କଳିଙ୍ଗ ଟିଭି ଦ୍ଵାରା ଆୟୋଜିତ ସମ୍ମିଳନୀ - ବିକଶିତ ଭାରତ ଓ ବିକଶିତ ଓଡ଼ିଶା : Ommtv Kalinga Vikas
ଓଡ଼ିଶା ଗଣମାଧ୍ୟମରେ ପ୍ରଥମ । ଉଦ୍ଘାଟନ ଉତ୍ସବକୁ ପ୍ରଥମଥର ପାଇଁ ସଞ୍ଚାଳନ କରିଛି Ai ଆଙ୍କର କିରଣ । ଆଜି କଳିଙ୍ଗ ଟିଭି ଦ୍ଵାରା ଆୟୋଜିତ ସମ୍ମିଳନୀ - ବିକଶିତ ଭାରତ ଓ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ପୂର୍ବବର୍ଷର କଳିଙ୍ଗ ଟିଭିର ଏହି ସମ୍ମିଳନୀ ବିଷୟରେ ଅବଗତ କରାଇବା ସହ ଚଳିତବର୍ଷ ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଛି କୃତିମବୁଦ୍ଧିମତା ବିଶିଷ୍ଟ ଏହି ଆଙ୍କର । ଯାହାକୁ କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମଧ୍ୟ ପ୍ରଶଂସା କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ, ବରିଷ୍ଠ ସାମ୍ବାଦିକ ତଥା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ସଂପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା ଏବଂ କାନାଡା ପ୍ରଭା ବେଙ୍ଗାଳୁରୁ ମୁଖ୍ୟ ସମ୍ପାଦକ ରବି ହାଗଡେ ପ୍ରମୁଖ ଯୋଗ ଦେଇଛନ୍ତି ।

ଏହି ଅବସରରେ କିଟ୍, କିସ୍ ତଥା କଳିଙ୍ଗ ଟିଭି ପ୍ରତିଷ୍ଠାତା ପ୍ରଫେସର ଡ଼ ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିବା ସହ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ୩୨ ତମ କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସ୍ଵାଗତ କରିଛନ୍ତି । ତାଙ୍କର ୨୦ ବର୍ଷ ବୟସରେ ଯେତେବେଳେ ଦେଶରେ ଆପତ କାଳୀନ ସମୟ ଆସିଥିଲା ସେତେବେଳେ ବଡ଼ ଭୂମିକା ଗ୍ରହଣ କରିଥିଲେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର । ଗୋଆ ରେ ସ୍ପିକର ଭାବେ ନିଜେ ପେପରଲେସ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା କରିଥିଲେ । ସେହିଭଳି ପୃଥିରାଜ୍ ହରିଚନ୍ଦନ ନିଜ ବାପାଙ୍କ ଭଳି ନିଜକୁ ସାରା ରାଜ୍ୟରେ ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ସେ କହିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ଦିଲ୍ଲୀରେ ରହୁଛନ୍ତି ହେଲେ ଓଡ଼ିଶାରେ ତାଙ୍କର ବିଖ୍ୟାତ ଅନେକ ରହିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ନିଜ କାର୍ଯ୍ୟଦକ୍ଷତା ମଧ୍ୟରେ ସେ ନିଜର ପରିଚୟ ଓଡ଼ିଶାରେ ମଧ୍ୟ ସୃଷ୍ଟି କରିଛନ୍ତି । ଅନ୍ୟପଟେ ମଡ଼ର୍ଣ୍ଣ ନ୍ୟୁଜ୍ ରୁମ୍ ଭଳି ନୂଆ ଯୁଗର ସମ୍ବାଦ ପରିବେଷଣ କ୍ଷେତ୍ରରେ ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ରଖିଥିବା ରବି ହାଗଡେଙ୍କୁ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି ଯେ ଭଲ ପାଇବା ହିଁ ଚିରସ୍ଥାୟୀ । କିଏ କେତେ ଭଲ ପାଇବ ସେତେ ଭଲ ରହିବ ବୋଲି ସେ ମତ ରଖିଛନ୍ତି । ମୁଁ ଦିନକୁ ୧୮ ଘଣ୍ଟା କାର୍ଯ୍ୟ କରି ମଧ୍ୟ ଲୋକଙ୍କ ଭଲ ପାଉଛି ବୋଲି ମୁଁ ଭଲ ଅଛି ବୋଲି ସେ କହିଛନ୍ତି ।
କଳିଙ୍ଗ ଟିଭି ଦ୍ଵାରା ଆୟୋଜିତ ସମ୍ମିଳନୀ - ବିକଶିତ ଭାରତ ଓ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର । ଏହି ଅବସରରେ ସେ କହିଛନ୍ତି ଯେ ମୁଁ ଏହି କାର୍ଯ୍ୟକ୍ରମ ପାଇଁ ସ୍ଵନ୍ତ୍ର ଭାବେ ଆସିଛି । ଡ଼ ଅଚ୍ୟୁତ ସାମନ୍ତ ଙ୍କ ବିଷୟରେ ବହୁତ୍ କିଛି ଶୁଣିଛି । ଆଜି କିଟ୍ ଓ କିସ କ୍ୟାମ୍ପସ ବୁଲି ଦେଖିଛି । ବିକଶିତ ଭାରତର ସ୍ବପ୍ନ ପ୍ରଧାନମନ୍ତ୍ରୀ ଦେଖିଛନ୍ତି । ବିକଶିତ ଭାରତ ଲକ୍ଷ୍ୟ ସମସ୍ତଙ୍କ ପାଇଁ ଶୁଭଙ୍କର । କିପରି ଆମେ ଆମର ଅର୍ଥନୀତି ବିକାଶ କରିପାରିବା, ଏହାକୁ ନେଇ ଆମର ଭୂମିକା କଣ ଆମକୁ ବୁଝିବାକୁ ପଡ଼ିବ । ବିକଶିତ ଓଡ଼ିଶା ପରେ ହିଁ ଭାରତର ବିକାଶ ହେବ । ବିକଶିତ ଭାରତର ରାସ୍ତା ବିକଶିତ ଓଡ଼ିଶା ଦେଇକି ଯାଇଛି । ବିକଶିତ ଭାରତର ଅର୍ଥ ମୋ ପାଇଁ କଣ ଏହାକୁ ଧ୍ୟାନ ଦେବାକୁ ପଡ଼ିବ । ଏହା ପାଇଁ ମୋ ଭୂମିକା କଣ ତାହାକୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ଯଦି ଏହାର ଉତ୍ତର ଆମ ପାଖରେ ନାହିଁ ତେବେ ଏହା ଆମ ପାଇଁ ଶୁଭଙ୍କର ନୁହେଁ । ସମସ୍ତଙ୍କ ବିକାଶ ହେଲେ ତେବେ ଯାଇ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ହେବ । ବିଶ୍ଵ ସ୍ତରରେ ଅର୍ଥନୀତି ବିକାଶ ତଥା ସାମାଜିକ ବିକାଶ ହିଁ ଆମ ଓଡ଼ିଶାର ବିକାଶ କରାଇବ ବୋଲି କହିଛନ୍ତି ଶ୍ରୀ ଆର୍ଲେକର । ଏହି ବିକଶିତ କାର୍ଯ୍ୟକ୍ରମରେ ଶ୍ରୀ ଅଚ୍ୟୁତ ସାମନ୍ତ ଯାହା କରିଛନ୍ତି ତାହା ବିକଶିତ ଓଡ଼ିଶାର ହିଁ ଏକ ମାନଦଣ୍ଡ । ଦେଶରେ କେବଳ ନିଯୁକ୍ତି ଦେବା ମୂଳ ଲକ୍ଷ୍ୟ ହେବା କଥା ନୁହେଁ । ଚାକିରି କରି ଚାକର ହେବା ବଦଳରେ ଜଣେ ଜଣେ ଚାକିର ଦେଢ଼ର ଦକ୍ଷତା ରଖିବା ଦରକାର । ମୁଁ କଣ ସ୍ଵଦେଶୀ ହୋଇ ପାରିବି ? ଏହି ପ୍ରଶ୍ନ ଆମକୁ ପଚାରିବାକୁ ପଡ଼ିବ । ଯାହା ଆମ ଦେଶରେ ପ୍ରସ୍ତୁତ ହୋଇଛି ତାହାକୁ କଣ ଆମର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ସମର୍ଥ ନା ବାହାର ଦେଶ ଆମଦାନୀ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି । ଆମ ସାମଗ୍ରୀ ସବୁକୁ ବାହାର ଦେଶ ଆମଦାନୀ କରିବା ଦରକାର । ଆଜି ପରଠାରୁ ଏହାକୁ ଆମେ ଗ୍ରହଣ କରିପାରିବା କି ? ଏହା ହିଁ ଆମ ପାଇଁ ବିକଶିତ ଭାରତ ପାଇଁ ଏକ ପାଦ ଆଗକୁ ବୋଲି ସେ କହିଛନ୍ତି । ଆସନ୍ତା ପଢ଼ି ଯେବେ ପଚାରିବ ଯେ ବିକଶିତ ଭାରତ ପାଇଁ ଆପଣ କଣ କରିଛନ୍ତି ସେତେବେଳେ ଆପଣ କହିପରୁଥିବା ଦରକାର ଯେ ମୁଁ ଏହା କରିଛି ବୋଲି ସେ ମତ ରଖିଛନ୍ତି ।
କାର୍ଯ୍ୟକ୍ରମରେ ଆଇନ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗ ଦେଇ କହିଛନ୍ତି ସରକାରଙ୍କ ବିକାଶ ଲକ୍ଷ୍ୟ, ଏହାର ଯୋଜନା ଓ କାର୍ଯ୍ୟକାରିତା କରିବାର ପ୍ରତିଟି ବିନ୍ଦୁକୁ ଯୋଡିଲେ ସରକାର ବିକାଶ କରିପାରିବେ । ପ୍ରଥମେ ଲକ୍ଷ ସ୍ଥିର ହେଲେ ହିଁ ବିକାଶ କାର୍ଯ୍ୟ କରାଯାଇପାରିବ । ପ୍ରତିବର୍ଷ ଆମେ କଣ କରିବା, ଆମର ପ୍ରତିଟି କାର୍ଯ୍ୟରେ ଭୂମିକା କଣ ରହିବ ତାହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ହେବ । ପ୍ରତିଟି ବିନ୍ଦୁକୁ ଯୋଡ଼ିବର ଯୋଜନା କୁ ପରିକଳ୍ପନା କରିବା କୁ ହେବ । ୨୦୩୬ ସୁଦ୍ଧା ୫୦୦ ମିଲିୟନ ଏବଂ ୨୦୪୭ ସୁଦ୍ଧା ୧୫ସହ ମିଲିୟନ ଡଲାର ଏକୋନୋମି କରିବା ନେଇ ଆମେ ଲକ୍ଷ୍ୟ ରଖିଛୁ । ରାଜ୍ୟରେ ବର୍ତ୍ତମାନ ଶିଳ୍ପାୟନ ବଢ଼ିଛି । MSME, କୃଷି ବିଭାଗର ବିକାଶ, ଗ୍ରମଞ୍ଚଳୟର ବିକାଶ ସହ ମହିଳାଙ୍କ ଅର୍ଥନୈତିକ ବିକାଶ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ଗତ ଦେଢବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୮ ହଜାର ଲୋକଙ୍କ ନିଯୁକ୍ତି ମିଳିଛି, ୪୮ ହଜାର ବେସରକାରୀ ନିଯୁକ୍ତି ସୃଷ୍ଟି ହୋଇଛି । କଳିଙ୍ଗ ଟିଭି ପକ୍ଷରୁ ଆୟୋଜିତ ସମ୍ମିଳନୀ - ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଆଜିର ଚର୍ଚ୍ଚା ଆମ ସମସ୍ତଙ୍କୁ ବାଧ୍ୟ କରିବ ସ୍ବପ୍ନ ଦେଖିବା ପାଇଁ । ବିକଶିତ ଓଡ଼ିଶାର ଚିତ୍ର ଆମ ସମସ୍ତଙ୍କ ଆଗରେ ଦେଖିବାକୁ ମିଳିବ । ଏଥିପାଇଁ ଶ୍ରୀ ସାମନ୍ତ ଓ ମୁଖ୍ୟ ସମ୍ପାଦକଙ୍କୁ ଧନ୍ୟବାଦ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଯାହା ଉତ୍ସର୍ଗ ବାହାରିବା ତାହାକୁ ସରକାର ଗ୍ରହଣ କରିବା ପାଇଁ ନିଶ୍ଚିନ୍ତ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
