ରେଡ଼୍ ସ୍ୱସ୍ତିକ ସୋସାଇଟି ଓ ଟିମ୍ "ଲଢେଇ" ପକ୍ଷରୁ ଭିନ୍ନକ୍ଷମଙ୍କୁ ଇଭି ସ୍କୁଟି ପ୍ରଦାନ : Ommtv Kalinga Vikas

ରେଡ଼୍ ସ୍ୱସ୍ତିକ ସୋସାଇଟି ଓ ଟିମ୍ "ଲଢେଇ" ପକ୍ଷରୁ ଭିନ୍ନକ୍ଷମଙ୍କୁ ଇଭି ସ୍କୁଟି ପ୍ରଦାନ : Ommtv Kalinga Vikas

ରେଡ଼୍ ସ୍ୱସ୍ତିକ ସୋସାଇଟି ଓ ଟିମ୍ "ଲଢେଇ" ପକ୍ଷରୁ ଭିନ୍ନକ୍ଷମଙ୍କୁ ଇଭି ସ୍କୁଟି ପ୍ରଦାନ : Ommtv Kalinga Vikas
ରେଡ଼୍ ସ୍ୱସ୍ତିକ ସୋସାଇଟି ଓ ଟିମ୍ "ଲଢେଇ" ପକ୍ଷରୁ ଭିନ୍ନକ୍ଷମଙ୍କୁ ଇଭି ସ୍କୁଟି ପ୍ରଦାନ : Ommtv Kalinga Vikas
୨୫ ଜଣ ଭିନ୍ନକ୍ଷମଙ୍କୁ ବୈଦ୍ୟୁତିକ ସ୍କୁଟି ପ୍ରଦାନ
୨୦୦ ଜଣଙ୍କୁ କମ୍ବଳ ଓ ୫ ଜଣଙ୍କୁ ହ୍ବିଲ୍ ଚେୟାର ବଣ୍ଟନ

ଭୁବନେଶ୍ୱର : ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖା ଓ ଟିମ୍ ଲଢେଇ ପକ୍ଷରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ଉତ୍କଳ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି ।ରେଡ୍ ସ୍ୱସ୍ତିକ ସୋସାଇଟି ଓଡିଶା ଓ ଟିମ ଲଢେଇ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୂବନେଶ୍ବର ର ବିଧାୟକ ସୁଶାନ୍ତ କୁମାର ରାଉତ,କଳିଙ୍ଗ ହସପିଟାଲର ଚେୟାରମ୍ୟାନ୍ ସୀତିକଣ୍ଠ ଦାସ ଙ୍କ ସହ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ବହ ପ୍ରତିକ୍ଷୀତ ସିନେମା ଲଢେଇ ର ସମସ୍ତ କଳାକାର ଯୋଗଦାନ କରିଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଭିନ୍ନକ୍ଷମଙ୍କୁ ବୈଦ୍ୟୁତିକ ସ୍କୁଟି ଯୋଗାଇ ଦିଆଯାଇଛି ।ଏହି ଯାନ ଗଡିକ ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସହାୟତାରେ ସାଂସଦ ପାଣ୍ଠିରୁ ଯୋଗାଇ ଦିଆଯାଇଛି। ଏହା ସହ ୨୦୦ ଜଣଙ୍କୁ କମ୍ବଳ ବଣ୍ଟନ ,ଓ ୫ ଜଣ ଭିନ୍ନକ୍ଷମଙ୍କୁ ୫ ଟି ହ୍ବିଲ୍ ଚେୟାର ବଣ୍ଟନ କରାଯାଇଥିଲା ।ରେଡ୍ ସ୍ୱସ୍ତିକ ସୋସାଇଟି ଓଡ଼ିଆ ଶାଖା ଦ୍ବାରା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭିନ୍ନକ୍ଷମଙ୍କ ତଥ୍ୟ ସଂଗ୍ରହ କରି ଏହି ପଦକ୍ଷେପ ହାତକୁ ନେଇଛି । ରାଜ୍ୟରେ ଭିନ୍ନକ୍ଷମମାନଙ୍କ ଉନ୍ନତିକରଣ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ଓ ଆଗକୁ ନିଆଯିବ ବୋଲି ରେଡ୍ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ସଚିବ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ଆମେ ସେବା କରି କେବେ ଥକିନୁ। ପ୍ରତିବର୍ଷ ଆମେ ୩୦୦ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ କୃତିମ ଅଙ୍ଗ ପ୍ରଦାନ କରୁଛୁ। ସମସ୍ତେ ନିଜ ଜୀବନରେ କିଛି ନା କିଛି ଲଢେଇ କରୁଛନ୍ତି। ସେମାନଙ୍କ ଜୀବନରେ ଯାହା ଲଢେଇ ଅଛି, ଆମେ ତାଙ୍କ ପାଖରେ କିଛି ନୁହେଁ। ଆମର ପ୍ରୟାସ ଜାରି ରହିବ।
 ଓଲିଓଡ୍ ର ଶିଶୁ କଳାକାରରୁ ଅଭିନେତା ହୋଇଥିବା ନବାଗତ ନାୟକ ଲୋହିତାକ୍ଷ୍ୟ ପଟ୍ଟନାୟକ ଙ୍କ ଅଭିନିତ ଡିଆରସ୍ ବ୍ୟାନରରେ ନିର୍ମିତ ଚଳଚିତ୍ର" ଲଢେଇ " ଯାହା ଅକ୍ଟୋବର ୧୭ ଦିପାବଳୀ ରେ ମୁକ୍ତିଲାଭ କରିବାର ଥିଲା ଫିଲ୍ମର ସାର୍ଟିଫିକେସନ ରେ ସମସ୍ୟା ନିମିତ୍ତ ମୁକ୍ତିଲାଭ କରିପାରିନଥିଲା ବହୁ ଦିନର ଲଢେଇ ପରେ ସାର୍ଟିଫିକେସନ ପାଇବାରେ ସଫଳ ହୋଇଛି ଓ ଡିସେମ୍ବର ୩୧ ରେ ମୁକ୍ତିଲାଭ କରିବା ନେଇ ନୂତନ ତାରିଖ ଘୋଷଣା କରିଛି। ଏହି ଚଳଚିତ୍ରରେ ବହୁ ନବାଗତ ନାୟକ ଓ ନାୟୀକା ଙ୍କୁ ଦେଖିବାକୁ ମିଳିବ ବୋଲି ଚଳଚିତ୍ରର ପ୍ରଯୋଜକ କହିଛନ୍ତି। ଏହି କାର୍ଯ୍ୟକ୍ରମର ବିଭିନ୍ନକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରେଡ୍ ସ୍ୱସ୍ତିକ ସୋସାଇଟିର ଓଡିଶା ଶାଖା ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟ ଓ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।