କିଟ୍ ରେ ଇଫ୍ତାର ପାଳିତ : Ommtv Kalinga Vikas
କିଟ୍ ରେ ଇଫ୍ତାର ପାଳିତ : Ommtv Kalinga Vikas

ଭୁବନେଶ୍ୱର, ୨୮ ।୩: ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟରେ ଆଜି ଇଫ୍ତାର ପାଳିତ ହୋଇଯାଇଛି । କିଟ୍ ରେ କାର୍ଯ୍ୟରତ ମୁସଲମାନ ସଂପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ସବୁ ଧର୍ମର ମୂଳ ଆଧାର ହେଉଛି ଦୟା, ମାନବିକତା, ସ୍ନେହ ଓ ସୌହାର୍ଦ୍ଦ୍ୟ । କିଟ୍ ଓ କିସ୍ ଦୟା ଓ ମାନବିକତା ଉପରେ ପର୍ଯ୍ୟବେଶିତ ଦୁଇଟି ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ଶ୍ରୀ ସାମନ୍ତ କହିଲେ, ଅନ୍ୟକୁ ଭଲ ପାଇବା ଅନ୍ୟମାନଙ୍କ ଠାରୁଭଲ ପାଇବା ଓ ସ୍ନେହ ପାଇବା ପାଇଁ ଚେଷ୍ଟା କର । ଏହା ଦ୍ୱାରା ମଣିଷକୁ ଆତ୍ମସନ୍ତୋଷ ମିଳିବା ସହ ଅନ୍ୟମାନେ ମଧ୍ୟ ଏଥିରୁ ଆନନ୍ଦ ପାଇଥାନ୍ତି । ପରସ୍ପରକୁ ଭଲ ପାଇବା ଦ୍ୱାରା ଅନେକ ମାନସିକ ଓ ସାମାଜିକ ସମସ୍ୟା ଦୂର ହୋଇପାରିବ । ଏହାକୁ ସମସ୍ତେ ଆପଣାଇବା ସହ ଅଭ୍ୟାସ କରିବା ଉଚିତ ବୋଲି ସେ କହିଥିଲେ । ଏଥିପାଇଁ ନିଜ ଜୀବନରେ ଆର୍ଟ ଅଫ୍ ଗିଭିଂକୁ ଏକ ଅଭ୍ୟାସରେ ପରଣିତ କରିବା ପାଇଁ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟଙ୍କ ସମେତ କିଟ୍ ଓ କିସ୍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।