ଲଗାତାର ୧୮ବର୍ଷ ଧରି କିସ୍ର ଶତ ପ୍ରତିଶତ ସଫଳତା:Ommtv
ଲଗାତାର ୧୮ବର୍ଷ ଧରି କିସ୍ର ଶତ ପ୍ରତିଶତ ସଫଳତା:Ommtv
ଲଗାତାର ୧୮ବର୍ଷ ଧରି କିସ୍ର ଶତ ପ୍ରତିଶତ ସଫଳତା:Ommtv

(KV): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍ ହାର ୯୪.୯୩% ରହିଥିବା ବେଳେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। କିସ୍ ଆରମ୍ଭରୁ ଲଗାତାର ୧୮ବର୍ଷ ଧରି ଏହାର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି। ଚଳିତ ବର୍ଷ ସ୍କୁଲ୍ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୧ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି ଦ୍ୱତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିସ୍ ଛାତ୍ରୀ ଖଇରାଣୀ ମାଝୀ ସର୍ବାଧିକ ୫୬୦ ନମ୍ବର ରଖି ଏ୧ସ୍ଥାନରେରହି ସ୍କୁଲ୍ ଟପ୍ପର ହୋଇଛନ୍ତି। ସେହିଭଳି ବର୍ଷାରଣୀ ଟୁଡ଼ୁ ମଧ୍ୟ ୫୪୫ ନମ୍ବର ରଖି ଏ୧ ସ୍ଥାନହାସଲ କରିଛନ୍ତି। ଏହା ସହିତ କିସ୍ର ସଉରା, ବଣ୍ଡା, ଜୁଆଙ୍ଗ, ଖଡ଼ିଆ, ଲୋଧା, ପାଉଡ଼ି ଭୂୟାଁ ଆଦି ଅତି ଦୁର୍ବଳ ଜନଜାତି ବର୍ଗର ୨୦୧ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥର ଭଲ ପ୍ରଦର୍ଶନ କରିଛନ୍ତି। ଖୁସିର କଥା ଚଳିତବର୍ଷ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ରାଜ୍ୟରୁ ଆସି କିସ୍ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ସଫଳତା ହାସଲ କରିଛନ୍ତି। କିସ୍ ଫଳାଫଳ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
