କିସ୍‌ରେ ଗ୍ରୀଷ୍ମକାଳିନ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଶିବିର: Ommtv

କିସ୍‌ରେ ଗ୍ରୀଷ୍ମକାଳିନ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଶିବିର: Ommtv

କିସ୍‌ରେ ଗ୍ରୀଷ୍ମକାଳିନ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଶିବିର: Ommtv

କିସ୍‌ରେ ଗ୍ରୀଷ୍ମକାଳିନ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଶିବିର: Ommtv

ଚନ୍ଦ୍ରଶେଖରପୁର, ୬/୫(KV): କିସ୍‌ରେ ଆରମ୍ଭ ହୋଇଛି ଆଠ ଦିନିଆ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଶିବିର। ଯାହାକୁ ଆନୁଷ୍ଠାନିକ ଭାବେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଛନ୍ତି। ଶିକ୍ଷାର୍ଥୀମାନଙ୍କୁ ଉତ୍ତମ ଶିକ୍ଷା ସହ ଭଲ ମଣିଷ ହେବାରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ବଡ଼ ଭୂମିକା ଥିବାରୁ ପିଲାମାନଙ୍କ ଭଲ ଚରିତ୍ର ଗଠନପାଇଁ ବର୍ତମାନର ଡ଼ିଜିଟାଲ ଯୁଗରେ ଆବଶ୍ୟକଠାରୁ ଅଧିକ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ଶ୍ରୀ ସାମନ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ କିସ୍ ବରିଷ୍ଠ ଅଧିକାରୀ ଏବଂ ପ୍ରତିଷ୍ଠାତାଙ୍କ ଦ୍ବାରା ବାର୍ଷିକ ସ୍ମରଣିକା ଉଦ୍‌ଘାଟନ ହୋଇଥିଲା। ଉଦ୍‌ଘାଟନି ଉତ୍ସବରେ ଭୁବନେଶ୍ବର ସମତେ କଳାହାଣ୍ଡି, ବଲାଙ୍ଗିର, ମୟୁରଭଞ୍ଜ, ବାଲେଶ୍ବର କିସ୍ ବିଦ୍ୟାଳୟ ଏବଂ ଭୁବନେଶ୍ବର କିଟ୍ ପବ୍ଲିକ୍ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ। ଆଠଦିନ ବ୍ୟାପି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବହୁ ପ୍ରତିଷ୍ଠିତ ଶିକ୍ଷକ, ଶିକ୍ଷୟତ୍ରୀ,ଅଧ୍ୟାପକ, ଅଧ୍ୟାପିକା , ବ‌ୈଜ୍ଞାନିକ, ଗବେଷକ, ପ୍ରବର୍ତ୍ତକ, ଯୋଗ ଏବଂ ନୃତ୍ୟ ପ୍ରଶିକ୍ଷକମାନେ ଯୋଗଦେଇ ଶିବିରରେ ନିଜର ଅନୁଭୁତି ଏବଂ ନୂତନ ଶିକ୍ଷା ବ୍ୟବସ୍ଥା ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ଆଲୋଚନା କରିବେ।