ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ରେ ପଞ୍ଚମ ସ୍ଥାନରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉପାନ୍ତ ଇଲାକାର ଝିଅ ବବିତା ଦୋରା :Ommtv kalinga vikas

କଳାହାଣ୍ଡି ଜିଲ୍ଲା, ୦୪/୧୧ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ଼ର ଛାତ୍ରୀ ଖୋର୍ଦ୍ଧା ସ୍ଥିତ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୯ତମ ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ କଳାହାଣ୍ଡି ଜିଲ୍ଲା ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାଳକ ବିଭାଗ ରୁ ୯ନବମ ଶ୍ରେଣୀ ଗୌତମ ହରିଜନ ଓ ବାଳିକ ବିଭାଗ ରୁ ବବିତା ଦୋରା ଅଂଶ ଗ୍ରହଣ କରିଥିଲେ।

ସେଥି ମଧ୍ୟରୁ ବାଳିକ ବିଭାଗ ପକ୍ଷରୁ ଭୂବନଶ୍ବର ର ନିର୍ମଳା କୁଳେଇ ପ୍ରଥମ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟୁଷା କର ଦିତୀୟ,କଟକ ଜିଲ୍ଲାର ଜୟିତା ବେହେରା ତୃତୀୟ, ସୁନ୍ଦରଗଡ ଜିଲ୍ଲା ର ଭାଗ୍ୟଶ୍ରୀ ସିଂ ଚତୁର୍ଥ ଏବଂ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକରୁ ବବିତା ଦୋରା ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ପକ୍ଷରୁ ଓ ଲାଞ୍ଜିଗଡ଼ ଶିକ୍ଷା ବିଭାଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଶୁଭଶ୍ରୀ ସାମନ୍ତରାୟ, ଶାରିରୀକ ଶିକ୍ଷକ ଅଜୟ କୁମାର ପଲେଇ,ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ସୁଅ ଛୁଟୁ ଥିବା ଥିବା ବେଳେ ଆଦର୍ଶ ବିଦ୍ୟାଳୟ ରେ ଖୁସିର ଲହରୀ ଖେଳିଯାଇଛି I