Odisha government

Odisha government

Odisha government

ଭାରତ ସରକାରଙ୍କ ଦ୍ୱାରା ଫୋରେନସିକ୍ ପୂର୍ବାଧାରକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ପ୍ରୟାସ ଅନୁସାରେ ରାଜ୍ୟ ପାଇଁ ୩୬ଟି ମୋବାଇଲ୍ ଫୋରେନସିକ୍ ଭ୍ୟାନ ଅନୁମୋଦନ କରାଯାଇଛି। ଏହି ଭ୍ୟାନଗୁଡ଼ିକର କ୍ରୟ ପ୍ରକ୍ରିୟା ଗୁଜରାଟ୍ ସ୍ଥିତ ନ୍ୟାଶନାଲ୍ ଫୋରେନସିକ୍ ସାଇନ୍ସେସ୍ ୟୁନିଭର୍ସିଟି ମାଧ୍ୟମରେ କରାଯାଇଛି ଏବଂ ପ୍ରତ୍ୟେକ ଭ୍ୟାନକୁ ଆଧୁନିକ ଫୋରେନସିକ୍ କିଟ୍ ଓ ଉନ୍ନତ ବୈଜ୍ଞାନିକ ଉପକରଣ ସହିତ ସଜାଯାଇଛି, ଯାହା ଘଟଣାସ୍ଥଳରେ ସିଧାସଳଖ ବୈଜ୍ଞାନିକ ପରୀକ୍ଷା ପାଇଁ ସହାୟକ ହେବ।

ପ୍ରଥମ ପର୍ଯ୍ୟାୟରେ ୧୫ଟି ମୋବାଇଲ୍ ଫୋରେନସିକ୍ ଭ୍ୟାନ ଗ୍ରହଣ କରାଯାଇଛି, ଯାହାକୁ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଉଦ୍ଘାଟନ ଓ ଫ୍ଲାଗ୍ ଅଫ୍ କରାଯାଇଛି । ଏହି ଅବସରରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ଵରାଷ୍ଟ୍ର ବିଭାଗ ଶ୍ରୀ ହେମନ୍ତ ଶର୍ମା, ଡିଜି ପୋଲିସ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ଦ୍ୱାରା ବୈଜ୍ଞାନିକ ତଦନ୍ତ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ସହ ଘଟଣାସ୍ଥଳରୁ ସମୟୋପଯୋଗୀ ପ୍ରମାଣ ସଂଗ୍ରହ ସୁନିଶ୍ଚିତ ହେବ।