ୟୁଏସ୍‍ବିଏମ୍‍ରେ ଜାତୀୟ ଆଲୋଚନାଚକ୍ର : Ommtv

ୟୁଏସ୍‍ବିଏମ୍‍ରେ ଜାତୀୟ ଆଲୋଚନାଚକ୍ର : Ommtv

ୟୁଏସ୍‍ବିଏମ୍‍ରେ ଜାତୀୟ ଆଲୋଚନାଚକ୍ର : Ommtv

ୟୁଏସ୍‍ବିଏମ୍‍ରେ ଜାତୀୟ ଆଲୋଚନାଚକ୍ର : Ommtv

ଚନ୍ଦ୍ରଶେଖରପୁର, ୨୩/୧୧(Ommtv): ପଟିଆସ୍ଥିତ ୟୁନାଇଟେଡ୍ ସ୍କୁଲ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ (ୟୁଏସ୍‌ବିଏମ୍) ରେ ନିଉ ଏଜ ଇନୋଭେସନ୍ ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର୍ ଓମକାର ନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଭାରତ ଆଗରେ ନୂତନ ଆବିଷ୍କାର ଓ ଧାରଣୀୟ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଥିବା ପ୍ରତିବନ୍ଧକ ଗୁଡ଼ିକୁ ଦୂର କରିବା ପାଇଁ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ବିଶେଷଜ୍ଞ ଭାବେ ଆଇଆଇଏମ୍‍ ବେଙ୍ଗାଲୁରୁର ପ୍ରଫେସର୍ ସୁଶାନ୍ତ କୁମାର ମିଶ୍ର, ଆଇଏମ୍‍ଏମ୍‍ଟିର ବରିଷ୍ଠ ବୈଜ୍ଞାନିକ ଟି ପବନ କୁମାର, ଏକ୍ସଆଇଏମ୍‍ବି ୟୁନିଭରସିଟିର ପ୍ରଫେସର୍ ସୁତପା ପତି ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ନି‌ର୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ, ଉପଦେଷ୍ଟା ପ୍ରଫେସର୍ କାହ୍ନୁ ଚରଣ ସ୍ଵାଇଁ ଓ ଅଧ୍ୟକ୍ଷ ପ୍ରଫେସର୍ ସଂଜୀବ କୁମାର ଦାସ ସମସ୍ତ ବିଶେଷଜ୍ଞ ଓ ନିମନ୍ତ୍ରିତ ଅତିଥିଙ୍କୁ ସ୍ଵାଗତ କରିଥିଲେ। ନନ୍ଦିତା ମହାପାତ୍ରଙ୍କ ଦ୍ଵାରା ସଂଯୋଜିତ ଓ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଦ୍ଵାରା ସଞ୍ଚାଳିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମ୍ୟାନେଜମେଣ୍ଟ୍ ତଥା ଇଞ୍ଜିନିୟରିଙ୍ଗ୍ କଲେଜର ଅଧ୍ୟାପକ, ଅଧ୍ୟାପିକା, ଏବଂ ୟୁଏସ୍‍ବିଏମ୍‍ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।