ଗୁଣିଗାରେଡ଼ି ସନ୍ଦେହରେ କବିରାଜ କୁ ଧାରୁଆ ଅସ୍ତ୍ର ରେ ହାଣି ନିର୍ମମ ହତ୍ୟା ●' ସାଇଣ୍ଟିଫିକ୍ ଟିମ୍ ସହ ପୋଲିସର ତଦନ୍ତ ଜାରି ●
---------------------
(ରାଇରଙ୍ଗପୁର/କଳିଙ୍ଗ ବିକାଶ )
ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଖଜୁରିଆ ଟାଣ୍ଡିପାଣି ଗ୍ରାମରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୁଣିଗାରେଡ଼ି ସନ୍ଦେହ କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଗ୍ରାମୀଣ ବୈଦ୍ୟ (କବିରାଜ)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ସ୍ଥାନୀୟ ଖଜୁରିଆ ଟାଣ୍ଡିପାଣି ଗ୍ରାମର ରାମେଶ୍ୱର ପିଙ୍ଗୁଆ ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରାମେଶ୍ୱର ଦୀର୍ଘ ଦିନ ଧରି ଗାଁ ଗହଳି ଓ ଆଖପାଖ ସାପ୍ତାହିକ ହାଟ ବୁଲି ଚେରମୂଳ ଔଷଧ ପ୍ରସ୍ତୁତ କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଉଥିଲେ। କାହାର ଦେହ ଖରାପ ହେଲେ ପାରମ୍ପରିକ ଔଷଧ ଦେଇ ଲୋକଙ୍କ ଆରୋଗ୍ୟ କରୁଥିଲେ। ତେବେ ଗୁଣିଗାରେଡ଼ି ସନ୍ଦେହ ଅଥବା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ଘଟଣା ଦିନ ବିଶୋଇ ଥାନା ଅନ୍ତର୍ଗତ ସାପ୍ତାହିକ ହାଟ ଶନିବାର ଦିନ ହାଟ ସାରି ଘରକୁ ଫେରୁଥିବା ବେଳେ ଗାଁ ନିକଟରେ ପୂର୍ବରୁ ଛକି ବସିଥିବା ଦୂର୍ବୃତ ମାନଙ୍କର ଆକ୍ରମଣ ର ଶିକାର ହୋଇଥିଲା, ମୃତକ ସେ ହାଟରୁ ହୁଣ୍ଡା ମଟର ସାଇକେଲ ରେ ଉଠାଦୋକାନ ର ସାମାନ କୁ ଲୋଡ କରିଥିଲା , ନିଜ ସୁରକ୍ଷା ପାଇଁ ହେଲମେଟ ମଧ୍ୟ ପିନ୍ଦିଥିଲା , ଘଟଣଟି କାକୁଳିରମା ଓ ଖେଜୁରିଆ ମଧ୍ୟ ଭାଗରେ ଥିବା ନିଛାଟିଆ ଜଙ୍ଗଲ ର କଛା ରାସ୍ତା ରେ ତାମିଲ କତୁରୀ ରେ ମୁଣ୍ଡକୁ ଆଘାତ କରିଥିଲେ , ମୃତକ କିଛି ବୁଜିବା ପୂର୍ବରୁ ମୁଣ୍ଡରୁ ହେଲମେଟ ଟି ଧାରୁଆ ଅସ୍ତ୍ର ମାଡରେ ମୁଣ୍ଡରୁ ତଳକୁ ଖସିପଡିଥିଲା , ବାଇକରୁ ଓଲାବା ପୂର୍ବ ରୁ ତା ମୁଣ୍ଜ ବେକ କୁ ହାଣି ପକାଇଥିଲେ , ନିଜକୁ ସୁରକ୍ଷିତ ରଖିବାକୁ ମଧ୍ୟ ପାଇଲା ନାହିଁ, ନିମିଷକ ମଧ୍ୟରେ ବାଇକରୁ ତଳେ ପଡିଗଲା, ପ୍ରବଳ ରକ୍ତସ୍ରାବ ଝୁଡୁବୁଡୁ ଅବସ୍ଥାରେ ତାର ମୃତ୍ୟୁ ଘଟିଯାଇଥିଲା । ପରିବାର ଲୋକେ ଛାନିଆ କାରଣ ଘରେ ପହଞ୍ଚିବା କାରଣରୁ , ରାତି ପାହିଗଲା ସକାଳ ହେଲା ଲୋକେ ଜାଣିଲେ ପୋଲିସ କୁ ଖବର ଦେଲେ, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏ ଘଟଣାରେ ନିଶ୍ଚିତ ଏକାଧିକ ଲୋକ ସାମିଲ ଥିବା ନେଇ ପୋଲିସ ସନ୍ଦେହ ପ୍ରକଟ କରିଛି।
ଘଟଣା ସମ୍ପର୍କରେ ଖବର ପାଇ ରାଇରଙ୍ଗପୁର ଏସ୍ଡିପିଓ ବିରେନ୍ଦ୍ର ସେନାପତି ଓ ଗୋରୁମହିଷାଣୀ ଥାନା ଆଇଆଇସି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ଏଥିସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସୁରାକ ଓ ନମୁନା ସଂଗ୍ରହ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ଏ ନେଇ ଗୋରୁମହିଷାଣୀ ଥାନାରେ କେସ୍ ନଂ ୧୨୩/୨୬ ରେ ଏକ ହତ୍ୟା ମାମଲା ରୁଜୁ ହୋଇ ଘଟଣାର ଗଭୀର ତଦନ୍ତ ଚାଲିଥିବା ଜଣାପଡ଼ିଛି।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀଙ୍କ ରିପୋର୍ଟ କଳିଙ୍ଗ ବିକାଶ।