Kims Doctors breakthrough 3 month old babys retina surgery : Ommtv

Kims Doctors breakthrough 3 month old babys retina surgery

Kims Doctors breakthrough 3 month old babys retina surgery : Ommtv

କିମ୍‍ସ ଡାକ୍ତରଙ୍କ ସଫଳତା, ୩ ମାସ ଶିଶୁର ରେଟିନା ଅସ୍ତ୍ରୋପଚାର : Ommtv
ଭୁବନେଶ୍ୱର,୨୨ା୫: ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଡାକ୍ତର ପ୍ରଶଂସା ସାଉଁଟିଛନ୍ତି। କିମ୍‌ସ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୩ ମାସର ଶିଶୁଠାରେ ଦୃଷ୍ଟିଶକ୍ତି ଉପରେ ସନ୍ଦେହ ହେବାରୁ ଶିଶୁଟିର ରେଟିନା ସ୍କ୍ରିନିଂ କରାଇବା ପାଇଁ ଡାକ୍ତର ପରମର୍ଶ ଦେଇଥିଲେ। ସ୍କ୍ରିନିଂରେ ଶିଶୁର ଦୃଷ୍ଟିଶକ୍ତିରେ ଆବଶ୍ୟକତା ଅନୁସାରେ ଉନ୍ନତି ଘଟୁ ନ ଥିବାରୁ ଶିଶୁଟି ଦେଖିବାକୁ ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଚକ୍ଷୁ ଚିକିତ୍ସା ବିଭାଗର ରେଟିନା ସର୍ଜନ ଡା. ମନ୍ମଥ କୁମାର ଦାସଙ୍କ ପ୍ରୟାସ କ୍ରମେ ଶିଶୁକୁ ଲେଜର ପ୍ରଣାଳୀରେ ଚିକିତ୍ସା କରାଯାଇଥିଲା ଓ ପରେ ଡା. ଦାସ ଶିଶୁର ବାମ ଆଖିରେ ଅସ୍ତ୍ରୋପଚାର କରିଥିଲେ। ଶିଶୁର ବୟସ ମାତ୍ର ୩ ମାସ ହୋଇଥିବାରୁ ଏଭଳି ଅସ୍ତ୍ରୋପଚାର ଯଥେଷ୍ଟ ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ତେବେ ଡା. ଦାସଙ୍କ ନେତୃତ୍ୱରେ କିମ୍‍ସ ଶିଶୁ ରୋଗ ବିଭାଗର ଡା. ସନ୍ତୋଷ ପଣ୍ଡା, ଡ. ଶାଶ୍ୱତୀ ଦାସଙ୍କୁ ନେଇ ୫ ଜଣିଆ ଡାକ୍ତରୀ ଦଳ ଦୀର୍ଘ ୧ଘଣ୍ଟା ସମୟ ପରିଶ୍ରମ କରି ଶିଶୁଠାରେ ରେଟିନା ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ। ଏବେ ଶିଶୁଟି ଭଲ ଅଛି ଓ ଦେଖିପାରୁଥିବା ଜଣାପଡ଼ିଛି। ଓଡ଼ିଶାରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ବୋଲି ଡା. ଦାସ କହିଛନ୍ତି।
ଜଣେ ମାଆ ୩୭ରୁ ୪୦ ସପ୍ତାହ ଭିତରେ ସ୍ୱାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ। ଏହା ଠାରୁ କମ୍ ଦିନ ମଧ୍ୟରେ ଜନ୍ମ ହେଉଥିବା ଶିଶୁଙ୍କୁ ଅପରିପକ୍ୱ ବୋଲି କୁହାଯାଇଥାଏ। ୧୭୫୦ ଗ୍ରାମରୁ କମ୍ ଓଜନ ଥିଲେ ଏହି ଶିଶୁଙ୍କଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ସେମାନଙ୍କ ମଧ୍ୟରୁ ଅନେକଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହେବାର ଆଶଙ୍କା ଥାଏ। ତେବେ ଠିକ୍‍ ସମୟରେ ରେଟିନା ସ୍କ୍ରିନିଂ କରାଗଲେ ଶିଶୁଙ୍କଠାରେ ଥିବା ଦୃଷ୍ଟି ଜନିତ ସମସ୍ୟା ଜଣାପଡ଼ିଥାଏ ଓ ସଫଳ ଚିକିତ୍ସା କରାଯାଇପାରେ ବୋଲି ଡା. ଦାସ ସୂଚନା ଦେଇଛନ୍ତି। ରାଜ୍ୟ ବାହାରେ ଏହି ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବା ବେଳେ କିମ୍‌ସରେ ଅତ୍ୟାଧୁନିକ ପଦ୍ଧତିରେ ଓ କମ୍‍ ଖର୍ଚ୍ଚରେ ହୋଇପାରୁଛି। ଅସ୍ତ୍ରୋପଚାର ପରେ ଶିଶୁଟିର ବାପା, ମାଆ ଖୁସି ବ୍ୟକ୍ତ କରିବା ସହ ଡା. ଦାସ ଓ ତାଙ୍କ ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି। ଅପରପକ୍ଷରେ କିମ୍‍ସରେ ଏଭଳି ବିରଳ ଓ ସଫଳ ଅସ୍ତ୍ରୋପଚାର କରିଥିବାରୁ କିଟ୍‌, କିସ୍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତ ଶିଶୁର ଆରୋଗ୍ୟ କାମନା କରିବା ସହ ସର୍ଜନ ମନ୍ମଥ କୁମାର ଦାସ ଓ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। #KIMS #kimshospital #BhubaneswarNews #Ommtv #Omtv #Kalingacinearts #NBPC