ପଟିଆ ରଜ ଉତ୍ସବ ପ୍ରସ୍ତୁତି ବୈଠକ
ପଟିଆ ରଜ ଉତ୍ସବ ପ୍ରସ୍ତୁତି ବୈଠକ
ପଟିଆ ରଜ ଉତ୍ସବ ପ୍ରସ୍ତୁତି ବୈଠକ
ଚନ୍ଦ୍ରଶେଖରପୁର: ପଟିଆ ରଜ ଉତ୍ସବ ପଇଁ ପ୍ରସ୍ତୁତି ବୈଠକ ପଟିଆ ଗ୍ରାମ ସ୍ଥିତ ଏଲ୍ ଏ ଲନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲକ୍ଷ୍ମୀପ୍ରିୟା ପରିଡା, ପୂର୍ଣ୍ଣଚନ୍ଦ୍ର ରାୟ, କୋନା କୁମାର ନନ୍ଦ, ରଞ୍ଜନ କୁମାର ଜେନା, ନବକିଶୋର ଜେନା, କଲ୍ୟାଣ କୁମାର ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ । ପଟିଆ ରଜ ଉତ୍ସବ ଚଳିତବର୍ଷ ଦ୍ୱିତୀୟ ବର୍ଷରେ ପଦାର୍ପନ କରିଛି । ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ଏଲ୍ ଏ ଲନ୍ ଠାରେ ରଜ ଉତ୍ସବ ୧୪, ୧୫, ୧୬ ତିନିଦିନ ଧରି ଧୁମ୍ ଧାମରେ ପାଳନ କରାଯିବ । ଲନକୁ ସୁନ୍ଦର ଭାବରେ ସାଜସଜା କରାଯାଇ ବାଉଁଶ ଦୋଳି, ପଟା ଦୋଳି, ଚକ୍ରି ଦୋଳି ଲଗାଯିବ । ଝୋଟି, ଚିତା, ମୁରୁଜ, ନାଚ, ଗୀତ ପ୍ରତିଯୋଗିତା କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

