ବେଦାନ୍ତ କମ୍ପାନୀର ବିସ୍ତାପିତ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ବକ୍ସଇଡ଼ ଖଣି ପାଇଁ ଦାବୀ ପତ୍ର ପ୍ରଦାନକଲେ : Ommtv Kalinga Vikas
ବେଦାନ୍ତ କମ୍ପାନୀର ବିସ୍ତାପିତ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ବକ୍ସଇଡ଼ ଖଣି ପାଇଁ ଦାବୀ ପତ୍ର ପ୍ରଦାନକଲେ : Ommtv Kalinga Vikas
On Vohtaspat the Maganaber's Chief Finless Magan Street today to go on the government of Odisha, the Happy Delhi's first time of Odisha has been funding a Happy the Happy the Happy the better house factor in the government.
I told her town to the chief minister to the city of thunder and the city of all his early.
We entered near the Chief Minister I have Given Chief Minister in writing I would be to eat a textbook for the rawless colon of our families.
So we are established the poor and mine soon as many as mine accompanice in the village of villages and mined two congested members and met it's some gentle people
ବେଦାନ୍ତ କମ୍ପାନୀର ବିସ୍ତାପିତ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ବକ୍ସଇଡ଼ ଖଣି ପାଇଁ ଦାବୀ ପତ୍ର ପ୍ରଦାନକଲେ : Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୩୦/୦୩ (କବି) ଜିଲ୍ଲା ପ୍ରତନିଧି (ମହେଶ୍ୱର) ଙ୍କ ରିପୋର୍ଟ ଭୋବାନୀପାଟଣା ଠାରେ ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ଥର ପାଇଁ ସରକାରୀ କାର୍ଯ୍ୟକ୍ରମରେ ରବିବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି କରକମଳରେ ଅନ୍ତୋଦୟ ଗୃହ ଯୋଜନାର ଶୁଭ ଉଦ୍ଘାଟନ କରି ଛନ୍ତି
I ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଘର ଦ୍ୱାର ବିଲ ବାଡ଼ି ହରେଇ ବିସ୍ଥାପିତ ହୋଇଥିବା ଏନ ଭି ଏନ କଲୋନୀ ଓ ଆର ବି କି କଲୋନୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଦାନ୍ତକୁ କଞ୍ଚାମାଲ ବକ୍ସଇଡ଼ ଯୋଗାଇଦେବା ପାଇଁ ଦେବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ I ତା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଯାଇଥିବା ବିସ୍ଥାପିତ ପରିବାର ସଦସ୍ୟ ମାନେ ତାଙ୍କର ସମସ୍ତ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣେଇଥିଲେ I ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ସଦସ୍ୟଙ୍କୁ ଆମେ ପଚାରିଥିଲୁ ସେମାନେ ଆମକୁ ପ୍ରତି ଉତ୍ତରରେ କହିଥିଲେଯେ ଆମେମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଆକାରରେ ଦେଇଛୁଯେ ଯଥାଶୀଘ୍ର ଗ୍ରାମ ସଭା କରି ବେଦାନ୍ତ କମ୍ପାନୀକୁ କଞ୍ଚାମାଲ ବକ୍ସଇଡ଼ ଖଣି ଯୋଗେଇ ଦିଆଯାଉ ବୋଲି ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବୀ ପତ୍ର ପ୍ରଦାନ କରିଛୁ I ଯଦି ଯଥାଶୀଘ୍ର ବେଦାନ୍ତକୁ ବକ୍ସଇଡ଼ ଖଣି ଯୋଗାଇ ନ ଦିଆଯାଏ ତେବେହେଲେ ଆମମାନଙ୍କ ପରିବାର ଛାରଖାର ହୋଇ ଯିବ ବୋଲି ଆମର ସମ୍ମୁଖରେ ପରି ପ୍ରକାଶ କରିଛନ୍ତି I ଶେଷରେ ଆମର ଦୁଇଟି ବିସ୍ତାପିତ କଲୋନୀର ପରିବାରର ଲୋକେ ଖାଇବାକୁ ନ ପାଇ ଭୋକ ଶୋଷରେ ମାରିବୁ I ତେଣୁ ଆମେମାନେ ଆଉଥରେ ବିନମ୍ର ସରକାରଙ୍କୁ ଅନୁରୋଧ କରୁଛୁଯେ ଶୀଘ୍ର ବେଦାନ୍ତକୁ ବକ୍ସଇଡ଼ ଖଣି ଅଞ୍ଚଳରେ ଗ୍ରାମ ସଭା କରି ଖଣି ଯୋଗେଇ ଦିଆଯାଉ I ଏଥିରେ ଦୁଇ ଗୋଟି କଲୋନୀର ସଦସ୍ୟ ଓ ଲାଞ୍ଜିଗଡ କିଛି ଭଦ୍ର ଲୋକ ଯାଇ ଭେଟି ଥିଲେ ଯଥା ହରି ମାଝୀ,ଲିଙ୍ଗା ମାଝୀ,ପାତ୍ର ମାଝୀ,ସୁଶାନ୍ତ ମାଝୀ,ଦାଶରଥି ମାଝୀ, ସୁପାରୀ ମାଝୀ,ବାସୁଦେବ ମାଝୀ,ଦେବ ମାଝୀ,ପାତ୍ର ମାଝୀ,ସୁବାଷ ନାଏକ, ସାଧୁ ପ୍ରଧାନୀ,ରବି ଦଣ୍ଡସେନା,ଶତ୍ରୁଘନ୍ନ ଚଲାନ,ଅର୍ଣ୍ଣ ମାଝୀ,ରେଣୁ ମାଝୀ,ବିନୋଦ କରକାରିଆ, କୃଷ୍ଣ ମାଝୀ,ଲଚ ମାଝୀ, ନରେନ୍ଦ୍ର ମାଝୀ,ବିସ୍ତାପିତ ପରିବାରର ସଦସ୍ୟ ଓ ଲାଞ୍ଜିଗଡ କିଛି ଭଦ୍ର ଲୋକ ଯାଇଭେଟିଲେ ଚନ୍ଦ୍ର ପେଷିନିଆ, ସୁରେଶ ଅଗ୍ରୱାଲ, ସୁବାଷ ମହାପାତ୍ର,ନିର୍ମଳ ସାମଲ, ମନହର ହରପାଲ,ଶ୍ରୀଧର ପେଷିନିଆ ଏଇ ସମସ୍ତ ବ୍ୟକ୍ତି ଯାଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବୀ ପ୍ରଦାନ କରିଥିଲେ I
