ଚୋର ସହଯୋଗୀକୁ ଛାଡ଼ିଦେଲା ସାଇବର ଥାନା : Ommtv Round The Clock

ଚୋର ସହଯୋଗୀକୁ ଛାଡ଼ିଦେଲା ସାଇବର ଥାନା : Ommtv Round The Clock

ଚୋର ସହଯୋଗୀକୁ ଛାଡ଼ିଦେଲା ସାଇବର ଥାନା : Ommtv Round The Clock

ଚୋର ସହଯୋଗୀକୁ ଛାଡ଼ିଦେଲା ସାଇବର ଥାନା : Ommtv Round The Clock

: ‌ଜଣେ ଚୋରର ସହଯୋଗୀକୁ ପାଖରେ ପାଇ ଥାନା ଅଧିକାରିଣୀ ଛାଡ଼ିଦେଇଛନ୍ତି। ଏପରି ଘଟଣାଘଟିଛି ଭୁବନେଶ୍ବର ସାଇବର ଥାନାରେ। ତପନ କୁମାର ପ୍ରଧାନ ନାମକ ଜଣେ ଯୁବକ ମୋବାଇଲ ଚୋରିକରି ୟୁପିଆ ମାଧ୍ୟମରେ ୯୬ହଜାର ଟଙ୍କା ତା’ର ଜଣେ ସହ‌ଯୋଗୀ ଆକାଉଣ୍ଟକୁ ଟ୍ରାନସପର କରିବା ଅଭିଯୋଗରେ ଆଜି ସାଇବର ଥାନା ପୁଲିସ୍ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଥାନାରେ ପାଇ ଛାଡ଼ିଦେଇଛି। ପାଲଟା ସାଇବର ଥାନା ଆଇଆଇସି ତେରେସ୍କୋଭ ମହାପାତ୍ର କେବଳ ଚୋରକୁ ଧରିବେ ଓ ସହଯୋଗୀ ସହତାଙ୍କର କୌଣସି ଲେଣଦେଣ ନାହିଁବୋଲି ମତପ୍ରକାଶ କରିଛନ୍ତି। ଘଟଣା ଅନୁଯାୟୀ ଗତ ୧୫ ତାରିଖରେ ମଞ୍ଚେଶ୍ବର ଅଞ୍ଚଳରେ ଶ୍ରମିକ ଠିକାଦାରଭାବେ କାମ କରୁଥିବା ଲିଙ୍ଗରାଜ ବାରିକଙ୍କ ମୋବାଇଲକୁ ତପନ ନାମକ ଜଣେ ଶ୍ରମିକ ଚୋରିକରି ୟୁପିଆ କୋର୍ଡ଼ ଜାଣିଥିବାରୁ ଫୋନପେ ମାଧ୍ୟମରେ ରାତି ସାଢ଼େ ‌ଗୋଟାଏରେ  ୯୬ ହଜାର ଟଙ୍କା ତାଙ୍କର ଜଣେ ବନ୍ଧୁ ଜଗନ୍ନାଥ ପ୍ରଧାନକୁ ପଠାଇଥିଲା। ସକାଳେ ଫୋନ ଚୋରି ହୋଇଥିବା ଜାଣିପାରି ଲିଙ୍ଗରାଜ ପ୍ରଥମେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ଏବଂ ଆକାଉଣ୍ଟରୁ ଟଙ୍କା ଚଳୁ ହୋଇଯାଇଥିବା ଜାଣି ଭିଏସଏସ ନଗରସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୋଗଅନୁଯାୟୀ ପ୍ରଥମେ ଟଙ୍କା ଯେଉଁଆକାଉଣ୍ଟକୁ ପଠାଯାଇଛି ସେହି ବ୍ୟକ୍ତିଙ୍କୁ ତଦନ୍ତ ପରିସରକୁ ଆଣି ଅଭିଯୁକ୍ତ ସହଯୋଗୀ ଜଗନ୍ନାଥକୁ ଯୋଗାଯୋଗକରି ସାଇବର ଥାନାକୁଡ଼ାକିଥିଲା। ମାତ୍ର ଟଙ୍କା ବିଷୟରେ ପଚରା ଉଚରା କିମ୍ବା ଫେରସ୍ଥ କରିବା କଥା ଆଲୋଚନା ନକରି ସେମାନଙ୍କୁ ଛାଡ଼ିଦେଇଥିଲା। ପୁଲିସ୍ ଆଗରେ ଜଗନ୍ନାଥ ବିଳମ୍ବିତ ରାତିରେ ଟଙ୍କା ପାଇଥିବା ସ୍ବକାର କରିଥିଲେ ଅଭିଯୁକ୍ତ ତପନ କେଉଁଠି ଅଛି ଜାଣିନଥିବା କହି ଥାନାରୁ ଜଣେଚାଲିଯାଇଥିଲେ। ‌ଏନେଇ ନିରାସ ହେଇଥିବା ଠିକାଦାର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ନ୍ୟାୟ ନପାଇଲେ ଆବଶ୍ୟକ ପଡ଼ିଲେ କୋର୍ଟର ଦ୍ବାରସ୍ତ ହେବେ ବୋଲି ମତପ୍ରକାଶ କରିଛନ୍ତି।