କାଶୀରାଜ ବୈଦ୍ୟସଂଘ ପକ୍ଷରୁ ଭଗବାନ ଧନ୍ବନ୍ତରୀ ଜୟନ୍ତୀ :Ommtv kalinga vikas

ରାଇରଙ୍ଗପୁର :କାଶୀରାଜ ବୈଦ୍ୟସଂଘ ପକ୍ଷରୁ ସ୍ଥାନୀୟ କୁଡୁମୀ ଭବନଠାରେ ଭଗବାନ ଧନ୍ବନ୍ତରୀ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଭଗବାନ ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ସଂଘର ସଭାପତି ସଂଜୟ କୁମାର ପଟ୍ଟନାୟକ ପୌରହିତ୍ୟ କରିଥିଲେ। ମୁଖ୍ୟଅତିଥି ଉପଦେଷ୍ଟା ସ୍ତମ୍ଭକାର ଲଳିତ ମହାନ୍ତ, ଭଗବାନ ଧନ୍ବନ୍ତରୀ ସାଗର ମନ୍ଥନରୁ ସ୍ବର୍ଣ୍ଣକଳସ ଧରି ଉତ୍ପନ୍ନ ହୋଇଥିଲେ। ସେ ଦବତାଙ୍କ ବୈଦ୍ୟ ଥିଲେ। ତାଙ୍କ ପୂଜା ଦ୍ବାରା ଆରୋଗ୍ୟ, ଶୁଭପ୍ରାପ୍ତି ହୁଏ। ସଂସାରରେ ଚିକିତ୍ସା ବିଜ୍ଞାନରେ ବିସ୍ତାର ଓ ପ୍ରସାର ପାଇଁ ଭଗବାନ ଧନ୍ବନ୍ତରୀ ଅବତାର ନେଇଥିଲେ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ବୈଦ୍ୟ ପ୍ରଶାନ୍ତ ନୀଳୟ ମହାକୁଡ ଓ ସୁଧିର କୁମାର ସେଠୀ, ଭଗବାନ ଧନ୍ବନ୍ତରୀଙ୍କ ବୃତ୍ତାନ୍ତ ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମଦନ ଦାଶ, ବୈଦ୍ୟ ତରଣୀସେନ ବେହେରା, ମୁକ୍ତାର ହୁସେନ୍‌ ଓ ସୁନୀଲ ପାଲ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଭଗବାନ ମହାକୁଡ, ଘାସିଆ ସର୍ଦ୍ଦାର, ବିଭୀଷଣ ମହାନ୍ତ(ଯଶିପୁର),ଲଳିତ କୁମାର ମହାନ୍ତ, ମନୋରଂଜନ ମହାନ୍ତ, ଶ୍ୟାମଲ ହାଁସଦା(ପଶ୍ଚିମ ବଙ୍ଗ), ଭରତ କୁମ୍ଭାର(ଝାଡଖଣ୍ଡ) ଓ ବିଜୟ ମୁଖୀ(ରରୁଆଁ) ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ବୈଦ୍ୟ ତାପସ ମହାନ୍ତ ଧନ୍ୟବାଦ ଦେଇଥିଲେ।

ମୟୁରଭଞ୍ଜରୁ ଯଶିପୁର ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ ନ୍ୟୁଜ୍‌