ପଟିଆ ପ୍ରିମିଅର ଲିଗ୍ ଉଦ୍ଘାଟିତ
ପଟିଆ ପ୍ରିମିଅର ଲିଗ୍ ଉଦ୍ଘାଟିତ
ପଟିଆ ପ୍ରିମିଅର ଲିଗ୍ ଉଦ୍ଘାଟିତ
ଭୁବନେଶ୍ୱର,୧୨ା୬ ପଟିଆଗଡ ଯାତ୍ରା ପଡିଆ ଠାରେ ସଟ୍ ବାଉଣ୍ଡରୀ
ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟପଟିଆ ପ୍ରିମିଅର ଲିଗ୍ ଉଦ୍ଘାଟିତ
ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା
ଗୋଲକ ମହାପାତ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ
ମଧ୍ୟରେ ୧ ନଂ ୱାର୍ଡର କର୍ପୋରେଟର ମିହିର କୁମାର ରାଉତ, ଯୁବନେତା
ତ୍ରୈଲୋକ ନାଥ ରାଉତ, ହିମାଂଶୁ ଶେଖର ଦାସ, ସୁବାସ ଜେନା , ମନୋରଞ୍ଜନ ଜେନା
ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରିମିଅର ଲିଗ୍ ୧୨ ତାରିଖରୁ ୧୪ ତାରିଖ
ପର୍ଯ୍ୟନ୍ତ ଚାଲିବ । ଏଥିରେ ପଟିଆ ଗ୍ରାମର ୬ଟି ଦଳ ଯଥା ପଟିଆ
ଟାଇଗର୍, ଇଗଲ କିଙ୍ଗସ୍, ପଟିଆ ଲାୟନ୍ସ, ବ୍ଲାକ ପାନ୍ଥସ୍, ଫାୟାର ବଲ ଓ
ଜୟଦେବ ଫାଟରସ୍ ଅଂଶଗ୍ରହଣ କରିଛନ୍ତି । ଆଇପିଏଲ ଢାଞ୍ଚାରେ ପ୍ରତ୍ୟେକ
ଟିମ୍ ୫ ଟି ଦଳ ସହିତ ଖେଳିବ । ୩୦ ଟି ଲିଗ୍ ମ୍ୟାଚ ଖେଳ ହେବା ପରେ ସର୍ବାଧିକ
ପଏଣ୍ଟ ଅର୍ଜନ କରିଥିବା ୪ ଟି ଟିମ୍ ସେମି ଫାଇନାଲ ଖେଳିବେ । ଏହା ପରେ ଦୁଇ
ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଚାମ୍ପିଅନ
ଓ ରନର୍ସଅପ୍ ଟିମକୁ ଆକର୍ଷଣୀୟ ଟ୍ରଫି ଓ ନଗଦ ଅର୍ଥରାଶି ସହିତ ତୃତୀୟ
ସ୍ଥାନ ଅଧିକାର କରିଥିବା ଟିମ୍କୁ ଅର୍ଥରାଶି ପ୍ରଦାନ କରାଯିବ ବୋଲି
ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପଟିଆ ଗ୍ରାମର ଏକତା ବଜାୟ
ରଖିବା ଓ ଯୁବପିଢୀ ମାନଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ଏବଂ ଦକ୍ଷ ଖେଳାଳି ପ୍ରସ୍ତୁତ
କରିବା ପାଇଁ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ବୋଲି ମୁଖ୍ୟ
ପରିଚାଳକ ସାଗର ଚନ୍ଦ୍ର ରାଉତ, ବିକି ଦାସ, ଆନ ଜେନା, ଲିକୁ ଜେନା
କହିଛନ୍ତି ।

