ଏକତାଳିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଏକତାଳିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଏକତାଳିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଯଶିପୁର: ଯଶିପୁର ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ କାର୍ଯ୍ୟାଳୟ ପରିସରରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ଓ ବିର୍ସା ରୁରାଲ ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଟ୍ରଷ୍ଟର ଉପଦେଷ୍ଟା ଭକ୍ତ ବତ୍ସଳ ମହାନ୍ତି ଓ ସଂସ୍ଥାପକ ଇଂ ସତ୍ୟନାରାୟଣ ମାଝୀଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଚକ୍ଷୁ ଶିବିରରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ଜୋନାଲ୍ ମ୍ୟାନେଜର କର୍ଣ୍ଣାଟ୍ କିଶୋର ଜେନାଙ୍କର ନିର୍ଦେଶ କ୍ରମେ ଟେକ୍ନିସିଆନ୍ ଓ କର୍ମଚାରୀମାନେ ଶିବିରରେ ପରୀକ୍ଷଣ କରିଥିଲେ। ଏକତାଳି ପଂଚାୟତର ବହୁ ଚକ୍ଷୁରୋଗୀଙ୍କର ପରୀକ୍ଷା ପରେ ମୋଟ ୧୪ଜଣଙ୍କୁ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ କରଂଜିଆସ୍ଥିତ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟର ହସ୍ପିଟାଲ ମ୍ୟାନେଜର ମାନବେନ୍ଦୁ ମହାନ୍ତ, ଚକ୍ଷୁ ସହାୟିକା ରଶ୍ମିତା ମହାନ୍ତ, ସ୍ୱାସ୍ଥ୍ୟ ସେବିକା ସୁଭଦ୍ରା ମହାନ୍ତ ଓ ମେଞ୍ଜ ଦେଓଗାମ,କ୍ଷେତ୍ରୀୟ ସ୍ୱାସ୍ଥ୍ୟ ସଂଗଠକ ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଚକ୍ଷୁ ପରୀକ୍ଷା ସହିତ ପ୍ରାଥମିକ ସେବା ଦାୟିତ୍ବ ତୁଲାଇଥିଲେ।କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଚେୟାରମ୍ୟାନ ପବିତ୍ର ମହାନ୍ତ, ଉପଦେଷ୍ଟା ବରିଷ୍ଠ ଫାର୍ମାସିଷ୍ଟ ମୋହନ ଚରଣ ମହାନ୍ତ, ରଂଜନ ମହାନ୍ତ, ଟ୍ରଷ୍ଟି ସୁସ୍ମିତା ମହାନ୍ତ, ବିଜୟା ମହାନ୍ତ ଏବଂ ସୁମତି ମାର୍ଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ପଂଚାୟତ କାର୍ଯ୍ୟାଳୟ ତରଫରୁ ଆବଶ୍ୟକୀୟ ସହୟତା ପ୍ରଦାନ କରାଯାଇଥିଲା।ସ୍ଥାନୀୟ ଅଂଚଳରେ ଆହୁରି ଶିବିର ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ
କଳିଙ୍ଗ ବିକାଶ

