କୁଡୁମାଲି ଝୁମର ତାରକାମାନେ ସମ୍ବର୍ଦ୍ଧିତ
କୁଡୁମାଲି ଝୁମର ତାରକାମାନେ ସମ୍ବର୍ଦ୍ଧିତ
କୁଡୁମାଲି ଝୁମର ତାରକାମାନେ ସମ୍ବର୍ଦ୍ଧିତ : Ommtv Kalinga Vikas
ଯଶିପୁର: ୬/୧୧: ଏକତାଳି–ଧୁଡୁକୁ–ବକଳା କୁଡୁମି ସଂସ୍କୃତି କମିଟିର ଅନୁକୂଳତାରେ ଧୁଡୁକୁ ଗାଁରେ “କୁଡୁମି କଳା ସଂସ୍କୃତି ମହୋତ୍ସବ – ୨୦୨୫” ଉତ୍ସବ ଉଲ୍ଲାସପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଲା । ଏହି ଅବସରରେ ଓଡିଶା ଓ ଝାରଖଣ୍ଡର ପ୍ରସିଦ୍ଧ କୁଡୁମାଲି ଝୁମର ଗୀତିକାର, ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଝୁମର ଗୀତ ସଂସ୍କୃତିରେ ଉଲ୍ଲେଖନୀୟ କୃତିତ୍ୱ ଦେଖାଇଥିବା କିରଣ ମହାନ୍ତ, ବିନ୍ଦୁମତୀ ମହାନ୍ତ, ରାମକାନ୍ତ ମହାନ୍ତ, ଧର୍ମାନନ୍ଦ ମହାନ୍ତ ଏବଂ ରଞ୍ଜିତ ମହତୋ ପ୍ରମୁଖ ଝୁମର କଳାକାର ମଞ୍ଚରେ ଉପସ୍ଥିତ ଥିଲେ।

କୁଡୁମି କଳା ସଂସ୍କୃତି ଦ୍ଵାରା ଆୟୋଜିତ "କୁଡମାଲି କଳାକାର ବନ୍ଦନା" କାର୍ଯ୍ୟକ୍ରମ ଅନୁସରେ ଟୁସୁ,ବିବାହ, କରମ, ବନ୍ଦନା ଗୀତ ସହିତ ବିଭିନ୍ନ ରିଲ୍ସ ଓ ବନ୍ଦନା ପର୍ବ ଅବସରରେ ହଳ ଲଙ୍ଗଳ ବନ୍ଦାପୋନା ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୁଡୁମି ପ୍ରତିଭାମାନଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ଼ଃ ମିଲନ ମହାନ୍ତ, ସମ୍ମାନିତ ଅତିଥି ଓଏଏସ ଲୋହିତ ମହାନ୍ତ, ସାମାଜିକ କର୍ମୀ ବିଶ୍ୱନାଥ ମହାନ୍ତ ଓ କମିଟିର ସଭାପତି ମନୋରଂଜନ ମହାନ୍ତ ପ୍ରମୁଖ ଅଭିଭାଷଣ ରଖିଥିଲେ।କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ସତିଶ ଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମଗ୍ର କାର୍ଯ୍ୟକ୍ରମଟିକୁ କୁଡୁମି କଳା ସଂସ୍କୃତି କମିଟିର କର୍ମକର୍ତ୍ତାମାନେ ହର୍ଷିକେଶ ମହାନ୍ତ, ଡ଼ମ୍ବୃଧର ମହାନ୍ତ, ରଞ୍ଜନ ମହାନ୍ତ, ବିଜୟ କୁମାର ମହାନ୍ତ, ଭରଦ୍ୱାଜ ମହାନ୍ତ, ବେଣୁଧର ମହାନ୍ତ, ଭୈରବ ମହାନ୍ତ, ସନ୍ତୋଷ ମହାନ୍ତ, ସୁବାସ ଚନ୍ଦ୍ର ମହାନ୍ତ ଓ ତରୁଣ କୁମାର ମହାନ୍ତ ପ୍ରମୁଖ ଭାବେ ପରିଚାଳନା କରିଥିଲେ।
ଏହି ଉତ୍ସବରେ ଓଡ଼ିଶା, ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ପ୍ରାୟ ଦଶ ହଜାର ଦର୍ଶକ ଉପସ୍ଥିତ ହୋଇ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।
ମୟୁରଭଞ୍ଜ ଯଶିପୁରରୁ ନିହାର ରଞ୍ଜନ ମହାନ୍ତ ଓମ୍ ଟିଭି କଳିଙ୍ଗ ବିକାଶ ନ୍ୟୁଜ୍
