରୁ ବର୍ତମାନ ଏହି ଛକଦେଇ ଯାତାୟତ କରୁଥିବା ସମସ୍ତ ବଡ଼ ଯାନ ଚଳାଚଳ ଠପ୍ ହୋଇଯାଇଛି। ଏଥିମଧ୍ୟରେ ୨୫ ନମ୍ବର ରୁଟ୍ ମୋ’ବସ୍ ଆଉ ଏହି ରାସ୍ତାଦେଇ ଆସିପାରୁନାହିଁ। ଫଳରେ ଭିଏସ୍ଏସ୍ ନଗର ଛକ, ଶିଳ୍ପାଞ୍ଚଳ, ମଞ୍ଚେଶ୍ବର ରେଳଷ୍ଟେସନ୍, ରଙ୍ଗମାଟିଆ, ଗାଡ଼କଣ ଓ ଏହାର ଆଖପାଖ ଶହ ଶହ ଯାତ୍ରୀମାନେ ହନ୍ତସନ୍ତହେଉଛନ୍ତି। ବର୍ଷାପାଇଁ ବ୍ରିଜ୍ କାମରେ ମନ୍ଥରଗତିରେ ଚାଲିଥିବାରୁ ଆଗାମି ଆଉ ୬ମାସ ମଧ୍ୟରେ ରାସ୍ତା ବ୍ଲକିଂ ଫିଟିବକି ନାହିଁ ତାହାନେଇ କିଛି କହିହେଉନାହିଁ। ଆଗକୁ ପ୍ରାର୍ବଣଋତୁ ଆସୁଥିବାରୁ ପୂଜା ବଜାର ଭିଡ଼ ଲାଗିରହିବ। ଏହି ସମୟରେ ପୂଜା ସହିତ ରାସ୍ତା ଜାମ ହେବ। କିନ୍ତୁ ବିଣିବିହାରକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଭିଏସ୍ଏସ୍ ନଗର ଛକ ବ୍ଲକିଂ ଥିବାରୁ ଚଳିତବ‌ର୍ଷ ଯାତାୟତରେ ବହୁତ ସମସ୍ୟା ଦେଖାଯିବ ବ‌ୋଲି ବର୍ତମାନଠାରୁ ଅନୁମାନ କରାଯାଉଛି। ଏଠାରେ ଟ୍ରାଫିକ୍ ନିୟନ୍ତ୍ରଣରେ ଥିବା ସହିଦନଗର ଅସ୍ଥାୟୀ ଫାଣ୍ଡି ପୁଲିସ୍ ଦାୟୀତ୍ବହିନତା ପାଇଁ ପ୍ରତିଦିନ ସଂଧ୍ୟାରେ ଟ୍ରାଫିକ୍ ସମସ୍ୟା ଅଣାୟତ ପରିସ୍ତିତି ସୃଷ୍ଟିକରୁଛି। ଛକ ପାରହେବାପାଇଁ ଏକ ଘଣ୍ଟାରୁ ଅଧିକ ଲାଗୁଥି‌ବା ଦେଖିମଧ୍ୟ ପୁଲିସ୍ ସମସ୍ୟାର କୌଣସି ସମାଧାନ କରିପାରୁନାହିଁ। ପାଲଟା ସମସ୍ୟାନେଇ ପ୍ରଶ୍ନକଲେ ବ୍ରିଜ୍ କାମ ଶେଷ ପର୍ଯ୍ୟନ୍ତ ଏହିପରି ପରିସ୍ଥିତି ଭୋଗିବାକୁ ପଡ଼ିବବ‌ୋଲି ଉତ୍ତର ମିଳୁଛି। ମୋ’ବସ୍ ସେବା ବର୍ତମାନ ଏହି ଅଞ୍ଚଳବାସୀମାନଙ୍କ ପାଇଁ ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟଲୋକମାନେ ‌ଅସୋନ୍ତୋଷ ବ୍ୟକ୍ତକରିଛନ୍ତି। ଯଦି ସେହି ରୁଟ୍‌ରେ ବସ୍ ଆସିନପାରୁଛି ତେବେ ଅନ୍ୟ ବିକଳ୍ପ ରାସ୍ତାଦେଇ ସୌନିକସ୍କୁଲ, ରେଲୱେ ଛକଦେଇ ବସ୍ ‌ଚଳାଚଳକଲେ କିଛି ଯାତ୍ରୀ ସୁବିଧାପାଇପାରିବେ ବୋଲି ଦାବିହୋଇଛି।