ଲାଞ୍ଜିଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ : Ommtv Kalinga Vikas 

ଲାଞ୍ଜିଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ : Ommtv Kalinga Vikas 

ଲାଞ୍ଜିଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ : Ommtv Kalinga Vikas 

ଲାଞ୍ଜିଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ : Ommtv Kalinga Vikas 

କଳାହାଣ୍ଡି ଜିଲ୍ଲା,୨୯/୦୩ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ଼ ବ୍ଲକର ଅନ୍ତର୍ଗତ ଦୁଇଗୋଟି ପଞ୍ଚାୟତରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଗୋବର୍ଦ୍ଧନ ପୁର କ୍ଲଷ୍ଟର ର ରାମଚନ୍ଦ୍ର ପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରଭି ସନ୍ଧ୍ୟା ରାଣୀ ଙ୍କ ସଭାପତିତ୍ବ ରେ ଆଜି ଶନିବାର ସକାଳ ନଅଟା ସମୟରେ ଅନୁଷ୍ଠିତ ହୋଇ, ଅପରାହ୍ନ ଦୁଇଟା ଘଣ୍ଟା ସମୟରେ ଉଦଯାପିତ ହୋଇଯାଇଛି I ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ମୁଖ୍ୟଅତିଥି ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଉପସ୍ଥିତ ରେ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାରି ବିଦ୍ୟାଳୟରେ ପହଞ୍ଚିବା ପରେ ମଞ୍ଚରେ ସ୍ଥାପନ କରାଯାଇଥିଲା I ଉକ୍ତ ଉତ୍ସବ ରେ ଶ୍ରୀ ମେହେର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ପୁର ପଞ୍ଚାୟତ ସରପଞ୍ଚ ବୈଦେହୀ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ସୁଢଳଦେବ ମୁଣ୍ଡ,ସିଆରସିସି କୁମାର ଗୌରବ ପରିଡ଼ା, ଶିକ୍ଷା ବିତ୍ତ ଚକ୍ରଧର ପଣ୍ଡା,ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ, ପୂର୍ବତନ ଟିଡିସିସି ଅଧ୍ୟକ୍ଷ ଡମ୍ବରୁ ଧର ମାଝୀ, ଶିକ୍ଷାବିତ୍ତ କାର୍ତ୍ତିକେଶ୍ବର ବେହେରା,ଉମାଶଙ୍କର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ପରେ ଦିତୀୟ ପର୍ଯ୍ୟାୟ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତି ଅର୍ଜନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ କୁ ସହ ଶିକ୍ଷକ ଲୋକନାଥ ହରିଜନ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସହ ଶିକ୍ଷକ ଦେବାଶିଷ ଗଉଡ,ଶିକ୍ଷୟିତ୍ରୀ ସରସ୍ଵତୀ ଜେନା ସମେତ ଗ୍ରାମର ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ I ସେହିଭଳି ମଧୁପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଝାରବନ୍ଧ ପଡା ପ୍ରଧାନ ଶିକ୍ଷକ ବୀରକିଶୋର ନାଏକଙ୍କ ଅଧ୍ୟକ୍ଷତରେ ବିଇଓ ଶ୍ରୀଯୁକ୍ତ ମେହେର,ସିଆରସିସି ଗୌରବ କୁମାର ପରିଡ଼ା,ସରପଞ୍ଚ ବୈଦେହୀ ମାଝୀ,ସମିତି ସଭ୍ୟା ସୁଚିତ୍ରା ମାଝୀ,ବରିଷ୍ଠ ଶିକ୍ଷକ ଚିନ୍ତାମଣି ବିଶ୍ବାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଭାଲୁ ଚଞ୍ଚରା ୟୁପି ସ୍କୁଲର ସହ ଶିକ୍ଷକ ଦଇତାରୀ ମାଝୀ,ଝାରବନ୍ଧ ପଡା ସ୍ଥିତ ପ୍ରାଇମେରୀ ସ୍କୁଲ ଠାରେ ମଞ୍ଚ ପରିଚାଳନା କରିଥିବା ବେଳେ ସହଯୋଗ ଶିକ୍ଷକ ସୁରେନ୍ଦ୍ର ବିଶ୍ବାଳ ମାନସ ରଞ୍ଜନ ଦୀପ, ରଞ୍ଜନ କୁମାର ବୁଦ୍ଧିଆ ପ୍ରମୁଖ ସହଯୋଗ କରିଥିଲେ I ସେହି ପରି କଦମ ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I