ଶିଖରଚଣ୍ଡୀରେ ଯୁବ ବନ୍ଧୁ ମିଳନ ଉତ୍ସବ, ଯୁବକ ମାନଙ୍କୁ ମିଳିବ ମାସିକ ୨ ଶହ ଟଙ୍କା ମୋବାଇଲ ରିଚାର୍ଜ : Ommtv.in

ଶିଖରଚଣ୍ଡୀରେ ଯୁବ ବନ୍ଧୁ ମିଳନ ଉତ୍ସବ, ଯୁବକ ମାନଙ୍କୁ ମିଳିବ ମାସିକ ୨ ଶହ ଟଙ୍କା ମୋବାଇଲ ରିଚାର୍ଜ

ଶିଖରଚଣ୍ଡୀରେ ଯୁବ ବନ୍ଧୁ ମିଳନ ଉତ୍ସବ, ଯୁବକ ମାନଙ୍କୁ ମିଳିବ ମାସିକ ୨ ଶହ ଟଙ୍କା ମୋବାଇଲ ରିଚାର୍ଜ : Ommtv.in

ଶିଖରଚଣ୍ଡୀରେ ଯୁବ ବନ୍ଧୁ ମିଳନ ଉତ୍ସବ, ଯୁବକ ମାନଙ୍କୁ ମିଳିବ ମାସିକ ୨ ଶହ ଟଙ୍କା ମୋବାଇଲ ରିଚାର୍ଜ : Ommtv.in

ଭୁବନେଶ୍ୱର,୧୦ା୩ ଭୁବନେଶ୍ୱରର ମା ଶୀଖରଚଣ୍ଡୀ ମନ୍ଦିରର ପାଦଦେଶରେ ୧ ଓ ୨ ନମ୍ବର
ୱାର୍ଡର ଯୁବକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
କର୍ପୋରେଟର ମିହିର କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,
ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ । ଯୁବକ ମାନେ ଏକାଠି ରହି, ନିଜ ନିଜ
ଭିତରେ ସୁସମ୍ପର୍କ ରଖି ସମାଜ ସେବାରେ ନିୟୋଜିତ ହେବାପାଇଁ ଅତିଥି ମାନେ
ପରାମର୍ଶ ଦେଇଥିଲେ । କର୍ପୋରେଟର ମିହିର କୁମାର ରାଉତ କହିଥିଲେ ୧ ଓ ୨ ନମ୍ବର
ୱାର୍ଡର ଯୁବ ବନ୍ଧୁ ମାନେ ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟ କରି
ଆସୁଛନ୍ତି । ରକ୍ତଦାନ, ବୃକ୍ଷ ରୋପଣ କରିବା ସହିତ ବନ୍ୟା, ବାତ୍ୟା ଓ ମହାମାରୀ
ସମୟରେ ମୋ ସହିତ ରହି ଲୋକମାନଙ୍କର ସେବା କରିବା ସହ ସୁବିଧା ଅସୁବିଧାରେ
ସାହାର୍ଯ୍ୟ ସହଯୋଗ କରିଛନ୍ତି । ଆମ ୱାର୍ଡରେ ସବୁଦିନ ଏପରି ଭାଇଚାରା
ବଞ୍ଚିରହୁ ଓ ଯୁବ ବନ୍ଧୁମାନେ ଭଲ ପାଠ ପଢି ଉଚ୍ଚ ଶିକ୍ଷିତ ହୁଅନ୍ତୁ । ଏହି ଅବସରରେ
୧୭ ବର୍ଷରୁ ୨୩ ବର୍ଷ ମଧ୍ୟରେ ଅଧ୍ୟୟନରତ ଯୁବକ ମାନଙ୍କୁ ମାସିକ ୨ ଶହ ଟଙ୍କା
ମୋବାଇଲ ରିଚାର୍ଜ ପାଇଁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।