ପୁଣି ଛାଡିଲା ବେଦାନ୍ତ ବିଷାକ୍ତ କଷ୍ଟିକ ପାଣି ସହିତ ଲୋକଙ୍କୁ ଡଷ୍ଟ ଚଟେଇଲା ବେଦାନ୍ତ :Ommtv

ପୁଣି ଛାଡିଲା ବେଦାନ୍ତ ବିଷାକ୍ତ କଷ୍ଟିକ ପାଣି ସହିତ ଲୋକଙ୍କୁ ଡଷ୍ଟ ଚଟେଇଲା ବେଦାନ୍ତ :Ommtv

ପୁଣି ଛାଡିଲା ବେଦାନ୍ତ ବିଷାକ୍ତ କଷ୍ଟିକ ପାଣି ସହିତ ଲୋକଙ୍କୁ ଡଷ୍ଟ ଚଟେଇଲା ବେଦାନ୍ତ :Ommtv

ପୁଣି ଛାଡିଲା ବେଦାନ୍ତ ବିଷାକ୍ତ କଷ୍ଟିକ ପାଣି ସହିତ ଲୋକଙ୍କୁ ଡଷ୍ଟ ଚଟେଇଲା ବେଦାନ୍ତ :Ommtv

କଳାହାଣ୍ଡି ଜିଲ୍ଲା, ୧୩/୦୫ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ବେଦାନ୍ତ ୨୦୨୪ ମସିହା ସେପ୍ଟେମ୍ବର ମାସରେ ପ୍ରୋସେସ ୱାଟର ଲେଗ ଲାଞ୍ଜିଗଡରେ ବର୍ଷା ପ୍ରବଳ ଯୋଗୁଁ ଭାଙ୍ଗି ଯାଇଥିଲା I ଯାହାଫଳରେ ଅନେକ ଲୋକଙ୍କର ଚାଷ କରିଥିବା ବିଲ ବାଡ଼ି ଧନ ଜୀବନ ନଷ୍ଟ ହୋଇ ଯାଇଥିଲା I ଆଠ ମାସ ପରେ ସେହି କାମକୁ ମହାବୀର କମ୍ପାନୀ ବେଦାନ୍ତରୁ ଠିକା ନେଇ ପ୍ରୋସେସ ୱାଟର ଲେଗକୁ ପୁନଃରୁଦ୍ଧାର କାର୍ଯ୍ୟ ଚାଲିଅଛି ସେହି କାମ କରିବା ଅବସ୍ଥାରେ ଅତୀତରେ ବା ଗତ ମାସରେ ଲାଞ୍ଜିଗଡ ଠାରେ ପ୍ରବଳ ବର୍ଷା ଆଠ ଘଣ୍ଟା ଧରି ହୋଇଥିଲା I ଯେଉଁ ପ୍ରୋସେସ ୱାଟର ଲେଗ ବିଷାକ୍ତ କଷ୍ଟିକ ପାଣି ଓ ବର୍ଷା ପାଣି ମିଶିକି ଥିଲା ତାକୁ ବେଦାନ୍ତ ଯେଉଁ ପ୍ରୋସେସ ଲେଗକୁ ପୁନଃରୁଦ୍ଧାର କାର୍ଯ୍ୟ କରଉଅଛି,ଆଜକୁ ତିନି ଦିନ ହେଲା ସେହି ବିଷାକ୍ତ କଷ୍ଟିକ ପାଣି ପ୍ରତେକ ଦିନ ବଂଶଧାରା ନଦୀରେ ଛାଡୁଅଛି I ଯାହାଫଳରେ ତଳେ ଥିବା ଗ୍ରାମ ତଥା ଛାତ୍ରପୁର,ହରେକୃଷ୍ଣପୁର,ବୋରିଙ୍ଗପଦର, ଟୁରୀଗୁଡା,ନିଆଳି,ଗୋପୀନାଥ ପୁରର ଗ୍ରାମ ବାସି ଏହି ବଂଶଧାରା ନଦୀ ପାଣି ନୀତି ବ୍ୟବହାର ପାଇଁ ନିର୍ଭର କରିଥାନ୍ତି I ସେହି ଗ୍ରାମର ଲୋକ ନଦୀକୁ ଯାଇ ପାଣି ବ୍ୟବହାର କଲେ ତାଙ୍କରି ଦେହ ପ୍ରବଳ କୁଣ୍ଡେଇ ହେଇଅଛି I ଯାହା ଫଳରେ ଆମେ ଆଜି ନିଜେ ସେହି ଉପର ଲିଖିତ ସମସ୍ତ ଗ୍ରାମକୁ ଯାଇ ଲୋକଙ୍କୁ ବୁଝି ଥିଲୁ ସେହି ଗ୍ରାମର ଜନସାଧାରଣ କହିଥିଲେ ଯେ ବେଦାନ୍ତ ଆସିଛି ଆମର ଉର୍ନ୍ନତି କରିବା ପାଇଁ ନୁହଁ ଆମକୁ ଏଇ ପ୍ରକାର କରି ଆମକୁ ମାରିଦେବ ବୋଲି ଆମ ସମୁଖରେ ପରି ପ୍ରକାଶ କରଥିଲେ ଓ ତତ ସଙ୍ଗେ ସଙ୍ଗେ କହିଥିଲେ ଯେ ବେଦାନ୍ତ ଯଥାଶୀଘ୍ର ଏହି ବିଷାକ୍ତ କଷ୍ଟିକ ପାଣି ଛାଡ଼ିବା ବନ୍ଦ ନ କରେ ତେବେ ହେଲେ ଆମେ ମାନେ ବେଦାନ୍ତକୁ ଯାଇ ସବୁଦିନ ପାଇଁ ବନ୍ଦ କରିଦେବୁ ବୋଲି କହିଥିଲେ I ବେଦାନ୍ତର ଆଖ ପାଖ ଲାଞ୍ଜିଗଡ,ଛାତ୍ରପୁର,ବାସନ୍ତାପଡ଼ା, ଜଗନ୍ନାଥପୁର, ବାତେଳିମା, ପାଞ୍ଚ ଗୋଟି ପଞ୍ଚାୟତରେ ଆସ ଗୁଣ୍ଡ ଓ ଧୂଳି ଡଷ୍ଟ ପ୍ରତେକ ଦିନ କାଳ ବୈଶାଖୀ ଝଡି ପବନ ହେଲେ ଉଡି ଘର ଭିତରେ ଖାଦ୍ୟରେ ଓ ପାଣିରେ ପଡିଥାଏ ଯାହାଫଳରେ ଲୋକେ ଟିକେ ପବନ ହେଲେ ଜନସାଧାରଣ ନିଜ ଘରୁ ବାହାରି ପାରୁ ନହାନ୍ତି I ପାଞ୍ଚ ଗୋଟି ପଞ୍ଚାୟତର ଜନସାଧାରଣ କହିବା କଥା ଯେ ବେଦାନ୍ତ ଆମ ଭଲ ପାଇଁ ଆସିନି ଆମକୁ ମାରିବା ପାଇଁ ଆସିଛି I