ଢେଙ୍କାନାଳ ଆଦୃତା ଶିଶୁ ଗୃହ ପକ୍ଷରୁ ଆଜି ରାକ୍ଷୀ ପୂର୍ଣ୍ଣିମା : Ommtv News12
ଢେଙ୍କାନାଳ ଆଦୃତା ଶିଶୁ ଗୃହ ପକ୍ଷରୁ ଆଜି ରାକ୍ଷୀ ପୂର୍ଣ୍ଣିମା : Ommtv News12
ଢେଙ୍କାନାଳ ଆଦୃତା ଶିଶୁ ଗୃହ ପକ୍ଷରୁ ଆଜି ରାକ୍ଷୀ ପୂର୍ଣ୍ଣିମା : Ommtv News12
(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ଢେଙ୍କାନାଳ ଆଦୃତା ଶିଶୁ ଗୃହ ପକ୍ଷରୁ ଆଜି ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାକ୍ଷୀ ବନ୍ଧନ ଓ ସାମୁହିକ ଜନ୍ମ ଦିବସ ପାଳନ ଉତ୍ସବ ମହାସମାରୋହରେ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଯାଇଛି। ରୋଟାରିଆନ ବିରଞ୍ଚି ନାରାୟଣ ପାଣି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ମଡକର ସମ୍ବିତ ସମ୍ପଦ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉଇଙ୍ଗ୍ କମାଣ୍ଡର ଭବାନୀ ଶଙ୍କର ସିଂହଦେଓ, ଶିଶୁ ବିକାଶ ଅଧ୍ୟକ୍ଷ ପୁଷ୍ପକ କେ ତ୍ରିପାଠୀ ଯୋଗ ଦେଇ ପିତୃମାତୃ ହୀନ ଅନାଥ ଅନ୍ତେବାସୀଙ୍କୁ ସେମାନଙ୍କ ଉଜଳ୍ୱମୟ ଭବିଷ୍ୟତ ଗଠନ ପାଇଁ ଆଦୃତା ଶିଶୁ ଗୃହ ଏକ ମଣିଷ ତିଆରି କାରଖାନା ଭାବେ ଛିଡା ହୋଇ ପାରିଛି ଏବଂ ଅତିଥି ମାନେ ସମସ୍ତ ପ୍ରକାର ସାହାଯ୍ଯ ସହଯୋଗ ର ବଢାଇବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ। ଅନ୍ତେବାସୀଙ୍କ ଗହଣରେ ମୁଖ୍ୟ ଅତିଥି କେକ୍ କାଟିଥିଲେ ଓ ନୃତ୍ୟ ସଙ୍ଗୀତ ଯୋଗ ଉପରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ଓ ନୃତ୍ୟଗୁରୁ ଏମ୍,ଡି, ନାସିମ ଓ ଯୋଗଗୁରୁ ଡଃ ମନସ୍ଵିନୀ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରୋଟାରିଆନ ରାଜ କିଶୋର ବେହେରା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଶିଷ୍ଟ କବି ପରେଶ ପଟ୍ଟନାୟକ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହର ର ବିଶିଷ୍ଠ ବ୍ୟକ୍ତି ଯୁବରାଜ ଅମରଜ୍ୟୋତି ସିଂହଦେଓ, ଯୁବରାଣୀ ମିନାକ୍ଷୀ ଝିଲାନି ସିଂହଦେଓ, ସମାଜସେବୀ ରତିକାନ୍ତ ଗଡନାୟକ, ବିଭୁ ପ୍ରସାଦ ଶତପଥୀ, ଡଃ ଦୟାନିଧି ପୃଷ୍ଟି, ଶୈଳବାଳା ମିଶ୍ର, ବନଜା ମାନସିଂହ ପ୍ରମୂଖ ଶତାଧିକ ବ୍ୟକ୍ତିତ୍ୱ ଯୋଗଦାନ କରିଥିଲେ। ବିଶିଷ୍ଠ ସମାଜସେବୀ ଯୋଗୀନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।