ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ:Ommtv Kalingavikas

ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ:Ommtv Kalingavikas

ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ:Ommtv Kalingavikas

ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ:Ommtv Kalingavikas

 

ରାଇରଙ୍ଗପୁର : ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବସା ପଞ୍ଚାୟତରେ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ମୂଷାବାଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଲଳିତ ମହାନ୍ତ ଯୋଗଦେଇ ଶିଶୁ ପ୍ରତିଭାର ଉନ୍ମେଷ ପାଇଁ ସୁରଭି କାର୍ଯକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ରାଇରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ମିଲନ ମହାନ୍ତ ଓଡ଼ିଶାର ଲୋକକଳା , ସଂସ୍କୃତି ଓ ଐତିହ୍ୟକୁ ଆଗାମୀପୀଢ଼ି ପାଖରେ ଉଜ୍ଜୀବିତ ରଖିବାର ମାଧ୍ୟମ ସୁରଭି ବୋଲି କହିଥିଲେ।

କାର୍ଯ୍ୟକ୍ରମର ସଂଯୋଜକ ସିଆରସିସି ଅନୁପ କୁମାର ଗୁପ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ମହାବିଦ୍ୟାଳୟ ର ଓଡିଆ ଅଧ୍ୟାପକ ଜିତେନ୍ଦ୍ର ନାଥ ମହାନ୍ତ , ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଗୋବର୍ଦ୍ଧନ ମୁର୍ମୁ ଓ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ସସ୍ମିତା ଟୁଡୁ ପ୍ରମୁଖ ଗ୍ୟନବିଜ୍ଞାନ ର ବିକାଶ ସହ ଅନ୍ତର୍ନିହିତ ପ୍ରତିଭାର ଅଭିବୃଦ୍ଧି ପାଇଁ ସୁରଭି ଏକାନ୍ତଭାବେ ସହାୟକ ହୋଇଥାଏ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ମୂଷାବଣୀ ସ୍କୁଲର ଶିକ୍ଷକ ଅରବିନ୍ଦ କୁମ୍ଭକାର ସଂଯୋଜନା କରିଥିବାବେଳେ ପରିଚାଳନାରେ ଶିକ୍ଷକ ମନୋଜ କୁମାର ମହାନ୍ତ, ତାପସ ବାରିକ, ପ୍ରସନ୍ନ ପ୍ରଧାନ, ସଂଜୟ କୁମାର ସାହୁ , ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ନନ୍ଦ, ଜୟନ୍ତୀ ବେହେରା, ଦୀପ୍ତିରେଖା ମହାନ୍ତି, ଦୀପ୍ତିମୟୀ ଗିରି, ଦିପାଞ୍ଜଳି ମହାନ୍ତ, କଳାବତୀ ମହାନ୍ତ ଓ ନିରୂପମା ଗିରି ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧୀନସ୍ଥ ୧୨ଟି ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ରାଇରଙ୍ଗପୁର କଲେଜ ର ଉଚ୍ଚ ମାଧ୍ୟମିକ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସାପତ୍ର ଓ ସ୍ମୃତିଫଳକ ଦେଇ ପୁରସ୍କୃତ କରାଯାଇଥିଲା ଶେଷରେ ମୂଷାବଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧନଶିକ୍ଷୟିତ୍ରୀ ସୁକାନ୍ତି ମଣି ସାହୁ ଧନ୍ୟବାଦ ଦେଇଥିଲେ।

 ମୟୂରଭଞ୍ଜ ଯଶିପୁରରୁ ନିହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ ନ୍ୟୁଜ୍‌