Kalahandi Lanjigad news

Kalahandi Lanjigad news

Kalahandi Lanjigad news

ଲାଞ୍ଜିଗଡ ଅଞ୍ଚଳବାସୀଙ୍କୁ ସରକାର ଶେଷରେ ଦେଖେଇଲେ ଭଙ୍ଗା ଆଇନI (ରିପୋର୍ଟ:ମହେଶ୍ୱର ପତି)

(କଳିଙ୍ଗ ବିକାଶ) ଲାଞ୍ଜିଗଡ ତହସିଲଦାରଙ୍କ କାର୍ଯ୍ୟାଳୟ ବିଶ୍ୱନାଥପୁର ଠାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ଉଦଘାଟନ କରିବା ଖବର ପାଇ ଲାଞ୍ଜିଗଡବାସୀ ଆଜି ଦିନକୁ କଳା ଦିବସ ରୂପେ ପାଳନ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖ ଧାରଣା ଦେଇ ଫଟକାରେ ତାଲା ପକାଇ ପ୍ରତିରୋଧ କରିଥିଲେ I ଆଜି ସକାଳ ୦୬ ଘଣ୍ଟାରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ସରକାରଙ୍କ ମନମୁଖୀ ନୀତି ପାଇଁ କଳା ଦିବସ ପାଳନ କରୁଛନ୍ତି I ଲାଞ୍ଜିଗଡଠାରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ କରାଯିବ ବୋଲି ପ୍ରଥେମେ ଚଳିତ ବର୍ଷ ଜାନୁଆରୀ ମାସ ୨୧ ତାରିଖରେ ସରକାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା I ତାପରେ ପୁଣି ସରକାରଙ୍କ ପକ୍ଷରୁ ବିଶ୍ୱନାଥପୁର ଠାରେ ଚଳିତ ମାସ ୦୨ ତାରିଖରେ ଉଦଘାଟନ କରାଯିବ ବୋଲି ସରକାର ଘୋଷଣା କଲେ,ସରକାରଙ୍କ ଏହି ଟାଳଟୁଳ ନୀତିକି ଦେଖି ଲାଞ୍ଜିଗଡ ଅଞ୍ଚଳବାସୀ ୦୨ ତାରିଖ ଦିନ ଲାଞ୍ଜିଗଡ ତହସିଲଦାର କାର୍ଯ୍ୟାଳୟକୁ ଘେରାଉ କରିଥିଲେ,ଯାହାଫଳରେ ସେଦିନ ଆଉ ଜିଲ୍ଲା ପ୍ରଶାସନ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ଉଦଘାଟନ ନକରିପାରି ଅପଦସ୍ତ ହୋଇ ଫେରି ଯାଇଥିଲେ I ପୁଣି ଥରେ ଆଜି ଜିଲ୍ଲା ପ୍ରଶାସନ ଚେଷ୍ଟା କରିଥିଲେ ବିଶ୍ୱନାଥପୁର ଠାରେ କାର୍ଯ୍ୟାଳୟକୁ ସକାଳ ୧୦ ଘଣ୍ଟାରୁ ନିଆନ୍ତ ହୋଇଯାଇଥିଲା ଖୋଲିବା ପାଇଁ ସେଥିରେ ମଧ୍ୟ ଜିଲ୍ଲା ପ୍ରଶାସନ ସଫଳ ହୋଇନଥିଲେ I ଶେଷରେ ସରକାର ଭରଚୁଆଲ ମୁଡ଼ ରେ ଓଡିଶା ସରକାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କ କର କମଳରେ ଦିନ ୦୧ ଘଣ୍ଟା ୪୭ ମିନିଟ ସମୟରେ ଶୁଭ ଉଦଘାଟନ କରିଥିଲେ, ଜନସାଧାରଣ ତେଣୁକରି ପ୍ରଶାସନର