ରାଇରଙ୍ଗପୁର ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ନୀଶାମଣି ଲଜ୍ ପହଞ୍ଚିଥିଲା

ରାଇରଙ୍ଗପୁର ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ନୀଶାମଣି ଲଜ୍ ପହଞ୍ଚିଥିଲା

ରାଇରଙ୍ଗପୁର ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ନୀଶାମଣି ଲଜ୍ ପହଞ୍ଚିଥିଲା
ରାଇରଙ୍ଗପୁର ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ନୀଶାମଣି ଲଜ୍ ପହଞ୍ଚିଥିଲା
ରାଇରଙ୍ଗପୁର(କୋଳିଙ୍ଗ ବିକାଶ ): ୧୬\୭\୨୬
ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଆଜିର ପ୍ରଥମ ଦିନରେ ରଥ ନୀଶାମଣି ଲଜ୍ ପର୍ଯ୍ଯନ୍ତ ପହଞ୍ଚିଥିଲା l ରଥଟଣା ହେବା ପୂର୍ବରୁ ସକାଳ ବେଳା ମନ୍ଦିର ମୁଖ୍ଯପୂଜକ ଦେବବ୍ରତ ରଥ ମହାପାତ୍ର ଶର୍ମାଙ୍କ ପରିଚାଳନାରେ ନୀତିକ୍ରାନ୍ତି ହେବା ପରେ ଦିବା ୧୧ ଘଟିକା ସମୟରେ ଧାଡି ପହଣ୍ଡି ଦ୍ବାରା ତିନି ଦିଅଁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଚକ୍ରଙ୍କୁ ସେବାୟତମାନେ ଘଣ୍ଟଘଣ୍ଟା ହୁଳହୁଳିରେ ରଥାରୂଢ କରିଥିଲେ l ଏହି ସମୟରେ  ତିନିପ୍ରଭୁଙ୍କୁ ଢଣିଢଣି ନାଚିନାଚି ରଥ ଉପରକୁ ନିଆଯାଇଥିଲା l ସଂନ୍ଧ୍ଯା ୫ ଘଟିକା ସମୟରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଛେରାପହଁରା ନିମିତ୍ତ ରଥ ଉପରକୁ ପହଞ୍ଚି ମହାପ୍ରଭୁଙ୍କ ଆରତି ଓ ଛେରାପହଁରା କାର୍ଯ୍ଯ ସମାପନ କରିଥିଲେ l ଏହାପରେ ରଥରେ ଘୋଡା ଲାଗି ହେଲା ପରେ ଡାହୁକ କୁଷ୍ଣବିହାରୀ ମହାନ୍ତି ଓ ଅଭିଷେକ ମହାନ୍ତିଙ୍କ ନିର୍ଦ୍ଦେଶରେ ରଥଟଣା ଆରମ୍ଭ ହୋଇଥିଲା l ଉକ୍ତ ଆଧ୍ଯାତ୍ମିକ ବେଳାରେ ମନ୍ଦିର କମିଟୀ ସଭାପତି ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ରଥ କମିଟୀ ସଭାପତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନବୀନ ରାମ, ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର,ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଂଜନ ସେଠୀ, ରାଇରଙ୍ଗପୁର ଉପଖଣ୍ଡ ଥାନାଧିକାରୀ ବିରେନ୍ଦ୍ର ସେନାପତି, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ଶିଳ୍ପପତି ରାଜୁ ମିଶ୍ରାଙ୍କ କନ୍ଯା, ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା, ବ୍ଯବସାୟୀ ନୀରଜ ପଣ୍ଡା ତଥା ବିଭିନ୍ନ ବିଭାଗୀୟ ପଦାଧିକାରୀ ଯୋଗଦେଇଥିଲେ l ରଥଟଣା ସମୟରେ ଲୋକମାନଙ୍କୁ ଜଗନ୍ନାଥ ଭାବାବେଗ ସଂପର୍କରେ  ସାହିତ୍ଯିକଗଣ ଧାରା ବିବରଣୀ ପ୍ରଦାନ କରିଥିଲେ l ଏଥିସହ ବିଭିନ୍ନ ସ୍ବେଛାସେବୀ ସଂଗଠନ, ଡ୍ରାଇଭର ସଂଘ, ବିପ୍ର ଫାଉଡେସନ, ନୀଶାମଣି ଲଜ୍ କର୍ମକର୍ତ୍ତା ଓ ମେଟ୍ରିକ ୧୯୯୮ ବ୍ଯାଚ୍ ତରଫରୁ ଭକ୍ତମାନଙ୍କୁ ଅନ୍ନପ୍ରସାଦ, ଦହି ସରବତ ଏବଂ ପାନୀୟ ଜଳ ବଣ୍ଟନ କରିଥିଲେ l ପୋଲିସ ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀଗଣ ଉକ୍ତ କାର୍ଯ୍ଯରେ ଶାନ୍ତିଶୁଙ୍ଖଳା କରିଥିଲେ l ଆସନ୍ତାକାଲି ଦ୍ବିତୀୟ ଦିନରେ ରଥଟଣା ଆରମ୍ଭ ହୋଇ ମାଉସୀମା ଗୁଣ୍ଡିଚାମା ମନ୍ଦିରକୁ  ମା ଭଉଣୀ ମାଉସୀମାନଙ୍କ ଦ୍ବାରା ପହଞ୍ଚିବ l ତଦପରେ ତିନିଠାକୁରଙ୍କୁ ଧାଡିପହଣ୍ଡି କରାଯାଇ ମାଉସୀ ମାଙ୍କ ଆସ୍ଥାନରେ ବିରାଜମାନ କରିବେ l
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଜ୍ୟୋତିରଞ୍ଜନ ଷୋଡଙ୍ଗୀ  କୋଳିଙ୍ଗ ବିକାଶ।