ଲାଞ୍ଜିଗଡରେ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ସମ୍ପୂର୍ଣ ହେଲା:Ommtv Kalingavikas

ଲାଞ୍ଜିଗଡରେ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ସମ୍ପୂର୍ଣ ହେଲା:Ommtv Kalingavikas

ଲାଞ୍ଜିଗଡରେ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ସମ୍ପୂର୍ଣ ହେଲା:Ommtv Kalingavikas

ଲାଞ୍ଜିଗଡରେ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ସମ୍ପୂର୍ଣ ହେଲା:Ommtv Kalingavikas

କଳାହାଣ୍ଡି ଜିଲ୍ଲା,୨୪/୦୬(କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଠାରେ ମାଉସୀ ମା 'ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପୂର୍ଣ ହୋଇଯାଇଛି I ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଶନିବାର ଦିନ ନାମ ସଂକୀର୍ତନ ସହିତ କଳସ ଶୋଭାଯାତ୍ରା ହୋଇଥିଲା,ତାପରେ ରବିବାର ଦିନ ନାମଯଜ୍ଞ ଭୂମାତା,ଗୁରୁପୂଜା ଗୋ- ସାବିତ୍ରୀ, ଶାଳାପୂଜା, ସୂର୍ଯ୍ୟIର୍ଘ୍ୟ, ବନଯୋଗ,କାରୁଶାଳI ସ୍ନାନ, ହୋମ ସହିତ ରତ୍ନମୋଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସୋମବାର ଦିନ ଗୁଣ୍ଡିଚା ମନ୍ଦିରର ଚତୁର ପାର୍ଶ୍ଵର ଦେବା ଦେବି ଓ ଦ୍ୱାର ଦେବତା,ମୁଖ୍ୟ ଦେବତା ସିଂହIସନେ ବିଜେ ଓ ମନ୍ଦିର ପ୍ରତିଷ୍ଠା ଏବଂ ପୂର୍ଣ୍ଣାହୁତି ମହୋତ୍ସବ ସନ୍ଧ୍ୟା ୦୭ ଘଣ୍ଟା ସମୟରେ ସମ୍ପୂର୍ଣ ହୋଇଥିଲା I ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂ ଦେଓ କହିବI କଥାଯେ ଲାଞ୍ଜିଗଡ ଜଗନ୍ନାଥ ମନ୍ଦିର ରାଜା ସ୍ବର୍ଗତ ମାହେଶ୍ୱରୀ ପ୍ରସାଦ ଦେଓଙ୍କ ଅମଳରେ ପ୍ରତିଷ୍ଠିତ ବା ଶହେ ବର୍ଷରୁ ତୋତଧିକ ହେବ ତିଆରି ହୋଇଥିଲା I ଆଜି ପର୍ଯ୍ୟନ୍ତ ପ୍ରତେକ ବର୍ଷ ରଥଯାତ୍ରା ହୋଇଥାଏ,କିନ୍ତୁ ମାଉସୀ ମା ' ମନ୍ଦିର ନଥିବା ହେତୁ ତିନି ଠାକୁରଙ୍କୁ ନେଇ ଲାଞ୍ଜିଗଡ ମାହେଶ୍ୱରୀ ପ୍ରସାଦ ଉଚ୍ଚ ବିଦ୍ୟାଳୟରେ ୦୯ ଦିନ ରଖି ତିନି ଠାକୁରଙ୍କୁ ପୁଣି ପହଣ୍ଡି କରି ଜଗନ୍ନାଥ ମନ୍ଦିରକୁ ବାହୁଡା଼ଯାତ୍ରI କରି ତିନି ଠାକୁରଙ୍କୁ ଆଣIଯାଉଥିଲ I ଆଜକୁ ବା ଗତ ବର୍ଷ ୧୩/୦୩/୨୦୨୪ ମସିହାରେ ଲାଞ୍ଜିଗଡ ଶ୍ରୀ ଶ୍ରୀ ହରି ହର ସାଂସ୍କୃତିକ ସେବା ସମିତି ଓ ବେଦାନ୍ତ କମ୍ପାନୀ ଏବଂ ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀଙ୍କ ସହଯୋଗରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା,ତତ ସଙ୍ଗେ ସଙ୍ଗେ ଏଇ ବର୍ଷ ବା ଚଳିତ ବର୍ଷ ଚଳିତ ମାସ ୨୪ ତାରିଖରେ ପୁଣି ସମସ୍ତଙ୍କ ସହଯୋଗରେ ଗୁଣ୍ଡିଚା ମନ୍ଦିର ବା ମାଉସୀ ମା ' ମନ୍ଦିର ପ୍ରତିଷ୍ଠା ସମ୍ପର୍ଣ ହୋଇଯାଇଛି I ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଚନ୍ଦ୍ରଧ୍ୱଜ ପେସନିଆ ଓ ତାଙ୍କ ସହଧର୍ମିଣୀ ଶାନ୍ତିଲତା ପେସନିଆ,ସୁବାଷ ଚନ୍ଦ୍ର ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ପିଙ୍କିବାଇ ଅଗ୍ରୱାଲ ଏବଂ ଶରତ ଚନ୍ଦ୍ର ସିଂ ଓ ତାଙ୍କ ସହଧର୍ମିଣୀ ସବିତା ସିଂ ଦାୟିତ୍ୱ ସମ୍ପର୍ଣ ତୁଲାଇଥିଲେ I ଏଥିରେ ରାୟଗଡାରୁ ଆସିଥିବା ମୁଖ୍ୟ ପୁରହିତ ଅନନ୍ତ ଚରଣ ରଥ ଥିବା ବେଳେ ସନ୍ତୋଷ ପାଣିଗ୍ରାହୀ, ନିକୁଞ୍ଜ ଶତପଥି, ସୁନୀଲ ମିଶ୍ର,ଲଷ୍ମୀକାନ୍ତ ପାଣିଗ୍ରାହୀ, ସୁଦାମ ରଥ, ଗୌରୀଶଙ୍କର ରଥ ପ୍ରମୁଖ ସହଯୋଗ କରିଥିଲେ I ଶ୍ରୀ ଶ୍ରୀ ସଂସ୍କୃତିକ ସେବା ସମିତିର କମିଟି ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ସାଧାରଣ ସମ୍ପାଦକ କାମରାଜ ଡାଲବେହେରା ଓ କୋଷIଧକ୍ଷ୍ୟ ଚନ୍ଦ୍ରଧ୍ବଜ ପେସନିଆ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଲାଞ୍ଜିଗଡ ଅଞ୍ଚଳବାସୀଙ୍କ ସହଯୋଗରେ ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପୂର୍ଣ ହୋଇଥିଲା I