ଏହି ଟାଳଟୁଳ ନୀତିକୁ ବିରୋଧ କରି ଲାଞ୍ଜିଗଡ ଅଞ୍ଚଳ ବାସୀ ହଜାର ହଜାର ସଂଖ୍ୟାରେ ସ୍ତ୍ରୀ ପୁରୁଷ ବୁଢା ବୁଢ଼ୀ ଆଜି ସର୍ବଦଳୀୟ ଏକତ୍ରିତ ହୋଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି,ତତ ସଙ୍ଗେ ସଙ୍ଗେ ବିଶ୍ୱନାଥପୁର ଠାରେ ଥିବା ତହସିଲଦାର କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ କଲେ ଆନ୍ଦୋଳନ କରଥିଲେ I ଆଜି ଲାଞ୍ଜିଗଡ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ,ଦୋକାନ ବଜାର,ଗାଡି ଚଳାଚଳ ପିକେଟିଙ୍ଗ କରି ବନ୍ଦ କରି ଦିଆଯାଇଛି I ରାସ୍ତା ଉପରେ ଟାଏର ଜାଳି ରାସ୍ତା ରୋକ ଲାଞ୍ଜିଗଡ ଅଞ୍ଚଳବାସୀ କରଛନ୍ତି, ଯାହାଫଳରେ ଗାଡି ଘୋଡା ଗମନା ଗମନ କରିବା ବନ୍ଦ ହୋଇଯାଇଛି I ଶାନ୍ତି ଶୃଙ୍ଖଳା ସହିତ ଏହି କଳାଦିବସଟି ପାଳନ କରୁଛନ୍ତି ଏହି କଲଦିବସ ପାଳନ କରିବା ସମୟରେ କୌଣସି ଅପ୍ରିତିକର ଘଟଣା ଘଟି ନାହିଁ,ଏହି ଆନ୍ଦୋଳନର ମୁଖ୍ୟ ଉଦେଶ୍ୟ ହେଲା ଜିଲ୍ଲା ପ୍ରଶାସନକୁ ଅବଗତ କରି ଦିଆଯାଉଅଛିଯେ ଲାଞ୍ଜିଗଡ ନାମରେ ଆସିଥବା ସବରେଜିଷ୍ଟ୍ରIର କାର୍ଯ୍ୟାଳୟକୁ ବିଶ୍ୱନାଥପୁର ଠାରେ କରାନଯାଉ ଲାଞ୍ଜିଗଡ ଠାରେ କାର୍ଯ୍ୟାଳୟକୁ ସ୍ଥାପନା କରାଯାଉ I ଲାଞ୍ଜିଗଡ ଅଞ୍ଚଳବାସୀ କହିବା କଥା ସରକାର ଆମ ଲାଞ୍ଜିଗଡ ଅଞ୍ଚଳବାସୀଙ୍କୁ ଭଙ୍ଗା ଆଇନI ଦେଖେଇଛନ୍ତି ଆମେ ମଧ୍ୟ ସରକାରଙ୍କୁ ୨୦୨୭ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରି ସରକାରଙ୍କୁ ଉଚ୍ଚିତ ଜବାବ ଦେବୁ ଦେଖେଇବୁ ଭଙ୍ଗା ଆଇନା I ସରକାର ଆମ ଲାଞ୍ଜିଗଡ ଅଞ୍ଚଳବାସୀଙ୍କୁ କହି ଲୁଚିଲୁଚି ଭରଚୁଆଲ ମୁଡ଼ରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ବିଶ୍ୱନାଥପୁର ଠାରେ ଉଦଘାଟନ କଲେ ବୋଲି ଅଞ୍ଚଳବାସୀ ଏବେ ବର୍ତ୍ତମାନ କହୁଛନ୍ତି I ଆମେ ଲାଞ୍ଜିଗଡ ଅଞ୍ଚଳବାସୀ ଏଇଟା ସରକାରଙ୍କୁ ଖାଲି ଝଲକ ଦେଖାଉଛୁ ଭବିଷ୍ୟତରେ ଏହାଠାରୁ ଆହୁରି ତୀବ୍ରରୁ ତୀବ୍ରତର ଆନ୍ଦୋଳନ କରିବୁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛୁ ବୋଲି ଆମ ଆଘରେ ପରି ପ୍ରକାଶ କରିଛନ୍ତି I