କାର୍ ଫେଷ୍ଟିଭାଲ୍’ ନୁହେଁ, ରଥଯାତ୍ରା ଇଂରାଜୀରେ ମଧ୍ୟ ‘ରଥଯାତ୍ରା’ ହେଉ: କଟକ ସାଇକ୍ଲିଷ୍ଟ : ଓମଟିଭି

ଜୁଲାଇ ୧ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ୨ ତାରିଖରେ ସାଇକ୍ଲିଷ୍ଟ୍‌ମାନେ କଟକ ଏବଂ ଭୁବନଶ୍ବରରେ ଏକାଧିକ ଜଗନ୍ନାଥ ମନ୍ଦିରକୁ ସାଇକେଲ ଯାତ୍ରା କରିଛନ୍ତି। ରବିବାର ଦିନ ଏହି ସାଇକେଲ ଗ୍ରୁପ୍ ର ୧୨ ଜଣ ସାଇକ୍ଲିଷ୍ଟ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରି ଏହି ବାର୍ତ୍ତା ବାଣ୍ଟିଛନ୍ତି। କଟକରୁ ୮ଜଣ  ଏବଂ ଭୁବନଶ୍ବରରୁ  ୩ଜଣ ଏହି ଯାତ୍ରା ରେ  ସାମିଲ୍  ହୋଇଥିଲେ

କାର୍ ଫେଷ୍ଟିଭାଲ୍’ ନୁହେଁ, ରଥଯାତ୍ରା ଇଂରାଜୀରେ ମଧ୍ୟ ‘ରଥଯାତ୍ରା’ ହେଉ: କଟକ ସାଇକ୍ଲିଷ୍ଟ : ଓମଟିଭି

କାର୍ ଫେଷ୍ଟିଭାଲ୍’ ନୁହେଁ, ରଥଯାତ୍ରା ଇଂରାଜୀରେ ମଧ୍ୟ ‘ରଥଯାତ୍ରା’ ହେଉ: କଟକ ସାଇକ୍ଲିଷ୍ଟ

ତୃତୀୟ ଦିନରେ କଟକ ସାଇକ୍ଲିଷ୍ଟ୍‌ ର ପୁରୀଧାମକୁ  ଯାତ୍ରା , କଟକରୁ ପୁରୀ ସାଇକେଲ  ଯାତ୍ରାରେ ସାମିଲ ହେଲେ ୧୨ ସାଇକ୍ଲିଷ୍ଟ, ପୁରୀ, ୩/୨(ଓମ): ଜୁଲାଇ ୧ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ୨ ତାରିଖରେ ସାଇକ୍ଲିଷ୍ଟ୍‌ମାନେ କଟକ ଏବଂ ଭୁବନଶ୍ବରରେ ଏକାଧିକ ଜଗନ୍ନାଥ ମନ୍ଦିରକୁ ସାଇକେଲ ଯାତ୍ରା କରିଛନ୍ତି। ରବିବାର ଦିନ ଏହି ସାଇକେଲ ଗ୍ରୁପ୍ ର ୧୨ ଜଣ ସାଇକ୍ଲିଷ୍ଟ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରି ଏହି ବାର୍ତ୍ତା ବାଣ୍ଟିଛନ୍ତି। କଟକରୁ ୮ଜଣ  ଏବଂ ଭୁବନଶ୍ବରରୁ  ୩ଜଣ ଏହି ଯାତ୍ରା ରେ  ସାମିଲ୍  ହୋଇଥିଲେ । ଦୀର୍ଘ ୧୦ ଘଣ୍ଟା ରେ ୧୮୦ ରୁ ଉର୍ଦ୍ଧ୍ୱ କିମି ସାଇକେଲ  ଚଳାଇ କଟକରୁ ପୁରୀ ପହଞ୍ଚି ପୁଣି ସାଇକେଲ ଚଳାଇ କଟକରେ  ପହଂଚିଥିଲେ। "କଟକ ଏବଂ ଭୁବନଶ୍ବରରେ ଦୁଇ ଧରି ଆମର ସଦସ୍ୟମାନେ ସାଇକେଲ ଯାତ୍ରା କରିବା ପରେ ରବିବାର ଥିବାରୁ ପୁର୍ବ ଯୋଜନା ଅନୁଯାୟୀ ଆଜି ପୁରୀଧାମ ଯାତ୍ରା କରିଥିଲୁ । ଏହି ଯାତ୍ରା ଏଇଠି ସରିନି । ଆସନ୍ତା ୧୦ ତାରିଖ ସୁନାବେଶ ଯାଏଁ ଜାରି ରହିବ। କେବଳ ଆମେ ନୁହେଁ  ଜଗନ୍ନାଥ  ସଂସ୍କୃତି  ଏବଂ ଓଡ଼ିଆ  ଭାଷା  ସାହିତ୍ୟକୁ  ଭଲ ପାଉଥିବା  ପ୍ରତ୍ୟେକ  ଲୋକ ଏହା ବିରୁଦ୍ଧରେ ସ୍ବର ଉଠାଇବା ଆବଶ୍ୟକ ରହିଛି।" ବୋଲି  କହିଛନ୍ତି ସାଇକ୍ଲିଷ୍ଟ୍ ସହଦେବ ସାହୁ।ଏହି ସାଇକେଲ ଯାତ୍ରାରେ କଟକରୁ ଦୀପକ ପ୍ରଧାନ, ସହଦେବ ସାହୁ, ବଂଶୀଧର ବେହେରା,  ଆଶିଷ ନାହାକ , ବ୍ରଜେନ୍ଦୁ ମୋଡ଼ା, ଅଭିଜିତ ସାମନ୍ତ, ଅମ୍ବିକା  ପ୍ରସାଦ, ଶ୍ରୀ  ହର୍ସ ଏବଂ ଭୁବନେଶ୍ଵରରୁ ସମରେଶ  ମହାରଣା, ଓମ୍ ପ୍ରକାଶ ଦାସ, ଚନ୍ଦନ ମିଶ୍ର ଓ ସାଇକ୍ଲିଷ୍ଟ ସୁରଜ ସାମିଲ୍ ହୋଇଥିଲେ। କାର୍ ଫେଷ୍ଟିଭାଲ୍’ ନୁହେଁ ରଥଯାତ୍ରାକୁ ଇଂରାଜୀ ଭାଷାରେ ମଧ୍ୟ ‘ରଥଯାତ୍ରା’ କୁହାଯାଉ ଏବଂ ଲେଖାଯାଉ। ଏଭଳି ଏକ ଅଭିନବ ସ୍ଲୋଗାନ ଦେଇ ପୁରୀକୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କଟକର କିଛି ସାଇକ୍ଲିଷ୍ଟ୍‌। ଆଗାମୀ ଦିନରେ ରଥଯାତ୍ରାକୁ ଇଂରାଜୀରେ କାର୍ ଫେଷ୍ଟିଭାଲ୍ ପରିବର୍ତ୍ତେ କିପରି ରଥଯାତ୍ରା କୁହାଯାଇପାରିବ ସେଥିପ୍ରତି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ସାଇକ୍ଲିଷ୍ଟ୍‌ମାନେ ଅପିଲ କରିଛନ୍ତି। (ରିପୋର୍ଟ: ଶ୍ମିତା ମହାନ୍ତି)