ମାଘ ମେଳା :କଟକ

ମାଘ ମେଳା :କଟକ

ମାଘ ମେଳା :କଟକ

ତା :01/02/2026 ଚଳିତ ମାଘ ମାସ ଶୁକ୍ଳପକ୍ଷ ଶନିବାର ଇଂରାଜୀ ତା୩୧.୦୧.୨୦୨୬ ରିଖ ଠାରୁ ତାଠ୨.୦୨.୨୦୨୬ ରିଖ ସୋମବାର ପର୍ଯନ୍ତ ବିଡ଼ାନାସୀ, ସୁଭଦ୍ରା ନଗରସ୍ଥିତ ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଏବଂ ଏହି କାର୍ଯ୍ୟକ୍ରମ ଟି ପରିଚାଳନା କମିଟି ର ପ୍ରମୁଖ ସଦସ୍ୟ ଶ୍ରୀଯୁକ୍ତ ସଂଜୀବ ରଣା, ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସାହୁ, ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ପ୍ରମୋଦ ବେହେରା ଏବଂ କମିଟି ର ଅନ୍ୟାନ୍ୟ ମାନ୍ୟ ଗଣ୍ୟ ସଦସ୍ୟ ଓ ହଜାର ହଜାର ଭକ୍ତ ବୃନ୍ଦ ଓ ଗ୍ରାମବାସୀ ଏବଂ ସଂକୀର୍ତନ ମଣ୍ଡଳୀ ସହ ଭକ୍ତ ଗଣ ନାମଯଜ୍ଞାନୁଷ୍ଠାନରେ ଯୋଗଦାନ କରି ପରମୋତ୍ସାହିତ ହୋଇଛନ୍ତି ଓ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସହସ୍ର ଭକ୍ତ ଗଣ ପ୍ରସାଦ ସେବନ କରି ଅତି ଆନନ୍ଦ ଉଲ୍ଲାସ ରେ ଚଉଦ ତମ ଅଷ୍ଟ ପ୍ରହରୀ ଯଜ୍ଞ ବିଡାନାସୀ ଶୁଭଦ୍ରା ନଗର ରେ 

ନିମ୍ନଲିଖିତ କାର୍ଯସୂଚୀ ଅନୁଯାଇ ସମ୍ପାଦିତ ହୋଇଯାଇଛି:

ତା.୩୧.୦୧.୨୦୨୬ ରିଖ (ଶନିବାର) : ଶୁଭାଧୁବାସ, କଳସଯାତ୍ରା ସଂଧ୍ୟା ୫.୦୦ ଘଟିକା

ତା.୦୧.୦୨.୧୦୨୬ ରିଖ (ରବିବାର): ମାଘ ପୂର୍ଣିମା ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନ ସଂଧ୍ୟା ୭.୩୦ ଘଟିକା

ତା.୦୨.୦୨.୨୦୨୬ ରିଖ (ସୋମ‌ବାର‌) : ନଗରକୀର୍ତ୍ତନu ପ୍ରାତଃ ୮ ଘଟିକାରେ ଗ୍ରାମ ପରିକ୍ରମା ସହିତ ନଗର କୀର୍ତ୍ତନ ହୋଇଯାଇଛି

ଓଁ ଶ୍ରୀ ଭଗବତେ ନମଃ

ଅଷ୍ଟପ୍ରହର ନାମଯଜ୍ଞ

ନିବେଦକ ପରିଚାଳନା କମିଟି, ସୁଭଦ୍ରା ନଗର, ବିତାନାସୀ, କଟକ, ରିପୋର୍ଟ ଅମିୟ ସିଂ