ସେହିଭଳି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ସଂପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା କଳିଙ୍ଗ ଟିଭିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ । ଭାରତ ମହାନ ଥିଲା ଏବେ ଆହୁରି ମହାନ୍ ହେବାକୁ ଯାଉଛି । ଯେଉଁ ପର୍ଯ୍ୟନ୍ତ ସବୁ ରାଜ୍ୟ ବିକଶିତ ହେବନାହିଁ ସେପର୍ଯ୍ୟନ୍ତ ଭାରତର ବିକାଶ ହେବନାହିଁ । ଆମ ପାଖରେ କଣ ଅଛି ତାହା ଆମପାଇଁ ପ୍ରତିଯୋଗିତା ନୁହେଁ ବରଂ ଦେଶର ବିକାଶ ପାଇଁ ଆମର ଭାଗିଦାରୀତା କେତେ ତାହା ହିଁ ଆମର ପ୍ରତିଯୋଗିତା ବୋଲି ସେ କହିଛନ୍ତି । ଯେବେ ତୃଣମୂଳ ସ୍ତରରୁ ବିକାଶ ହେବ ସେତେବେଳେ ଦେଶରେ ବିକାଶ ବଢିବ ବୋଲି ସେ ମତ ରଖିଛନ୍ତି । ପ୍ରଫେସର ଅଚ୍ୟୁତ ସାମନ୍ତ କହିଛନ୍ତି ଶ୍ରୀ ସାମନ୍ତ ବିବାହ କରିନାହାନ୍ତି ହେଲେ ଏକାଧିକ ଅନୁଷ୍ଠାନର ସେ ବାପା । ରହିବା ପାଇଁ ଘର, ସମସ୍ତଙ୍କ ପାଇଁ ସ୍କୁଲ ଓ ସମସ୍ତଙ୍କ ପାଇଁ ହସ୍ପିଟାଲ ଥିବା ଦରକାର । ଯାହାକୁ ଶ୍ରୀ ସାମନ୍ତ ପାଳନ କରିଛନ୍ତି ଯେପରି କେହି ଚିକିତ୍ସା ଅଭାବରୁ ନମରାନ୍ତୁ ଆଉ ସମସ୍ତଙ୍କୁ ଯେପରି ଭଲ ଶିକ୍ଷା ମିଳିବ ତାହାକୁ ନେଇ ସେ କାର୍ଯ୍ୟ କରିଛନ୍ତି ।
ଆଜି କଳିଙ୍ଗ ଟିଭି ଦ୍ଵାରା ଆୟୋଜିତ ସମ୍ମିଳନୀ - ବିକଶିତ ଭାରତ ଓ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ କାନାଡା ପ୍ରଭା ବେଙ୍ଗାଳୁରୁର ମୁଖ୍ୟ ସମ୍ପାଦକ ରବି ହାଗଡେ କହିଛନ୍ତି ଯେ ଅଶୋକ ସମ୍ରାଟ ଓ କଳିଙ୍ଗ ଯୁଦ୍ଧ ଓଡ଼ିଶାର ବୀରତ୍ୱର ପରିଚୟ ଦିଏ । ପୂର୍ବରୁ ଓଡ଼ିଶା ଏକ ପଛୁଆ ତଥା ଗରିବ ରାଜ୍ୟ ଭାବେ ପରିଗଣିତ ହେଉଥିଲା ହେଲେ ମୁଁ ଏବେ ଓଡ଼ିଶା ଆସିବା ପରେ ଜାଣିଲି ଯେ ଓଡ଼ିଶା ଏକ ଦୃତ ଅଗ୍ରଗତି କରୁଥିବା ରାଜ୍ୟ । ଯାହାପଖରେ ବିଶ୍ବସ୍ତରୀୟ ଷ୍ଟିଲ ଆଉ ଆଲୁମିନିୟମ ଇଣ୍ଡଷ୍ଟ୍ରି ଆହୁରି ଅନେକ ପାଇଁ ଓଡ଼ିଶା ରାଜ୍ୟ ନିଜର ବିରତ୍ଵ ତଥା ବିକାଶ ଦିଗ କଥା କହୁଛି । ଅର୍ଥନୀତି ବିକାଶ, ସାମାଜିକ ଉନ୍ନତି, ପରିବେଶ ସୁରକ୍ଷା ତଥା ଗ୍ଲୋବାଲି ସମ୍ମାନ ପାଇବା ହେଉଛି ଏକ ରାଜ୍ୟର ଅଗ୍ରଗତି ବୋଲି ପରିଗଣିତ କରାଯିବ । ପ୍ରଫେସର ଡ଼ ଅଚ୍ୟୁତ ସାମନ୍ତ ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ । ତାଙ୍କର ଦକ୍ଷତା ଯୋଗୁ କିଟ୍ ଓ କିସ ପ୍ରତିଷ୍ଠା ହୋଇଛି । କିଟ୍ ଓ କିସ୍ ଦେଶ ବିକାଶ କରିବାରେ ସହାୟକ ହୋଇଛି । ୟୁନିସ୍କୋ ପକ୍ଷରୁ ଏହାକୁ ମାନ୍ୟତା ମିଳିଛି । ଶ୍ରୀ ସାମନ୍ତଙ୍କ କାର୍ଯ୍ୟ ହିଁ ଏହାର ଏକ ବଡ଼ ଉଦାହରଣ ବୋଲି ସେ କହିଛନ୍ତି