ଆକୃତି ଉଦଘାଟନ : Ommtv Kalinga Vikas
ଆକୃତି ଉଦଘାଟନ : Ommtv Kalinga Vikas
ଆକୃତି ଉଦଘାଟନ : Ommtv Kalinga Vikas
ଆଜିର ଯୁବପିଢ଼ୀ ଡ଼ିଜିଟାଲକୁ ଆପଣାଇ ଧିରେ ଧିରେ ଆମ ସାହିତ୍ୟ ପରମ୍ପରା, ସଂସ୍କୃତିକୁ ପାଶୋରି ଯିବାକୁ ବସୁଥିଲା ବେଳେ ଏକ ଅଭିନବ ଢ଼ଙ୍ଗରେ ଜଣେ ଯୁବ ଶିଳ୍ପୀ ରୀତିଯୁଗର ଗୀତ ଓ କବିତାକୁ ନେଇ କାନଭାସରେ ନିଜର ଅଳଙ୍କାରରେ ସଜାଇ ସୁନ୍ଦର ଚିତ୍ର ନିର୍ମାଣ କରିଛନ୍ତି। ଯେଉଁ ଚିତ୍ରଗୁଡ଼ିକୁ ଆଜି ନୀଳାଦ୍ରିବିହାର ବୁଦ୍ଧଆର୍ଟ ଗ୍ୟାଲେରୀ ପରିସରରେ ପର୍ଦଶନୀ କରିବା ସହ ଏହାର ନାମ କରଣ କରାଯାଇଥିଲା ଆକୃତି। ଶିଳ୍ପୀ ଚିତ୍ରଗୁଡ଼ିକ ଭିତରେ ଲୁଚିରହିଥିବା କଥପୋ କଥନକୁ ଖୋଲା ଆସରରେ ବସି ଦର୍ଶକମାନଙ୍କ ସହ ଆଳାପ ଓ ସଂଗୀତ ମାଧ୍ୟମରେ ବୁଝାଇଛନ୍ତି।

ଏପରି ଏକ ନିଆର ଓ ପ୍ରଥମଥର ଚିତ୍ର ପର୍ଦଶନୀକୁ ଆୟୋଜନ କରିଛନ୍ତି ସଂଗୀତକାର ତଥା ଚିତ୍ରଶିଳ୍ପୀ ସୌମ୍ୟ ବିଶ୍ବଜିତ, ସିଧି ପଟ୍ଟନାକୟ ଓ ସିଧି ଶତପଥୀ। ଏହି ତିନି ଜଣ ଶିଳ୍ପୀ ନିଜ ଚିତ୍ରଭିତରେ ଲୁଚିରହିଥିବା କିଶୋର ଚନ୍ଦନନ୍ଦନ, ଚମ୍ପୁଗୀତ ଓ ଗୀତିକବିତାଗୁଡ଼ିକୁ ନିଜେ ବ୍ୟାଯନ୍ତ୍ର ବଜାଇ ଦର୍ଶକଙ୍କୁ ଶୁଣାଇଥିଲେ। ତିନିଦିନିଆ ଏହି ଚିତ୍ର ପର୍ଦଶନୀ କାର୍ଯ୍ୟକ୍ରମକୁ ଆଜି ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳ୍ପୀ ଶିବିର ଆକୃତିକୁ ଉଦ୍ଘାଟନ କରି ଯୁବ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହ ଏପରି ଏକ ନୂଆ ଶୈଳିକୁ ପ୍ରଶଂସାକରିଥିଲେ। ଏହାଦ୍ବାରା ଯୁବପିଢ଼ି ଆମ ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ବିଷୟରେ ସୂଚନାପାଇବା ସହ ଭାଗବତ, ମହାଭାରତ, ରାମାୟଣ,ଗୀତ ଗୋବିନ୍ଦ, ଚମ୍ପୁ ଭଳି ଅନେକ ପୌରାଣିକ କଥାବସ୍ତୁ ବିଷୟରେ ଜ୍ଞାନ ପାଇପାରିବେ ବୋଲି ଜଣାଇଥିଲେ। ଆଜିର ସଂଧ୍ୟା ଆସରରେ ପ୍ରାୟ ୫୦ଜଣ ଦର୍ଶକ ଯୋଗଦେଇ ଶିଳ୍ପୀଙ୍କ ସହ ପ୍ରଶ୍ନ ଉତ୍ତର ଚର୍ଚ୍ଚା କରିଥିଲେ। ଅଧିକାଂଶ ଦର୍ଶକ ଯୁବପିଢ଼ି ହୋଇଥିବାରୁ ଶିଳ୍ପୀମାନେ ନିଜର ପ୍ରୟାସ ସଫଳ ହୋଇଛି ବୋଲି ମତାମତ ଦେଇଥିଲେ।
