ସାମାନ୍ୟ ବର୍ଷାରେ ଭିଏସଏସ ନଗର ଜଳମଗ୍ନ : ଓମଟିଭି

ଦିନ ତମାମ ‌ଏବେ ଝିପି ଝିପି ବର୍ଷା ଲାଗିରହୁଛି। ଏହି ସାମାନ୍ୟ ଝିପି ଝିପି ବର୍ଷାରେ ଭୁବନେଶ୍ବର ମହାନଗର ନିଗମ ୱାର୍ଡ଼ ୧୧ର ଜନଗହଳି ରାସ୍ତା ଭିଏସଏସ ନଗର ହୋଇଉଠିଛି ଜଳମଗ୍ନ। ଗତ ୪ଦିନ ହେଲାଣି ଭିଏସଏସ ନଗର ହାଟ ଛକରେ ଥିବା ରାସ୍ତାରୁ ବର୍ଷାପାଣି ନିସ୍କାସନ ହୋଇ ପାରୁ ନାହିଁ।

ସାମାନ୍ୟ ବର୍ଷାରେ ଭିଏସଏସ ନଗର ଜଳମଗ୍ନ : ଓମଟିଭି

ସାମାନ୍ୟ ବର୍ଷାରେ ଭିଏସଏସ ନଗର ଜଳମଗ୍ନ : ଓମଟିଭି

ଭୁବନେଶ୍ଚର, (ଓମ, ରିପୋର୍ଟ : ପିନୁ ନାୟକ): ଦିନ ତମାମ ‌ଏବେ ଝିପି ଝିପି ବର୍ଷା ଲାଗିରହୁଛି। ଏହି ସାମାନ୍ୟ ଝିପି ଝିପି ବର୍ଷାରେ ଭୁବନେଶ୍ବର ମହାନଗର ନିଗମ ୱାର୍ଡ଼ ୧୧ର ଜନଗହଳି ରାସ୍ତା ଭିଏସଏସ ନଗର ହୋଇଉଠିଛି ଜଳମଗ୍ନ। ଗତ ୪ଦିନ ହେଲାଣି ଭିଏସଏସ ନଗର ହାଟ ଛକରେ ଥିବା ରାସ୍ତାରୁ ବର୍ଷାପାଣି ନିସ୍କାସନ ହୋଇ ପାରୁ ନାହିଁ। ଯାହାନେଇ ସ୍ଥାନୀୟ ଲୋକ ହେଉଛନ୍ତି ହନ୍ତସନ୍ତ । ‌ଅଣ ଓସାରିଆ ଏହି ରାସ୍ତାର ଗୋଟିଏ ଭାଗରେ ସ୍ବ‌ରେଜେ ପାଣି କିଛି ଦିନ ପୂର୍ବେ ଗାତ ଖୋଳାଯାଇଥିଲା। ଯାହାର ମରାମତି କାର୍ଯ୍ୟ ହେଲା ନାହିଁ। ଫଳରେ ଏବେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି। ଯେଉଁ ଖାଲରେ ବର୍ଷାପାଣି ଜମିରହୁଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଭିଏସଏସ ନଗରର ବିଭିନ୍ନ ସ୍ଥାନରେ ପାଣି ଜମି ଡ଼େଙ୍ଗୁ ବ୍ୟାପୁଥିବା ନେଇ ନିକଟରେ ବିଏମସି ଚିହ୍ନଟ କରିଥିଲା। ଏବେ ରାସ୍ତାର ବିଭିନ୍ନ ସ୍ଥାନରେ ଜମୁଥିବା ପାଣି ପାଇଁ ସଂଧ୍ୟାହେଲେ ମଶାଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ସମସ୍ୟାରେ ପଡ଼ି ଲୋକମାନେ ସ୍ଥାନୀୟ କର୍ପୋରେଟର୍ ପ୍ରଭାସିନୀ ମହାନ୍ତିଙ୍କୁ ପାଣି ଜମାହୋଇଥିବା ସବୁ ସ୍ଥାନରେ ମାଟି ପକାଇ ସମାନ କରିବାପାଇଁ ନିବେଦନ କରିଛନ୍ତି। ହେଲେ ସମସ୍ୟାର ସମାଧାନ ଏଯାଏ ହୋଇପାରୁ ନଥିବାରୁ ଦଶା ଭୋଗୁଛନ୍ତି ଯାତାୟତ କରୁଥିବା ଯାତ୍ରୀ ଓ ବଜାରର ବ୍ୟବସାୟୀମାନେ। ଫଳରେ ରାଜଧାନୀର ଚାକଚକ୍ୟ ଭିତରେ ଅଣଦେଖା ହୋଇଯାଇଥିବା ଭିଏସଏସ ନଗରର ରାସ୍ତାକୁ ଦେଖି ଲୋକମାନେ ନାକ ଟେକୁଛନ୍ତି।