ସୁନ୍ଦର ପୋଷ୍ଟ ଟି ସମସ୍ତେ ପଢନ୍ତୁ : ମଧୁର ବାଣୀ : ମୋଟିଭେଟର : ବିଦ୍ୟାଧର ବାରିକ
ଉତ୍ତର : କେହି ନୁହଁନ୍ତି ଉପରୋକ୍ତ ସମ୍ପର୍କ ମଧ୍ୟରୁ !! ତାହାଲେ କିଏ ? ଏହା ଏକ ଆତ୍ମିକ ପ୍ରଶ୍ନବାଚୀ ? ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କର ମହାନୁଭବଙ୍କ ମତରେ, ଆମ ଦେହ ଆମର ପରମ ବନ୍ଧୁ ! ଯିଏ ଜନ୍ମରୁ ମୃତ୍ୟୁ ଯାଏ ଆମ ସହିତ ଚାଲିଥାଏ । ପରମ ମିତ୍ର ସଦୃଶ ଆମ ପାଖେ ପାଖେ ଥାଏ । ଯଦି ଥରେ ତୁମ ଶରୀର ଜବାବ ଦେବା ବନ୍ଦ କରିଦିଏ,ଉପରୋକ୍ତ ସମ୍ପର୍କୀୟ କେହି ସାହାଯ୍ୟ କରନ୍ତିନି --- ସିଏ ମାତା, ପିତା, ପତ୍ନୀ,
ସୁନ୍ଦର ପୋଷ୍ଟ ଟି ସମସ୍ତେ ପଢନ୍ତୁ : ମଧୁର ବାଣୀ : ମୋଟିଭେଟର : ବିଦ୍ୟାଧର ବାରିକ
ମନ ରେ ପ୍ରଶ୍ନ ଉଠେ, ପ୍ରକୃତ ଜୀବନ ସାଥି କିଏ ?
ବୋଉ...?
ବାପା.....?
ପତ୍ନୀ.,...?
ପୁତ୍ର.......?
ପୁତ୍ରୀ......?
ଭାଇ.......?
ଭଗ୍ନୀ.......?
ବନ୍ଧୁ.......?
ସମ୍ପର୍କୀୟ....?
ଉତ୍ତର : କେହି ନୁହଁନ୍ତି ଉପରୋକ୍ତ ସମ୍ପର୍କ ମଧ୍ୟରୁ !! ତାହାଲେ କିଏ ? ଏହା ଏକ ଆତ୍ମିକ ପ୍ରଶ୍ନବାଚୀ ? ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କର ମହାନୁଭବଙ୍କ ମତରେ, ଆମ ଦେହ ଆମର ପରମ ବନ୍ଧୁ ! ଯିଏ ଜନ୍ମରୁ ମୃତ୍ୟୁ ଯାଏ ଆମ ସହିତ ଚାଲିଥାଏ । ପରମ ମିତ୍ର ସଦୃଶ ଆମ ପାଖେ ପାଖେ ଥାଏ । ଯଦି ଥରେ ତୁମ ଶରୀର ଜବାବ ଦେବା ବନ୍ଦ କରିଦିଏ,ଉପରୋକ୍ତ ସମ୍ପର୍କୀୟ କେହି ସାହାଯ୍ୟ କରନ୍ତିନି --- ସିଏ ମାତା, ପିତା, ପତ୍ନୀ, ପୁତ୍ର, ପୁତ୍ରୀ, ବନ୍ଧୁ, ଭ୍ରାତା, ଭଗ୍ନୀ, ସମ୍ପର୍କୀୟ ହୋଇଥିଲେ ବି !! ଏଣୁ ଜୀବନସାଥି ରୂପକ ନିଜ ତନୁର ଧ୍ୟାନ ରଖିବା ନିହାତି ଜରୁରୀ । ଉତ୍ତମ ସାତ୍ତ୍ଵିକ ଆହାର, ଯଥେଷ୍ଟ ଆରାମ, ଯୋଗ, ଧ୍ୟାନ, ଭଗବତ ଚିନ୍ତନ, ପ୍ରାଣାୟାମ, ବ୍ୟାୟାମ, ପ୍ରଭୃତି ଠିକ୍ ସମୟରେ କରି ଶରୀରକୁ ସତେଜ ଓ ନିରୋଗୀ ରଖିବା ନିହାତି ଆବଶ୍ୟକ । ଏଣୁ କଥାରେ ଅଛି, -"ସ୍ୱାସ୍ଥ୍ୟ ହିଁ ସମ୍ପଦ" । ଶରୀର ସହିତ ଯେମିତି ବ୍ୟବହାର କରିବ, ପରିଣାମ ଠିକ୍ ସେହିପରି ମିଳିବ । ତୁମ ସାଥି ଶରୀର ପାଇଁ ଯେତେ ଯତ୍ନବାନ ହେବ, ତୁମର ସାଥି ତୁମ ପ୍ରତି ସେତିକି ଯତ୍ନବାନ ହେବ |ଏଥିରେ ଅଣୁ ମାତ୍ରେ ସନ୍ଦେହ ର ଅବକାଶ ନାହିଁ । ଶରୀରକୁ ସୁସ୍ଥ ରଖିବାକୁ ତୁମେ କ'ଣ ଆହାର କରୁଛ, ତୁମେ କେତେ ସମୟ ଆରାମ ଦେଉଛ, ସେହିଭଳି ତୁମ ସାଥି ଶରୀର ତୁମକୁ ଜବାବ ଦେବ ! ମନେରଖିବାକୁ ହେବ,ତୁମର ସ୍ଥାୟୀ ଠିକଣା ହିଁ ତୁମ ଶରୀର ଯହିଁରେ ତୁମେ ବାସ କର ।ତୁମ ଶରୀର ତୁମର ଜମା ଓ ଦେୟ ଖାତାର ହିସାବ । ତୁମେ ଜଣେ ଚତୁର ଅଭିଲେଖକ ଭାବେ ଏହାର ମୂଲ୍ୟାଙ୍କନର ଗୁରୁ ଦାୟୀତ୍ୱ ନେଇଛ !! କାରଣ ଶରୀର ତୁମର ପ୍ରକୃତ ଜୀବନ ସାଥି !! "ସୁସ୍ଥ ରହୋ... ମସ୍ତ ରହୋ...!!"(Be fit... Be hit.) ଜୀବନର ମୂଳମନ୍ତ୍ର ସଭିଁଙ୍କ ପାଇଁ ହେଉ ! ନିଜ ପ୍ରତି ଯତ୍ନବାନ ହୁଅ । ପଇସା ଆସିବ.. ଯିବ, ସଖା, ସାଥି, ବନ୍ଧୁ, ସମ୍ପର୍କୀୟ କେହି ଚି଼ରସ୍ଥାୟୀ ନୁହଁନ୍ତି । ପରନ୍ତୁ, ଜନ୍ମ ରୁ ମୃତ୍ୟୁ ଯାଏ ଏ ଶରୀର ହିଁ ପ୍ରକୃତ ବନ୍ଧୁ, ଏହାର ଖିଆଲ ରଖିବା ମାନେ ନିଜ ପ୍ରତି ଧ୍ୟାନ ରଖିବା । ଶରୀର ପାଇଁ କିଛି ଜରୁରୀ ଉପାଦାନ ସୁସ୍ଥ, ସବଳ, ନିରୋଗ, ରଖିବାରେ ସହାୟକ ହୁଏ । ଜୀବନ ସମୀକ୍ଷାର ଅନ୍ତିମ ପାବଚ୍ଛରେ ପହଞ୍ଚି, ପ୍ରକୃତ ଜୀବନ ସାଥିର ସଂଜ୍ଞା ନିରୂପଣ କରିବାରେ ଯଦି କିଞ୍ଚିତ ସଫଳ ହୋଇଥାଉ ତ, ତାହା ହେଲେ ନିଜକୁ ଗୌରାବାନ୍ୱିତ ମଣିବ !!
କିଛି ତଥ୍ୟ, ଏହି ଜୀବନ ସାଥିଟି ପାଇଁ :
୧. ପ୍ରାଣାୟାମ = ଫୁସଫୁସ ପାଇଁ..
୨. ଧ୍ୟାନ = ମନ ପାଇଁ
୩. ବ୍ୟାୟାମ = ଶରୀର ପାଇଁ
୪. ପଦଯାତ୍ରା = ହୃଦୟ ପାଇଁ
୫. ସୁଷମ ଖାଦ୍ୟ = ବୃହଦ୍ରନ୍ତ୍ର ପାଇଁ
୬. ଶୁଭ ଚିନ୍ତନ = ଆତ୍ମା ପାଇଁ
୭. ସୁକର୍ମ = ବିଶ୍ୱ ପାଇଁ
ସପ୍ତରଙ୍ଗରେ ଶୋଭିତ ଏହି ଇନ୍ଦ୍ରଧନୁ ପ୍ରାୟ ଜୀବନକୁ ସରସ ସୁନ୍ଦର ଓ ରଙ୍ଗୀନ କରିବାକୁ ପଡିଥାଏ !! ପ୍ରକୃତ ଜୀବନ ସାଥିକୁ ଭଲ ପାଅ । ନିଜକୁ ନିଜେ ଚିହ୍ନିବାକୁ ଚେଷ୍ଟା କର । ପ୍ରକୃତସାଥିର ସେବାରେ ନିଜକୁ ନିୟୋଜିତ କରି ନିଜକୁ ସାହାଯ୍ୟ କରିବାକୁ ଚେଷ୍ଟା କର !!