ରାଷ୍ଟ୍ରିୟ କ୍ଷତ୍ରୀୟ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀ,ଓଡିଶା,ସ୍ଥାନ-ଭୁବନେଶ୍ୱର ୨୦୨୫:Ommtv
ରାଷ୍ଟ୍ରିୟ କ୍ଷତ୍ରୀୟ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀ,ଓଡିଶା,ସ୍ଥାନ-ଭୁବନେଶ୍ୱର ୨୦୨୫:Ommtv
ରାଷ୍ଟ୍ରିୟ କ୍ଷତ୍ରୀୟ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀ,ଓଡିଶା,ସ୍ଥାନ-ଭୁବନେଶ୍ୱର ୨୦୨୫:Ommtv

କଳାହାଣ୍ଡି ଜିଲ୍ଲା, ୨୭/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ରୁ ରାଜ୍ୟ ରାଷ୍ଟ୍ରିୟ କ୍ଷତ୍ରୀୟ ମହାସଂଘ ସଭାପତି ରାମଚନ୍ଦ୍ର ସୁରଙ୍କ ସଭାପତିତ୍ବରେ ଭୂବନେଶ୍ଵର ଠାରେ ଆଜି ରେଡକ୍ରସ ଭବନ ପରିସରରେ ରାଷ୍ଟ୍ରିୟ କ୍ଷତ୍ରୀୟ ମହାସଂଘର ସବୁ ବର୍ଷ ଭଳି ୨୦୨୫ ଏ ବର୍ଷ ମଧ୍ୟ ଚତୁର୍ଥ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି I କଳାହାଣ୍ଡି କୁଳାଧ୍ୟାକ୍ଷ୍ୟ ଚନ୍ଦ୍ର ଧ୍ୱଜ ପେଷିନିଆ, ସାଧାରଣ ସମ୍ପାଦକ ଲଷ୍ମୀ ନାରାୟଣ ବଣୁଆ ଓ ରଜନୀ କାନ୍ତ ବିଷି,କୁଳପତି ପଶ୍ଚିମ ମଣ୍ଡଳ କିଶୋର ଦୁବେୟ,ଉପ ସଭାପତି ପୂର୍ବ ମଣ୍ଡଳ ଧନଞ୍ଜୟ ବିଷି କ୍ଷତ୍ରୀୟ ମହାସଂଘର ସଭାପତି ପ୍ରମୁଖ ଉକ୍ତ ସମ୍ମିଳନୀରେ ଯୋଗଦେଇ,ନିଜ କ୍ଷତ୍ରୟ ଜାତି ଶ୍ରେଷ୍ଠତ୍ବର ଗାରିମାମୟ ଇତିହାସକୁ ପ୍ରତିପାଦିତ କରିଥିଲେ I ଆମ ମାନଙ୍କ ମଧ୍ୟରେ ଜାତିଆଣ ଭାବନା ଉଦ୍ରେକ ହେଲେ ଆମ ଆମ ମଧ୍ୟରେ ଥିବା ସାମାଜିକ,ଆର୍ଥିକ ଭେଦଭାବ ଅକ୍ଳେଶରେ ସମାଧାନ ହୋଇ ଆମେ ଗୋଟେ ସୁ ସଂଗଠିତ ସମାଜ ଗଠନ କରିପାରି ଭବିଷ୍ୟତ ପିଢି ପାଇଁ ଉଦାହରଣ ହୋଇ ରହିବା I ତେଣୁ ଜାତି ମୋର ସାଥି ସମସ୍ତଙ୍କର ଧେୟ ହେବା ଉଚିତ୍ ବୋଲି ସମସ୍ତେ ମତପ୍ରକାଶ କରିଥିଲେ I
