ଢେଙ୍କାନାଳ ରେ ବିଶ୍ଵ ସଂସ୍କୃତ ଦିବସ ପାଳନ।  : Ommtv News12

 ଢେଙ୍କାନାଳ ରେ ବିଶ୍ଵ ସଂସ୍କୃତ ଦିବସ ପାଳନ।  : Ommtv News12

 ଢେଙ୍କାନାଳ ରେ ବିଶ୍ଵ ସଂସ୍କୃତ ଦିବସ ପାଳନ।  : Ommtv News12

 ଢେଙ୍କାନାଳ ରେ ବିଶ୍ଵ ସଂସ୍କୃତ ଦିବସ ପାଳନ।  : Ommtv News12

ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଢେଙ୍କାନାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ସଂସ୍କୃତ ଦିବସ ସମାରୋହରେ ପାଳିତ ହୋଇଛି। ଶିକ୍ଷାବିତ୍ ସଙ୍କର୍ଷଣ ଶତପଥୀ ଙ୍କ ସଭାପତିତ୍ବରେ ପ୍ରମୋଦ କୁମାର ପରିଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଡଃ ନିରଞ୍ଜନ ଦାସ ବିଶିଷ୍ଠ ଅତିଥି ଭାବେ ଡଃ ଦୁର୍ଗା ମାଧବ ପୃଷ୍ଟି ସମ୍ମାନିତ ଅତିଥି ଭାବେ କବି ବାହାଦୁର ପାଟ୍ଟଶାଣୀ ପ୍ରମୂଖ ଯୋଗ ଦେଇ ସଂସ୍କୃତ ର ସ୍ରୁଷ୍ଟି ଓ ସାହିତ୍ୟ ତାର ଅତୀତ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ପରେ ଏକ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ କବି କବୟିତ୍ରୀ ମାନେ ଯୋଗ ଦେଇ ସେମାନଙ୍କ ସ୍ଵ ରଚିତ କବିତା ପାଠ କରିଥିଲେ। କବୟିତ୍ରୀ ନିବେଦିତା ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସରିତା ପାଟ୍ଟଶାଣୀ, ଡଃ ପ୍ରମୋଦ କୁମାର ନାୟକ, ସତ୍ୟଭାମା ମିଶ୍ର, ବିଭୁ ପ୍ରସାଦ ଶତପଥୀ,ରତିକାନ୍ତ ଗଡନାୟକ ପ୍ରମୂଖ କବି ମାନେ କବିତା ପାଠ କରିଥିଲେ। ଡଃ ଜ୍ଞାନେନ୍ଦ୍ର ନାଥ ଦାସ, ,ଆଲୋଚକ ମଙ୍ଗରାଜ ମହାପାତ୍ର ,ଆଡଭୋକେଟ କେଶବ ବେହେରା ପ୍ରମୂଖ ବହୁ ଶିକ୍ଷାବିତ୍ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉପ ସଭାପତି ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।