ଟୁଆଁ ଟୁଇଁ ଶିଶୁ ମହୋତ୍ସବରେ ୧୨୭ ପ୍ରତିଭାଙ୍କୁ ସମ୍ମାନିତ : OmmTv

ଟୁଆଁ ଟୁଇଁ ଶିଶୁ ମହୋତ୍ସବରେ ୧୨୭ ପ୍ରତିଭାଙ୍କୁ ସମ୍ମାନିତ

ଟୁଆଁ ଟୁଇଁ ଶିଶୁ ମହୋତ୍ସବରେ ୧୨୭ ପ୍ରତିଭାଙ୍କୁ ସମ୍ମାନିତ : OmmTv

ଟୁଆଁ ଟୁଇଁ ଶିଶୁ ମହୋତ୍ସବରେ ୧୨୭ ପ୍ରତିଭାଙ୍କୁ ସମ୍ମାନିତ : OmmTv

: ଆଜି ଶିଶୁ ଦିବସ ଅବସରରେ କଳିଙ୍ଗ ସିନେ ଅର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ମଞ୍ଚେଶ୍ବର ମା’ବାସୁଳାଇ କ୍ଲବ୍ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଟୁଆଁ ଟୁଇଁ ଶିଶୁ ମହୋତ୍ସବ। ସକାଳୁ ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାର ଶିଶୁମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପରିବେଶ ସୁରକ୍ଷା ବିଷୟନେଇ ଚିତ୍ରଶିଳ୍ପୀମାନେ ଚିତ୍ରଆଙ୍କିଥିଲେ। ସେହିଭଳି ମଧ୍ୟାହ୍ନରେ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କୁନି ଶିଶୁ ପ୍ରତିଭାମାନେ ନିଜର ମନପସନ୍ଦ ଗୀତ ବୋଲି ଦର୍ଶକମାନଙ୍କୁ ମ‌ୋନାରଂଜନ କରାଇଥିଲେ। ଅପରାହଣରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁ କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ନୃତ୍ୟ ପ୍ରତିଯୋଗିତା। ‌ସଂଧ୍ୟାରେ ନିମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦନକା‌ରାଯାଇ ପରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଶିଶୁ ଦିବସରେ ଅନୁଷ୍ଠିତ ହେଉଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଭିଭାବକ ଓ ଗୁରୁମାନେ ଏଥିରେ ନିଜ ଶିଶୁମାନଙ୍କୁ ଯୋଗଦେବାପାଇଁ ଆଣିଥାନ୍ତି। ଚଳିତବର୍ଷ ୧୧ଟି ଜିଲ୍ଲର ମୋଟ ୧୨୭ ଜଣ ପ୍ରତିଯୋଗୀ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମକୁ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନର ସଂପାଦକ ବିଦ୍ୟାଧର ବାରିକ ସଂପାଦନା କରିଥିଲେ। ଯେଉଁଥିରେ ସଭାପତି ଡ଼.ସୁଶାନ୍ତ ଦାସଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ପ୍ରସନ୍ନ କୁମାର ସାହୁ ଓ ଜୟନ୍ତୀ ସାହୁ ଯୋଗଦେଇଥିଲେ। ସେହିଭଳି ସମ୍ମାନିତ ଅଭିଥିଭାବେ ବରିଷ୍ଠ କ୍ରିଡ଼ାବତ୍ ଭର୍ମରବର ମହାନ୍ତୀ ଏବଂ ଅନ୍ୟତମ ଅତିଥିଭାବେ ସ୍ମରଜିତ୍ ଆର୍ଯ୍ୟ, ସତ୍ୟଜିତ୍ ରାଉତ, ଚଗଲା ଜେନା , ଗୁଲସନ ଦାସ, ସ୍ମୃତିରଂଜନ ଦାସ, ସ‌ୌରଭ ଓ ମିଟୁ ଭାଇ ଯୋଗଦେଇଥିଲେ।