ବନ୍ୟପ୍ରାଣୀ ସଂରକ୍ଷଣ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା :Ommtv Kalingavikas
ବନ୍ୟପ୍ରାଣୀ ସଂରକ୍ଷଣ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା :Ommtv Kalingavikas
ବନ୍ୟପ୍ରାଣୀ ସଂରକ୍ଷଣ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା :Ommtv Kalingavikas
ଯଶିପୁର ବ୍ଲକ ଅନ୍ତର୍ଗତ ମାଟିଆଗଡ ପଂଚାୟତର ସିଙ୍ଗାରପୁରସ୍ଥିତ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରଠାରେ ବନ୍ୟପ୍ରାଣୀ ସଂରକ୍ଷଣ ସଚେତନତା ଆଧାରିତ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କାଳକ୍ରମେ ବହୁ ବନ୍ୟପ୍ରାଣୀ ପରିବେଶ ସହିତ ଖାପଖୁଆଇ ବଂଚିପାରୁ ନଥିବାରୁ ବିଲୁପ୍ତ ହୋଇଯାଉଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ୍ ସଦସ୍ୟ ଇଂ ସତ୍ୟନାରାୟଣ ମାଝୀଙ୍କର ଆହ୍ବାନ କ୍ରମେ ବନ ବିଭାଗ ଓ ବିର୍ସା ରୁରାଲ୍ ଡେଭେଲପମେଣ୍ଟ ଟ୍ରଷ୍ଟ ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବନବିଭାଗ ଫରେଷ୍ଟ ଗାର୍ଡ୍ ସଂଯୁକ୍ତା ନାଏକ ଯୋଗଦେଇ ବନ୍ୟପ୍ରାଣୀ ହେଉଛନ୍ତି ପ୍ରାକୃତିକ ସମ୍ପଦ ତେଣୁ ସେମାନଙ୍କର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।

୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ତିନୋଟି ବିଭାଗ କରାଯାଇ ସର୍ବମୋଟ ୧୩୨ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ସେମାନଙ୍କ ମଧ୍ୟରୁ ସିନିୟର ଗ୍ରୁପ୍ରେ ଏସ୍ଆର୍ ସୌମ୍ୟରଂଜନ ନାଏକ ୧ମ ସ୍ଥାନ, ଓମ୍ କୁମାର ମହାନ୍ତ ୨ୟ ସ୍ଥାନ ଓ ଆଶାରାଣୀ ମହାନ୍ତ ୩ୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଜୁନିୟର୍ ଗ୍ରୁପ୍ରେ ଆଦିତ୍ୟ ହେମ୍ବ୍ରମ୍ ୧ମ ସ୍ଥାନ, ମନୀଷା ବାନରା ୨ୟ ସ୍ଥାନ ଓ ରୋମିଓ ରଂଜନ ନାଏକ ୩ୟ ସ୍ଥାନ ଏବଂ ସବ୍ଜୁନିୟର ଗ୍ରୁପ୍ରେ ଭରତ ଚନ୍ଦ୍ର ସାୟାଁ ୧ମ ସ୍ଥାନ,ଭୂମିକାରାଣୀ ମୁଣ୍ଡା ୨ୟ ସ୍ଥାନ ଓ ଆୟୁଷ କୁମାର ମହାନ୍ତ ୩ୟ ସ୍ଥାନ ଅଧିକାର କରିଥିଲେ।ବିଜେତା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପାଠ୍ୟସାମଗ୍ରୀ ଦେଇ ପୁରସ୍କୃତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଦୟାନିଧି ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଧାନ ଗୁରୁମା ଶୁଭଶ୍ରୀ ପାତ୍ର ସମେତ ଗୁରୁମା ବିଦ୍ୟୁତପ୍ରଭା ମହାନ୍ତ,ସୁଲୋଚନା ମହାନ୍ତ, ସସ୍ମିତା ନାୟକ, ସବିତା ପୂର୍ତ୍ତି, ଭାନୁମତୀ ମହାନ୍ତ, ଗୁରୁଜୀ ତପନ ନାଏକ,ଟେକଲାଲ ହାସ୍ତାର ଏବଂ ସ୍ବେଚ୍ଛାସେବୀ ଧରଣୀଧର ଜାମୁଦା ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
