ଓଡ଼ିଶା ପତ୍ରକାର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବିନାଶ ମିଶ୍ର ସଭାପତି, ରାମଦାସ ଲିମା ସାଧାରଣ ସମ୍ପାଦକ:Ommtv Kalinga Vikas

ଭୁବନେଶ୍ଵର,(ଚକ୍ରଧର ମାଝି) : ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ‘ଓଡ଼ିଶା ପତ୍ରକାର ସଂଘ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୦୨୫-୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ରବିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।

ପ୍ରଥମେ ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ବିଶେଷକରି ଗ୍ରାମାଞ୍ଚଳ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସାମ୍ବାଦିକଙ୍କୁ ସୁରକ୍ଷା, ସାମ୍ବାଦିକଙ୍କ ସ୍ଵାସ୍ଥ୍ୟବୀମା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ବୃଦ୍ଧ ପିତାମାତାଙ୍କୁ ସ୍ଵାସ୍ଥ୍ୟବୀମାରେ ସାମିଲ୍ କରିବା, ପେନ୍‌ସନ୍ ପ୍ରଦାନ ପ୍ରମୁଖ ଦାବି ଉପରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ସଂଘର ତ୍ରୈବାର୍ଷିକ କର୍ମକର୍ତ୍ତା ଚୟନ କରାଯାଇଥିଲା । 

ନିର୍ବାଚନ ଅଧିକାରୀ ଭାବେ ଉମେଶ ରାୟ ନିର୍ବାଚନ ପରିଚଳନା କରିଥିଲେ । ରାଜ୍ୟ ସଭାପତି ଭାବେ ଅବିନାଶ ମିଶ୍ର, ସାଧାରଣ ସମ୍ପାଦକ ଭାବେ ରାମଦାସ ଲିମାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ସୁରେଶ ଦାଶ, ହରପ୍ରସାଦ ଦାସ, ଯୁଗଳ ଶବର ଓ ଅଶୋକ ପାଇକରାୟଙ୍କୁ ଚୟନ କରାଯାଇଥିଲା । 

ସେହିପରି ସଂଗଠନ ସମ୍ପାଦକ ଭାବେ ବିଶ୍ଵରଞ୍ଜନ ମିଶ୍ର, ସମ୍ପାଦକ ଭାବେ ମନୋଜ ଦାସ, ମିତ୍ରଭାନୁ ପଲେଇ, ନଳିନୀ ପାଣି ଓ ରସାନନ୍ଦ ବେହେରାଙ୍କୁ ମନୋନୀତ କରାଯାଇଛି । କୋଷାଧ୍ୟକ୍ଷ ଭାବେ କିଶୋର ରଥଙ୍କୁ ଚୟନ କରାଯାଇଛି । ଏଥିସହିତ ୨୦ଜଣଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ।