ଲାଞ୍ଜିଗଡ ତହସିଲ କାର୍ଯ୍ୟଳୟ କର୍ମଚାରୀଙ୍କୁ ନୂତନ ଘର ମିଳିବ କେବେ:Ommtv

ଲାଞ୍ଜିଗଡ ତହସିଲ କାର୍ଯ୍ୟଳୟ କର୍ମଚାରୀଙ୍କୁ ନୂତନ ଘର ମିଳିବ କେବେ:Ommtv

ଲାଞ୍ଜିଗଡ ତହସିଲ କାର୍ଯ୍ୟଳୟ କର୍ମଚାରୀଙ୍କୁ ନୂତନ ଘର ମିଳିବ କେବେ:Ommtv

ଲାଞ୍ଜିଗଡ ତହସିଲ କାର୍ଯ୍ୟଳୟ କର୍ମଚାରୀଙ୍କୁ ନୂତନ ଘର ମିଳିବ କେବେ:Ommtv

କଳାହାଣ୍ଡି ଜିଲ୍ଲା,୦୯/୦୫ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଗୋଟେ ଆଦିବାସୀ ବହୁଳ ବ୍ଲକ ଅଟେ ଏହି ବ୍ଲକରେ ୨୬ ଗୋଟି ପଞ୍ଚାୟତକୁ ନେଇ ଏକ ତହସିଲ ୧୯୯୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା I ଏହି ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟ ଅଧୀନରେ ୦୯ ଗୋଟି ରାଜସ୍ବ କାର୍ଯାଳୟ ଅବସ୍ତିତ ହୋଇଅଛି I ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଛାଡିଦେଲେ ଏଗାର ଜଣ କର୍ମଚାରୀ ରହିବାକଥା କିନ୍ତୁ ଏବେ ଅଛନ୍ତି ମାତ୍ର ୦୬ ଜଣ କର୍ମଚାରୀ,ପିଅନ ରହିବା କଥା ୦୬ ଜଣ ରହିବା କଥା କିନ୍ତୁ ଏବେ ଉପସ୍ଥିତ ଅଛନ୍ତି ଦୁଇ ଜଣ କର୍ମଚାରୀ I ୧୯୯୫ ମସିହାରୁ ପ୍ରତିଷ୍ଠିତ ହୋଇ ୨୦ ବର୍ଷ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ କର୍ମଚାରୀ କାର୍ଯ୍ୟଳୟରେ ସମ୍ପୂର୍ଣ ହେଇ ପାରୁଛନ୍ତି ନା କର୍ମଚାରୀଙ୍କ ପାଇଁ ସରକାର ସରକାରୀ ଘରଟିଏ ମଧ୍ୟ ଯୋଗେଇ ପାରୁ ନାହାନ୍ତି I ଯାହାଫଳରେ କର୍ମଚାରୀମାନେ ବିଶ୍ୱନାଥପୁର ଭଡା ଘରଟିଏ ନପାଇ ଶେଷରେ ଖରା,ବର୍ଷା,ତରରେ ନିଜ ଗ୍ରାମକୁ ଅଫିସ କାମ ସାରି ସନ୍ଧ୍ୟାରେ ଯାଇଥାନ୍ତି ବର୍ଷ ବାରମାସ ଯିବା ଆସିବା ମଧ୍ୟ୍ୟ କରିଥାନ୍ତି I ୨୦୧୮ ମସିହାରେ ତତ୍କାଳୀନ ତହସିଲଦାର କର୍ମଚାରୀଙ୍କ ପାଇଁ ଘର ନିର୍ମାଣ କରାଯାଉ ବୋଲି ଜିଲ୍ଲା ଉଚ୍ଚ କତୃପକ୍ଷ ଲିଖିତ ଆକାରେ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ପାଇଁ ଓ ତାଙ୍କ ପରିବାରଙ୍କୁ ନେଇ ସୁବିଧାରେ ରହିବା ପାଇଁ ଜିଲ୍ଲା କତୃପକ୍ଷଙ୍କ ନିଘା ନାହିଁ କି କୌଣସି ପଦକ୍ଷେପ ନାହିଁ I ତହସିଲଦାରଙ୍କ ସରକାରୀ ଘର ନ କହିଲେ ଭଲ ସେହି ଘର ହେଇଅଛି ତାହା ପୁଣି ନିମ୍ନ ମାନର ଘର ବା ଛେଳି କୁଡ଼ିଆ ସଦୃଶ୍ୟ ଅଟେ I ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟ ଅଧୀନରେ ଥିବା ୦୯ ଗୋଟି ରାଜସ୍ବ କାର୍ଯାଳୟ ମଧ୍ୟରୁ ତିନି ଗୋଟି କାର୍ଯ୍ୟାଳୟ ନିଜସ୍ୱ ଘର ଅଛି ବା ସରକାର ଘରଟିଏ ଅଛି କିନ୍ତୁ ଲାଞ୍ଜିଗଡ ଠାରେ ଯେଉଁ ରାଜସ୍ୱ କାର୍ଯ୍ୟାଳୟ ଅଛି ଗୋଟେ ଭଙ୍ଗା ଦଦରା ସରକାରୀ ଘରେ ଚାଲୁ ଅଛି ଆଉ ପାଞ୍ଚ ଗୋଟି ରାଜସ୍ୱ କାର୍ଯ୍ୟାଳୟ ଭଡା ଘରେ ଚାଲୁ ଅଛି,ତାହରି ଉପରେ ମଧ୍ୟ ଜିଲ୍ଲା କତୃପକ୍ଷଙ୍କୁ ଲାଞ୍ଜିଗଡ ସମସ୍ତ ତହସିଲଦାର ବାରମ୍ବାର ଲିଖିତ ଆକାରରେ ଜଣାଉଥିଲେ ମଧ୍ୟ ଜିଲ୍ଲା କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନାହାନ୍ତି I ଯାହାଫଳରେ ଲାଞ୍ଜିଗଡ ଗୋଟିଏ ଆୟତ କ୍ଷେତ୍ରରେ ବଡ଼ ଅଟେ କର୍ମଚାରୀ ଅଭାବ ଦ୍ୱତୀୟରେ ସମସ୍ତ କର୍ମଚାରୀ ଭଡା ଘର ନ ପାଇ ନିଜ ଘରକୁ ଯିବା ଆସିବ ଯୋଗୁଁ ଦୁଇଦିନର କାମ ଗୋଟେ ସପ୍ତାହ ଲାଗି ଯାଉଛି I ଯାହାଫଳରେ ରାଜସ୍ବ ଅଧୀନରେ ଥିବା ସମସ୍ତ ଗ୍ରାମର ଜନସାଧାରଣ ତହସିଲ କାର୍ଯ୍ୟଳୟକୁ ନିଜ କାମ ସମ୍ପୂର୍ଣ ନ କରି ଆସନ୍ତୁଷ୍ଟ ହୋଇ ଫେରିଯାଇଥାନ୍ତି I