ସାପ୍ତାହୀକ ଦ୍ୱିଭାଷୀ ପତ୍ରିକା ‘କଳିଙ୍ଗ ବିକାଶ' ଲୋକାର୍ପିତ:Ommtv Kalingavikas

ସାପ୍ତାହୀକ ଦ୍ୱିଭାଷୀ ପତ୍ରିକା ‘କଳିଙ୍ଗ ବିକାଶ' ଲୋକାର୍ପିତ ହୋଇଯାଇଛି। ଆଜି ରଥଯାତ୍ରା ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହାର ଲୋକାର୍ପଣ କରିଛନ୍ତି। ଏହାକୁ ଉନ୍ମୋଚନ କରି ଶ୍ରୀ ସାମନ୍ତ କହିଛନ୍ତି, କଳିଙ୍ଗ ବିକାଶ ବିକଶିତ ଓଡ଼ିଶାର ବାର୍ତ୍ତାବାହକ ହେବା ସହ ଜନସାଧାରଣଙ୍କ ସ୍ଵାର୍ଥ ଦିଗରେ କାର୍ଯ୍ୟ କରିବ। ବାସ୍ତବ ଓ ନିଷ୍ପକ୍ଷ ସମ୍ବାଦ ପରିବେଷଣ କରିବା ଦିଗରେ ‘କଳିଙ୍ଗ ବିକାଶ' କାର୍ଯ୍ୟ କରିବ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ବିକାଶର ମୁଖ୍ୟ ବିଦ୍ୟାଧର ବାରିକ, କିଟ୍‍ ବିଶ୍ୱବିଦ୍ୟାଳୟର ଆଇଟି ଏବଂ ଅପରେସନର ଉପ-ସଭାପତି ଡି ଏନ୍‍ ଦ୍ୱିବେଦୀ, କିଟ୍‍ ଲୋକସମ୍ପର୍କ ନିର୍ଦ୍ଦେଶିକା ଡ ଶ୍ରଦ୍ଧାଞ୍ଜଳି ନାୟକ ଓ ଉପନିର୍ଦ୍ଦେଶକ ରତ୍ନାକର ପତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହାପରେ ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ, ରତ୍ନାକର ପତି, ଭରତ ବେହେରା, ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ସୁକାନ୍ତ ରାଉତ, ଦୁଷ୍ମନ୍ତ ଦାସ ଓ ଶିକ୍ଷାବିତି ସୁଶାନ୍ତ ଦାସ ଙ୍କ ସହ କଳିଙ୍ଗ ବିକାଶ ମୁଖ୍ୟ ସାମ୍ବାଦିକ ବିଦ୍ୟାଧର ବାରିକ ଏକ ନିରାଡ଼ମ୍ବର ଉତ୍ସଵ ରେ ଆର ସି ଏକ ମନ୍ଦିରରେ ପୂଜା କରି ପତ୍ରିକା ର ଉତ୍ତତ୍ବ କାମନା କରିଥିଲେ.