ଲାଞ୍ଜିଗଡ କ୍ଷେତ୍ରୀୟ ସମାଜ ନାମରେ ଅଶ୍ଳୀଳ ଭାଷରେ ସୋସିଆଲ ମିଡିଆରେ ବୁଲଥିବା ମନ୍ତବ୍ୟକୁ ନେଇ ଆଜି ଜିଲ୍ଲାପାଳ ଓ ଅIରକ୍ଷ ନିରକ୍ଷକ ଦ୍ୱାରସ୍ତ ହେଲେ ଲାଞ୍ଜିଗଡ କ୍ଷେତ୍ରୟ ପାଇକ ସମାଜ Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୦୩/୧୧ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଗତ ବୁଧୁବାର ୨୯/୧୦/୨୫ ତାରିଖ ଦିନ ଲାଞ୍ଜିଗଡ ସ୍ଥିତ ପ୍ରଧାନୀ ପଡ଼ା ମହେନ୍ଦ୍ର ଦଳେଇ ମୃତ୍ୟୁ ହୋଇଥିଲା I ତାଙ୍କର ମୃତ୍ୟୁ ଶବକୁ ତିନି ଜଣ ନାବାଳିକା ଓ ଜଣେ ନାବାଳକ ମୃତ୍ୟୁ ଦେହକୁ ନେଇ ଯାଉଥିବା ଫୋଟୋ ଓ ଭିଡିଓ କରି କିଛି ସାମ୍ବାଦିକ ବନ୍ଧୁ ମିଛ ପ୍ରଚାର କରି ନିୟୁଜ କରି ସୋସିଆଲ ମିଡିଆରେ ଛାଡିଥିଲେ I ସେହି ସୋସିଆଲ ମିଡିଆରେ ଛାଡ଼ିଥିବା ନିୟୁଜ ଉପରେ କିଛି ଖଳ ପ୍ରକୃତିର ଲୋକ "କ୍ଷେତ୍ରୀୟ ପାଇକ ସମାଜ" କୁ ଅସଭ୍ୟ ଭାଷାରେ ମନ୍ତବ୍ୟ ଦେଇଥିଲେ I ତାପରେ ଅଶ୍ଳୀଳ ଭାଷାରେ ଲେଖାକୁ ନେଇ ଲାଞ୍ଜିଗଡ ଗ୍ରାମର ଜନସାଧାରଣ ନାପସନ୍ଦ କରିଥିଲେ,କ୍ଷେତ୍ରୟ ପାଇକ ସମାଜ ଓ ଲାଞ୍ଜିଗଡର ସମସ୍ତ ଜାତି ଧର୍ମର ଜନସାଧାରଣ ଯାଇ ଲାଞ୍ଜିଗଡ ଥାନାର ଦ୍ୱାରସ୍ତ ହୋଇଥିଲେ ୩୦/୧୦/୨୫ ତାରିଖ ଦିନ,ଯେଉଁ ଖଳ ପ୍ରକୃତିର ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ସେମାନଙ୍କୁ ଗିରଫ କରାଯାଉ ବୋଲି ଲାଞ୍ଜିଗଡ ଥାନାରେ ଏତଲା ଦିଆ ଯାଇଥିଲା I
ଉପରପକ୍ଷରେ କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ କୁଳIଦକ୍ଷ ଚନ୍ଦ୍ରଧ୍ଵଜ ପେସନିଆ କହିଛନ୍ତି ଯେ ଯେଉଁ ମିଡ଼ିଆ ବନ୍ଧୁ ମାନେ ଅପ ପ୍ରଚାର ମିଛ କଥାକୁ ନେଇ ପ୍ରଚାର କରୁଛନ୍ତି ଆମର ଲାଞ୍ଜିଗଡ ବାସୀ ତରଫରୁ ଜଣାଉଅଛୁ ଯେ ଦୁଇ ପକ୍ଷଙ୍କୁ ଠାରୁ ପଚାରି ଖବରକୁ ପ୍ରସାରିତ କରନ୍ତୁ I ଆଜି ଲାଞ୍ଜିଗଡର ସମସ୍ତ ଜାତି ଧର୍ମର କିଛି ଭଦ୍ର ଲୋକ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଓ କଳାହାଣ୍ଡି ଆରକ୍ଷୀ ଅଦକ୍ଷକଙ୍କ ଭେଟି ନିରପକ୍ଷ ତଦନ୍ତ କରାଯାଉ ବୋଲି ଦାବି ପତ୍ର ଦିଆଗଲା I କ୍ଷେତ୍ରୟ ପାଇକ ସମାଜ କଳାହାଣ୍ଡି ଜିଲ୍ଲା କୁଳIଦକ୍ଷ ଚନ୍ଦ୍ରଧ୍ଵଜ ପେସନିଆଙ୍କ ନେତୃତ୍ୱ ରେ ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ କୁମାର ଘଡେଇ,ପୂର୍ବ ମଣ୍ଡଳ ମୁଖ୍ୟ ସମ୍ପାଦକ ବାସୁଦେବ ପ୍ରଧାନୀ,ଲାଞ୍ଜିଗଡ ପଲ୍ଲୀ ସଭାପତି ଶିଶିର କୁମାର ପୂଜାରୀ, ଲାଞ୍ଜିଗଡ ଉପ ମଣ୍ଡଳ କୁଳ ସଦର ଯୁଧିଷ୍ଠିର ପାତ୍ର,ପଲ୍ଲୀ ସଭାପତି ବିଶ୍ୱନାଥ ପୁର ଅନନ୍ତରାମ ପ୍ରଧାନୀ,କୁଳ ସଦର ଭବାନୀପାଟଣା ସନ୍ତୋଷ ଧଙ୍ଗଡ଼ାମାଝୀ, ମଣ୍ଡଳ ସଦସ୍ୟ ସନାତନ ରାଉତ,ଉପ ମଣ୍ଡଳ ସମ୍ପାଦକ ଉଦୟଭାନୁ ପାତ୍ର ଓ ସଦସ୍ୟ ଅନନ୍ତରାମ ଦଳେଇ,ରବି ଦଳେଇ,ହୃଷିକେଶ ଦଳେଇ, ରାଧା ମୋହନ ପୂଜାରୀ,ଭଗବାନ ଦଣ୍ଡସେନା, କ୍ଷିତି ଘଡେଇ,ଗୋପୀନାଥ ପୂଜାରୀ, ରାମଚନ୍ଦ୍ର ବାନ୍ଧପାରିଆ,ପ୍ରମୋଦ ପୂଜାରୀ ଏଇ ସମସ୍ତ ଭଦ୍ର ବ୍ୟକ୍ତି ଯାଇ ଭେଟିଲେ I