ଡ.ସତ୍ୟବ୍ରତ ମୀନକେତନଙ୍କ ତିନୋଟି ପ୍ରେରଣାଦାୟକ ପୁସ୍ତକ ମାନନୀୟା ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ : Ommtv Kalinga Vikas

ଡ.ସତ୍ୟବ୍ରତ ମୀନକେତନଙ୍କ ତିନୋଟି ପ୍ରେରଣାଦାୟକ ପୁସ୍ତକ ମାନନୀୟା ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ : Ommtv Kalinga Vikas

ଡ.ସତ୍ୟବ୍ରତ ମୀନକେତନଙ୍କ ତିନୋଟି ପ୍ରେରଣାଦାୟକ ପୁସ୍ତକ ମାନନୀୟା ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ : Ommtv Kalinga Vikas

ଡ.ସତ୍ୟବ୍ରତ ମୀନକେତନଙ୍କ ତିନୋଟି ପ୍ରେରଣାଦାୟକ ପୁସ୍ତକ ମାନନୀୟା ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ : Ommtv Kalinga Vikas

ଭୁବନେଶ୍ୱର,୧୮ ଜୁଲାଇ ୨୦୨୫: ଓଡିଶା ପାଇଁ ଏକ ମହାନ ଗର୍ବର ମୁହୂର୍ତ୍ତରେ, ପ୍ରସିଦ୍ଧ ଶିକ୍ଷାବିତ୍‌, ସଂସ୍କାରକ ଏବଂ ଓଡିଏମ୍‌
ଶିକ୍ଷାସମୂହର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ଦ୍ୱାରା ଲିଖିତ ତିନୋଟି ପ୍ରେରଣାଦାୟୀ ପୁସ୍ତକ ଆଜି ଭୁବନେଶ୍ୱର ଶିଶୁବିହାରସ୍ଥିତ ଓଡିଏମ୍‌
କ୍ୟାମ୍ପସ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଦ୍ୱାରା
ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହୋଇଯାଇଛି । ଅନ୍ୟତମ ବିଶିଷ୍ଟ ଅତିଥି ତଥା ବକ୍ତାଦ୍ୱୟ ଥିଲେ ପ୍ରାକ୍ତନ କୁଳପତି ପ୍ରଫେସର (ଡଃ)
ହରେକୃ୩⁄୪ ଶତପଥୀ ଓ ସୁନାମଧନ୍ୟ ଶିକ୍ଷାବିତ୍ ଓ ଲେଖକ ପ୍ରଫେସର (ଡଃ) ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍ । ଏତଦ୍‌ବ୍ୟତୀତ ଏହି ଭବ୍ୟ ସଭାରେ ଉପସ୍ଥିତ
ଥିଲେ ପ୍ରାକ୍ତନ କୁଳପତି କର୍ଣ୍ଣେଲ୍ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ତଥା ଓଡିଶା କୃଷି ଓ ପ୍ରଦ୍ୟୋଗିକ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ କୁଳପତି
ପ୍ରଫେସର ପ୍ରଭାତ କୁମାର ରାଉଳ, ଓଡିଏମ୍ ପବ୍ଲିକ୍ ସ୍କୁଲ୍ ପ୍ରବନ୍ଧନ ସମିତିର ସଭାପତି ପ୍ରଫେସର (ଡ.) ପି.କେ.ଦାସ ଏବଂ ଓଡିଏମ୍‌
ଶିକ୍ଷାସମୂହର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ତଥା କାର୍ଯ୍ୟକାରିଣୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ ତଥା ସମଗ୍ର ରାଜ୍ୟର ବହୁ ପ୍ରଖ୍ୟାତ ଲେଖକ, କବି,
ନାଟ୍ୟକାର ଏବଂ ବୁଦ୍ଧିଜୀବୀଗଣ । ଏହି ସାହିତ୍ୟ ଓ ସଂସ୍କୃତିର ମହାକୁମ୍ଭ ଓ ସମାଗମରେ ୨୫ ଜଣ ପ୍ରସିଦ୍ଧ ସାରସ୍ୱତ ଲେଖକମାନଙ୍କୁ
ସେମାନଙ୍କର ସାହିତ୍ୟିକ ଏବଂ ଶୈକ୍ଷିକ ଅବଦାନ ପାଇଁ ସ୧ାନିତ କରାଯାଇଥିଲା ।


