ରଜ ଅବସରରେ ଆରପିଏଲ୍ ଉଦଘାଟିତ
ରଜ ଅବସରରେ ଆରପିଏଲ୍ ଉଦଘାଟିତ
ରଜ ଅବସରରେ ଆରପିଏଲ୍ ଉଦଘାଟିତ
ଭୁବନେଶ୍ବର/କଳିଙ୍ଗ ବିକାଶ: ପ୍ରଶାନ୍ତ ମହାନ୍ତି ମେମୋରିଆଲ ରଜ ଅବସରରେ ମଞ୍ଚେଶ୍ବର ରଙ୍ଗମାଟିଆ ଗ୍ରାମରେ ଆଜିଠାରୁ ଉଦ୍ଘାଟିତ ହୋଇଯାଇଛି ରଙ୍ଗମାଟିଆ ପ୍ରିମିୟର ଲିଗ୍ (ଆରପିଏଲ୍) କ୍ରିକେଟ୍ ଖେଳ। ଏହି ଖେଳରେ ମୋଟର ୧୬ଟି ଦଳ ଯୋଗଦେବେ। ଆଜି ପ୍ରଥମ ଦିନରେ ୬ଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ୪ଦିନ ବ୍ୟାପି ଏହି ଆରପିଏଲ୍ ଚାଲିବା ସହିତ ପହିଲିରଜରେ ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବ। ଏହା ସିହତ ଅନ୍ୟ ଖେଳାଳିମାନଙ୍କୁ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯିବ। ରଜ ପୂର୍ବରୁ କ୍ରିକେଟ୍ ଓ ରଜରେ କବାଟି, ପଶାପାଲି, ତାସ ସହିତ ୧୫ପ୍ରକାର ମହିଳାଙ୍କ ଖେଳ ଅନୁଷ୍ଠିତ ହେବ। ରଙ୍ଗମାଟିଆ ଗ୍ରାମ ଯାତ୍ରା ପଡ଼ିଆରେ ଅନୁଷ୍ଠିତଏହି ପ୍ରତିଯୋଗୀତାରେ ଆଜି ରଙ୍ଗମାଟିଆ ଗ୍ରାମର ସଭାପତି ଯେଗେନ୍ଦ୍ର ମହାରାଣା, ସମ୍ପାଦକ ଗୋବିନ୍ଦ ବେହେରା, ଶିକ୍ଷାବିତ ଉର୍ବଶୀ ନନ୍ଦ ଏବଂ ସାମ୍ବାଦିକ ବିଦ୍ୟାଧର ବାରିକ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମାଞ୍ଚଳର ଏହି ରଜ ଉତ୍ସବ ନିଆରା ହୋଇଥିବାରୁ ଏଠାରେ ପ୍ରତିଦିନ ଭିଡ଼କୁ ଲକ୍ଷରଖି ଦହୀପଣା, ପ୍ରସାଦ ସେବନ ଓ ମନହରୀ ଦୋକାନ ସହିତ ୮ପ୍ରାର ଦୋଳି ଖେଳିବାର ମଜା ଉଠାଇପାରିବେ ଦର୍ଶକ । ପହିଲି ରଜଠାରୁ ୩ଦିନ ବ୍ୟାପି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମାଗଣା ଚଟପଟି ଖାଦ୍ୟ ଓ ରଜ ପାନର ମଜା ଉଠାଇପାରିବେ ଦର୍ଶକ । ଦୁଇ ଶହ ବର୍ଷ ଗ୍ରାମର ଏହି ପାରମ୍ପାରିକ ରଜ ଉତ୍ସବକୁ ବଞ୍ଚାଇ ରଖିଛନ୍ତି ରଙ୍ଗମାଟିଆ ଗ୍ରାମ୍ୟ କମିଟି ଓ ମା’ବାସୁଳାଇ ଯୁବକ ସଂଘ। ଏଠରେ କୌଣିସି ରେଡ଼ିମେଡ଼ ଦୋଳି ଦେଖିବାକୁ ମିଳିନଥାଏ। କମିଟି ପକ୍ଷରୁ ଯାତ୍ରାପଡ଼ିଆ ନିକଟରେ ଥିବା ବଡ଼ ବର ଓ ଔସସ୍ତ ଗଛରେ ଦଉଡ଼ି ବାନ୍ଦି ବିଭିନ୍ନ ପ୍ରକାର ଦୋଳି ତିଆରି କରାଯାବ । ଶେଷ ଦିନରେ ବିଭିନ୍ନ ଅତିଥିମାନଙ୍କ ଦ୍ବାରା ସାତ ଦିନ ବ୍ୟାପି ଚାଲିଥିବା ରଜ ଉତ୍ସବର ବିଜୟୀ ପ୍ରତିଯୋଗୀତାକୁ ପୁରସ୍କାର ପ୍ରଦାନ କରାଯିବ।

