ଓଡ଼ିଶୀ ଫାଉଣ୍ଡେସନ ପକ୍ଷରୁ 'ଓଡିଶୀ ଶୌର୍ଯ୍ୟ ସମ୍ମାନ - ୨୦୨୫' ଅନୁଷ୍ଠିତ:Ommtv 

ଓଡ଼ିଶୀ ଫାଉଣ୍ଡେସନ ପକ୍ଷରୁ 'ଓଡିଶୀ ଶୌର୍ଯ୍ୟ ସମ୍ମାନ - ୨୦୨୫' ଅନୁଷ୍ଠିତ:Ommtv 

ଓଡ଼ିଶୀ ଫାଉଣ୍ଡେସନ ପକ୍ଷରୁ 'ଓଡିଶୀ ଶୌର୍ଯ୍ୟ ସମ୍ମାନ - ୨୦୨୫' ଅନୁଷ୍ଠିତ:Ommtv 

ଓଡ଼ିଶୀ ଫାଉଣ୍ଡେସନ ପକ୍ଷରୁ 'ଓଡିଶୀ ଶୌର୍ଯ୍ୟ ସମ୍ମାନ - ୨୦୨୫' ଅନୁଷ୍ଠିତ:Ommtv

: ଭୁବନେଶ୍ୱର,(ଚକ୍ରଧର ମାଝି) : ଆଜି ଜନତା ମଇଦାନରେ ହେଉଥିବା ଅନ୍ତର୍ଜାତୀୟ ଟ୍ରେଡ଼ ଫେୟାରରେ ଆୟୋଜିତ ଉତ୍ସବରେ ଅବହେଳିତ ପିଲା ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ, ଓଡିଶୀ ନାଚ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ ସଂମ୍ମାନୀୟ ଅତିଥି ଭାବେ ପ୍ରିୟଦର୍ଶୀ ମିଶ୍ର ଓ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତ୍ରି ଡ଼ ରୋଜାଲିନ ମିଶ୍ର ପାଟଶାଣୀ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା, ଫଉଣ୍ଡେସନର ପ୍ରତିଷ୍ଠାତ୍ରି ଭଉଣୀ ସୋନାଲିଶାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିକ୍ତିତ୍ୱଙ୍କ ମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଆଦିଶକ୍ତିଙ୍କ ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନିୟ କାର୍ଯ୍ୟକରି ଥିବାରୁ ଡ଼ ନାରାୟଣ ମହାପାତ୍ର ଙ୍କୁ "ଓଡିଶୀ ଶୌର୍ଯ୍ୟ ସମ୍ମାନ ୨୦୨୫" ରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ 

ଆଜିର ଏହି କାର୍ଯ୍ୟକ୍ରମରେ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ, ଶୁଭକାନ୍ତ ସାମଲ ଡ଼ ବନୋଜ ରାୟ, କଳିଙ୍ଗ ୟୁବ ସସ୍ଥାନ, ପ୍ରଦୀପ୍ତ କୁମାର କର, ମହମ୍ମଦ ଜ଼ାହୀର. ଜୟକୃଷ୍ଣ ରାଜହଂସା, କୁମୁଲି ହେମଲତା, ଶ୍ରୀ ବିଚିତ୍ରା ନନ୍ଦ ଖୁଣ୍ଟିଆ, ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ, ପିଲା ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର ହୋଇ ଥିଲା, ଓଡିଶୀ ଫାଉଣ୍ଡେସନର ମିସ ବର୍ଷା ଓ ମିଷ୍ଟର ଶୁଭ୍ରଜିତ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫାଳତାର ସହ ଶେଷ କରିବାରେ ସାଇ କ୍ରିଷ୍ଣା ମହାନ୍ତି, ମୌସମୀ ମୋନାଲିସା ରଥ ଭାଗ୍ୟଶ୍ରୀ ମାମ ପ୍ରମୁଖ ଙ୍କ ଉଦ୍ୟମ ପ୍ରଶଂସନିୟ ଏହି ଉତ୍ସବ ରେ ପାୟଲ ଆଚାର୍ଯ୍ୟ ନାରାୟଣ ମହାଭୋଇ ମୋନାଲିସା ବେହେରା ଓମ ପ୍ରକାଶ ଧଳ ନିବେଦିତା ଶତପଥୀ, ଶୁଚିସ୍ମିତା ସାହୁ, ଅନୁଶ୍ରୀ ଶୁକ୍ଲା, ସୌମ୍ୟ ଭୂଷଣ ଶତପଥୀ, ଦୀପିକା ମିଶ୍ର, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।