ଉନ୍ମୋଚିତ ପୁସ୍ତକଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ :
୧. ମଣିଷ ଗଢା କାରିଗର (ଓଡିଆ) - ବସ୍ତି ଶିକ୍ଷାଦାନରୁ ଉଠି ଦେଶ ନିର୍ମାଣ ଶିକ୍ଷାବିତ୍ ହେବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତଙ୍କି ଯାତ୍ରାର ଏକ
ପ୍ରେରଣାଦାୟକ ଆତ୍ମଜୀବନୀ । ଏହା ଏକବିଂଶ ଶତାଦ୍ଦୀର ଭାରତ ଗଠନରେ ପିତାମାତା, ଶିକ୍ଷକ ଏବଂ ଅନୁଷ୍ଠାନର ଭୂମିକାକୁ ପ୍ରତିଫଳିତ
କରେ ।
୨. ଈବକ୍ସସରକ୍ସ ଈକ୍ସରବଳରକ୍ସ (ବାରିଅର୍ ବ୍ରେକର୍‌) - ଏହା ଜୀବନର ମୌଳିକ ସୁବିଧାରୁ ବଞ୍ଚିତ ଗରିବ ଆଦିବାସୀମାନଙ୍କର ଥଇଥାନ ତଥା
ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ବସ୍ତି ଶିକ୍ଷା ପର୍ଯ୍ୟନ୍ତ ବ୍ୟକ୍ତିଗତ, ସାମାଜିକ ଏବଂ ବ୍ୟବସ୍ଥାଗତ ପ୍ରତିବନ୍ଧକଗୁଡିକୁ ଦୂର କରିବାର ଏକ
ଆକର୍ଷଣୀୟ କାହାଣୀ । ଏହି ବହି ନିପଟ ମଫସଲି ଗାଁର ଦରିଦ୍ରତା ଭିତରୁ ଉଠି ସମଗ୍ର ଭାରତବର୍ଷରେ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଶ୍ରୀ
ମୀନକେତନଙ୍କର ପ୍ରତିଷ୍ଠିତ ହେବାର କାହାଣୀ ଯୁବପିଢି ପାଇଁ ପ୍ରତିକୂଳତାକୁ ସଫଳତାରେ କିପରି ପରିଣତ କରିବେ ସେ ବିଷୟରେ ଏକ
ମାର୍ଗଦର୍ଶିକା । ଏହି ପୁସ୍ତକଟି ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟିରେ ଉନ୍ମୋଚିତ ହୋଇଯାଇଥିଲା; ଆଜି ତାହା ଓଡିଶାବାସୀମାନଙ୍କ ପାଇଁ
ଲୋକାର୍ପିତ ହେଲା ।
୩. ଣକ୍ଟଙ୍କ ଉବଦ୍ଭ ଈରମକ୍ଟଜ୍ଞର ଇ ଝକ୍ଟ୍ରରବଳରକ୍ସ (ଆପଣ ଜଣେ ବକ୍ତା ହୋଇପାରିବେ) - ସାର୍ବଜନୀନ ଭାଷଣ ଏବଂ ଆଶୁଭାଷଣ
କଳାରେ ଦକ୍ଷତା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଛାତ୍ର ଏବଂ ବୃତ୍ତିଗତମାନଙ୍କ ପାଇଁ ଏହା ଲେଖକ ଶ୍ରୀ ମୀନକେତନଙ୍କ ଦ୍ୱାରା ଲିଖିତ
ଏକ ପ୍ରେରଣାଦାୟକ ଏବଂ ବ୍ୟବହାରିକ ମାର୍ଗଦର୍ଶିକା ।
ଓଡିଏମ୍ ଶିକ୍ଷାସମୂହ ପାଇଁ ବିଶସ୍ତ୍ୱ ରୀୟ ମାନ୍ୟତା:
ଉଲ୍ଲେଖଯୋଗ୍ୟ ଯେ, ଈବକ୍ସସରକ୍ସ ଈକ୍ସରବଳରକ୍ସ (ବାରିଅର୍ ବ୍ରେକର୍‌) ପୁସ୍ତକଟି ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟିରେ ପ୍ରାୟ ୩୦ଟି ଦେଶର
ବିଦ୍ୱାନ ପ୍ରତିନିଧିମାନଙ୍କ ସ୧ୁଖରେ ମଧ୍ୟ ସ୧ାନିତ ହୋଇଛି ତଥା ଶ୍ରୀ ମୀନକେତନ ଇଂଲଣ୍ଡ ପାର୍ଲ୍ୟାମେଣ୍ଟସ୍ଥିତ ହାଉସ୍ ଅଫ୍ ଲର୍ଡସ୍‌ରେ ନିଜର
କରଚ୍ଚ-ଘକ୍ଟଗ୍ଧର ଇୟୟକ୍ସରଗ୍ଦଗ୍ଦ ମାଧ୍ୟମରେ ଭାରତର ଗୁଣାତ୍ମକ, ମୂଲ୍ୟବୋଧଭିତ୍ତିକ ତଥା ଚାପମୁକ୍ତ ଶିକ୍ଷାପଦ୍ଧତି, ସଂସ୍କୃତି ଓ ସଭ୍ୟତା ସମ୍ବନ୍ଧରେ
ନିଜର ଭାଷଣ ରଖିଛନ୍ତି ଯାହା ଅନ୍ତର୍ଦ୍ଦେଶୀୟସ୍ତରରେ ଅତି ପ୍ରଶଂସିତ ହୋଇପାରିଛି । ପ୍ରକାଶ ଥାଉକି, ଲଣ୍ଡନରେ ଅନୁଷ୍ଠିତ ୨୦୨୫ ବିଶ୍ୱ ଶିକ୍ଷା
ସ୧ିଳନୀରେ \"ସକ୍ରିୟ ଶିକ୍ଷା ପାଇଁ ସର୍ବୋତ୍ତମ ସ୍କୁଲ୍‌\' ଉପାଧି ଓଡିଏମ୍ ଶିକ୍ଷାସମୂହକୁ ପ୍ରଦାନ କରାଯାଇଅଛି, ଯାହାକି ସମଗ୍ର ଓଡିଶା ଓ
ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ବିଷୟ ।