ଶୈଳଶ୍ରୀବିହାର ଫେଜ-୭ ଆବାସିକ ସଂଘର ବାର୍ଷିକ ସାଧାରଣ ସଭା

ଶୈଳଶ୍ରୀବିହାର ଫେଜ-୭ ଆବାସିକ ସଂଘର ବାର୍ଷିକ ସାଧାରଣ ସଭା

ଶୈଳଶ୍ରୀବିହାର ଫେଜ-୭ ଆବାସିକ ସଂଘର ବାର୍ଷିକ ସାଧାରଣ ସଭା

ଶୈଳଶ୍ରୀବିହାର ଫେଜ-୭ ଆବାସିକ ସଂଘର ବାର୍ଷିକ ସାଧାରଣ ସଭା

ଭୁବନେଶ୍ୱର/କଳିଙ୍ଗ ବିକାଶ: ଶୈଳଶ୍ରୀବିହାର ଫେଜ-୭ ଆବାସିକ ସଂଘର ବାର୍ଷିକ ସାଧାରଣ ସଭା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସଂଜୀବ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଗୋପାଳକୃଷ୍ଣ ପଟ୍ଟନାୟକ ପ୍ରଥମେ ବାର୍ଷିକ ବୀରରଣୀ ପାଠ କରିଥିଲେ । ଏହାପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ସଂଘର ସଦସ୍ୟମାନେ ଶୈଳଶ୍ରୀବିହାର ଫେଜ-୭ ଅଂଚଳର ବିଭିନ୍ନ ସମସ୍ୟା ସମ୍ବନ୍ଧରେ କହିଥିଲେ । ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏଥି ସହିତ ପଞ୍ଜୀକରଣ ପ୍ରମାଣପତ୍ରରେ ନବୀକରଣ ଓ ପ୍ରଚଳିତ ଉପବିଧିର ସଂଶୋଧନ ଏବଂ ୨୦୨୪-୨୫, ୨୦୨୫-୨୬ ଆର୍ଥିକ ବର୍ଷର ଆୟ ବ୍ୟୟ ଉପରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା । ଏଥିରେ ସଂଘର ଉପସଭାପତି ଏମ ଆର ପ୍ରସାଦ, କୋଷାଧ୍ୟକ୍ଷ ବିଜୟ କୁମାର ଦାଶ ଓ ସମସ୍ତ କର୍ମକର୍ତ୍ତା, ସଦସ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଉପଦେଷ୍ଟା ହେମନ୍ତ କୁମାର ମହାପାତ୍ର, ଦିବ୍ୟ କେଶରୀ ବିଶ୍ୱାଳ ଓ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ସଦସ୍ୟମାନେ ଯୋଗ ଦେଇଥିଲେ । ଶେଷରେ ସହ ସମ୍ପାଦକ ସୁରେନ୍ଦ୍ର ନାଥ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।