ନିର୍ମାଣଧୂନ ଘର୍ଲାଜୋର ପୋଲର ୨୫ ଫୁଟ ତଳେ ପଡିଲା ଦୁଇ ବାଇକ ଜଣେ ମୃତ ୦୨ ଗୁରୁତର I
ନିର୍ମାଣଧୂନ ଘର୍ଲାଜୋର ପୋଲର ୨୫ ଫୁଟ ତଳେ ପଡିଲା ଦୁଇ ବାଇକ ଜଣେ ମୃତ ୦୨ ଗୁରୁତର I
ନିର୍ମାଣଧୂନ ଘର୍ଲାଜୋର ପୋଲର ୨୫ ଫୁଟ ତଳେ ପଡିଲା ଦୁଇ ବାଇକ ଜଣେ ମୃତ ୦୨ ଗୁରୁତର I
===============================
କଳାହାଣ୍ଡି ଜିଲ୍ଲା,୧୧/୦୩ (କଳିଙ୍ଗ ବିକାଶ) ବିଳମ୍ବିତ ରାତିରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର କଲମପୁର ଘର୍ଲାଜୋର ନିର୍ମାଣଧୀନ ପୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହେଇଛନ୍ତି। ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ବଡବଣ୍ଡେଲ ଗ୍ରାମର ଏକ ବରଯାତ୍ରୀ ଦଳ କଲମପୁର ଥାନା ଅଧ୍ଵନସ୍ଥ କଦଳିଚୁଆଁକୁ ଆସିଥିଲେ । କିଛି ବରଯାତ୍ରୀ ବାଇକ ଯୋଗେ ମଧ୍ୟ ଆସିଥିଲେ । ବିବାହ ଭୋଜି ଖାଇ ସାରିବା ପରେ ବିଳମ୍ବିତ ରାତିରେ ବଡବଣ୍ଡେଲ ଗ୍ରାମର ମଳୟ ନାଏକ, ହେମନ୍ତ ମାଝୀ , ଗଜିନ୍ଦ୍ର ପରାଭୋଇ ଏବଂ ଜୟମଲ ମାଝୀ ନାମକ ୦୪ ଯୁବକ ଓ.ଡି ୦୮ ଓ୍ବାଇ ୯୦୨୯ ଏବଂ ଓ.ଡି ୦୮ ଡବ୍ଲ୍ୟୁ ୩୧୬୧ ନମ୍ବର ବିଶିଷ୍ଟ ବାଇକ ଯୋଗେ କଲମପୁର ଦେଇ ଫେରୁଥିଲେ । ଏହି ସମୟରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାରେ ଥିବା ନିର୍ମାଣଧିନ ଘର୍ଲାଜୋର ପୋଲର ୨୫ ଫୁଟ ତଳେ ପଡି ଯାଇଥିଲେ । ତାପରେ ୦୪ ଜଣଙ୍କ ମଧ୍ୟରୁ ମଳୟ, ହେମନ୍ତ ଏବଂ ଗଜେନ୍ଦ୍ର ଗୁରୁତର ହେଇଥିବା ବେଳେ ଜୟମଲ ସୁରକ୍ଷିତ ରହିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ୦୩ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଚିକିତ୍ସା ଦାଇତ୍ବରେ ଥିବା ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ଦୀର୍ଘ ୦୩ ଘଣ୍ଟାରୁ ଅଧୁକ ସମୟ ଧରି କୌଣସି ଆମ୍ବୁଳାନ୍ସ ଉପଲବ୍ଧ ନଥିବାରୁ ବହୁ ବିଳମ୍ବରେ ବୁଧବାର ଭୋର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧନ ଅବସ୍ଥାରେ ମଳୟର ମୃତ୍ୟୁ ଘଟିଥିଲା । ଏନେଇ କଲମପୁର ପୁଲିସ ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏସ.ଆଇ ଶିବଶଙ୍କର ମହାନ୍ତି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ ହେଇ ଦୁର୍ଘଟଣାଗ୍ରସ୍ଥ ଦୁଇ ବାଇକକୁ ଜବତ କରିଛନ୍ତି । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ କରାଯାଇଥିଲା, ତାପରେ ବ୍ୟବଚ୍ଛେଦ ଶବକୁ ମୃତ୍ୟୁକ ପରିବାରକୁ ହାସତନ୍ତ୍ର ପୋଲିସ ଶ୍ରୀ ମହାନ୍ତିଙ୍କ ଉପସ୍ଥିତର କରାଯାଇଥିଲା I

