କିସ୍ ବିଶ୍ବବିଦ୍ୟାଳୟ ଏବଂ ଆଇଆଇଟି ଭୁବନେଶ୍ବର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନରଶିପ୍ ପାର୍କ ଓ ବିଦ୍ୟା ଭବନ ମଧ୍ୟରେ ତ୍ରିପକ୍ଷୀୟ ଚୁକ୍ତିନାମା ସ୍ବାକ୍ଷରିତ
କିସ୍ ବିଶ୍ବବିଦ୍ୟାଳୟ ଏବଂ ଆଇଆଇଟି ଭୁବନେଶ୍ବର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନରଶିପ୍ ପାର୍କ ଓ ବିଦ୍ୟା ଭବନ ମଧ୍ୟରେ ତ୍ରିପକ୍ଷୀୟ ଚୁକ୍ତିନାମା ସ୍ବାକ୍ଷରିତ
କିସ୍ ବିଶ୍ବବିଦ୍ୟାଳୟ ଏବଂ ଆଇଆଇଟି ଭୁବନେଶ୍ବର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନରଶିପ୍ ପାର୍କ ଓ ବିଦ୍ୟା ଭବନ ମଧ୍ୟରେ ତ୍ରିପକ୍ଷୀୟ ଚୁକ୍ତିନାମା ସ୍ବାକ୍ଷରିତ
ଚନ୍ଦ୍ରଶେଖରପୁର,: କିସ୍ ଡ଼ିମଡ଼୍ ବିଶ୍ବବିଦ୍ୟାଳୟ ଏବଂ ଆଇଆଇଟି ଭୁବନେଶ୍ବର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନରଶିପ୍ ପାର୍କ ଓ ବିଦ୍ୟା ଭବନ ମଧ୍ୟରେ ଆଜି କସ୍ ବିଶ୍ବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ତ୍ରିପକ୍ଷୀୟ ଚୁକ୍ତିନାମା ବୁଝାମଣା ପ୍ରତ ସ୍ବାକ୍ଷର ସମାରୋହ। ଏହି ଚୁକ୍ତିର ଲକ୍ଷ୍ୟ ହେଉଛି ଓଡ଼ିଶାର ଆଦିବାସୀ ଏବଂ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରସ୍ତୁତି ଏବଂ କୌଶଳ ବିକାଶ ସୁଯୋଗକୁ ପ୍ରୋତ୍ସାହନ ଯୋଗାଇଦେବା। ଏହି ସହଯୋଗିତା ଅଧୀନରେ ବିଦ୍ୟା ଭବନ ପ୍ରଯୁକ୍ତି ଆଧାରିତ ଶିକ୍ଷା, ଭର୍ଚୁଆଲ୍ କ୍ଲାସରୁମ୍ ଏବଂ ନବୀନ ଶିକ୍ଷଣ ବ୍ୟବସ୍ଥା ପ୍ରଦାନ କରିବା ଏବଂ ଆଇଆଇଟି ଭୁବନେଶ୍ବର ଆରଇପି ମେଣ୍ଟରଶିପ୍, ଇନ୍କ୍ୟୁବେସନ୍ ସହାୟତା ଏବଂ ନବୋନ୍ମେଷ ମାର୍ଗଦର୍ଶନ ପ୍ରଦାନ କରିବା ମୁଖ୍ୟ ଉଦ୍ୟେଶରହିଛି। ଯାହାଦ୍ବାରା କିସ୍ ଡ଼ିମଡ଼୍ ବିଶ୍ବବିଦ୍ୟାଳୟ ନିଜ ଛାତ୍ର ସମୁଦାୟ ମଧ୍ୟରେ ଏହାର କାର୍ଯ୍ୟକାରିତା ଓ ଲକ୍ଷ ସୁନିଶ୍ଚିତ କରିବ। ଏହି ଚୁକ୍ତି ସ୍ବାକ୍ଷର ସମାରୋହରେ କିସ୍ ଡ଼ିମଡ଼ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଶାନ୍ତ କୁମାର ରାଉତରାୟ, ଆଇଆଇଟି ଭୁବନେଶ୍ବର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନରଶିପ୍ ପାର୍କର ସିଇଓ ଶୋଭଙ୍କର ପତି, ବିଦ୍ୟାଭବନର ନିର୍ଦେଶକ ଅମ୍ଳାନ କୁମାର ବିଶ୍ବାଳ ଏବଂ ଆଇଆଇଟି ଭୁବନେଶ୍ବରର ପ୍ରଫେସର ତଥା ଆଇଆଇଟି ଗୋଆର ପୂର୍ବତନ ନିର୍ଦେଶକ ପ୍ରଫେସର ବରଦା କାନ୍ତ ମିଶ୍ର ଉପସ୍ଥିତରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହାପରେ ତ୍ରିପକ୍ଷୀୟ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଥିଲା। ଏହି ସହଯୋଗିତା ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତା, ମେଣ୍ଟରଶିପ୍, ନବୋନ୍ମେଷ ଏବଂ କ୍ୟାରିୟର ପ୍ରସ୍ତୁତିର ଏକ ସୁଦୃଢ଼ ପରିବେଶ ଗଢ଼ି ଉଠିବା ସହ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଅଧିକ ଶିକ୍ଷା ଏବଂ ବୃତ୍ତିଗତ ସୁଯୋଗ ମିଳିବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।

